ଥିରୁଅନନ୍ତପୁରମ: ଭାରତ-ଶ୍ରୀଲଙ୍କା ମଧ୍ଯରେ ଚାଲିଥିବା ଦିନିକଆ ସିରିଜର ଶେଷ ମ୍ୟାଚ୍ ଆଜି ଖେଲାଯାଉଛି । ଅନ୍ତିମ ଦିନିକିଆରେ ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଶ୍ରୀଲଙ୍କା । ତେବେ ଆଜିର ମ୍ୟାଚ୍ ଜିତି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୦ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୩୯୧ ରନର ଆବଶ୍ୟକତା ରହିଛି।
ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୪୯ ବଲରେ ୪୨ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶୁଭମନ ଗିଲ୍ ଓ ବିରାଟ କୋହଲି ପାରିକୁ ସମ୍ଭାଳିଥିଲେ। ଶୁଭମନ ଗିଲ୍ ଓ ବିରାଟ କୋହଲି ଦୁଇଜଣ ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍ ୯୭ ବଲରେ ୧୧୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିବା ପାଇଁ ଶ୍ରେୟାସ ଆୟର ଆସିଥିଲେ। ଶ୍ରେୟାସ ଆୟର ୩୨ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ବିରାଟ ପାରିକୁ ସମ୍ଭାଳିଥିଲେ। ଶ୍ରେୟାସ ଆୟର ଆଉଟ ହେବା ପରେ ବିରାଟଙ୍କ ସାଥ ଦେବା ପାଇଁ କେଏଲ୍ ରାହୁଲ ଆସିଥିଲେ। କେଏଲ୍ ରାହୁଲ ୬ ବଲରେ ୭ ରନ କରି ଆଉଟ ହୋଇଥିଲେ। ପରେ ବିରାଟଙ୍କ ସାଥ ଦେବା ପାଇଁ ସୁର୍ଯ୍ଯକୁମାର ଯାଦବ ଆସିଥିଲେ। ସୁର୍ଯ୍ଯକୁମାର ୪ ବଲରେ ୪ ରନ କରି ଆଉଟ ହୋଇଥିଲେ। ପରେ ଅକ୍ଷର ପଟେଲ ଆସିଥିଲେ। ବିରାଟ କୋହଲି ଅପରାଜିତ ରହି ୧୧୦ ବଲରେ ୧୬୬ ରନ କରିଥିଲେ। ଏଥିରେ ୮ଟି ଛକା ୧୩ଟି ଚୌକା ସାମିଲ ରହିଛି।
ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ଓ କାସୁନ ରଜିଥା ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଚାମିକା କରୁଣାରତ୍ନେ ଗୋଟିଏ ୱିକେଟ ନେଇଥିଲେ।