ଲସ୍ଏଞ୍ଜେଲ୍ସ: ଆମେରିକାର ଲସ୍ ଏଞ୍ଜେଲ୍ସରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ କ୍ରୀଡ଼ାରେ କ୍ରିକେଟ ଏକ ଇଭେଣ୍ଟ ସ୍ପୋର୍ଟ୍ସ ଭାବେ ସାମିଲ ହେବା ରାସ୍ତା ପରିଷ୍କାର ହୋଇଯାଇଛି। ଏ ସମ୍ପର୍କରେ ସୋମବାର ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ ଆୟୋଜନ କମିଟି ୨୦୨୮ରେ କ୍ରିକେଟକୁ ସାମିଲ କରିବାକୁ ପ୍ରସ୍ତାବ ଦେବା ପରେ ଏହା ସ୍ପଷ୍ଟ ହୋଇଛି। ଏହି ଖବର କ୍ରିକେଟପ୍ରେମୀ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଲାଗି ଖୁସି ଆଣିଦେଇଛି। ଫଳରେ ଆଇସିସି ଦୀର୍ଘ ଦୁଇବର୍ଷ ହେଲା ଯେଉଁ ପ୍ରଚେଷ୍ଟା କରିଆସୁଥିଲା ତାହା ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି। ଏହା ପରେ ଆୟୋଜନ କମିଟିର ଏହି ପ୍ରସ୍ତାବକୁ ଅନୁମୋଦନ ଲାଗି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)କୁ ପଠାଯିବ। ମୁମ୍ବଇରେ ଅକ୍ଟୋବର ୧୫ରୁ ଆରମ୍ଭ ହେବାକୁଥିବା ଆଇଓସି ଅଧିବେଶନରେ ଏହା ସ୍ୱୀକୃତି ପାଇବ। ସ୍ୱୀକୃତି ପାଇବା ପରେ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଏହାକୁ ଏକ ଖେଳ ଭାବେ ସାମିଲ କରାଯିବ। ଏହି ପ୍ରସ୍ତାବ ଦିଆଯିବା ଫଳରେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବା ରାସ୍ତା ପରିଷ୍କାର ହୋଇଯାଇଛି ଓ ଏଥିଲାଗି ଆମେ ବେଶ ଆନନ୍ଦିତ ବୋଲି ଆଇସିସି ସଭାପତି ଗ୍ରେଗ୍ ବାର୍କଲେ କହିଛନ୍ତି। ଅଲିମ୍ପିକ୍ ସହ କ୍ରିକେଟର ସମ୍ପର୍କ ବହୁ ପୁରୁଣା। ୧୯୦୦ ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରଥମ ତଥା ଶେଷଥର ଲାଗି କ୍ରିକେଟ ଖେଳାଯାଇଥିଲା।
ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବା ରାସ୍ତା ପରିଷ୍କାର
ଲସ୍ଏଞ୍ଜେଲ୍ସ: ଆମେରିକାର ଲସ୍ ଏଞ୍ଜେଲ୍ସରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ କ୍ରୀଡ଼ାରେ କ୍ରିକେଟ ଏକ ଇଭେଣ୍ଟ ସ୍ପୋର୍ଟ୍ସ ଭାବେ ସାମିଲ ହେବା ରାସ୍ତା ପରିଷ୍କାର ହୋଇଯାଇଛି। ଏ ସମ୍ପର୍କରେ ସୋମବାର ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ ଆୟୋଜନ କମିଟି ୨୦୨୮ରେ କ୍ରିକେଟକୁ ସାମିଲ କରିବାକୁ ପ୍ରସ୍ତାବ ଦେବା ପରେ ଏହା ସ୍ପଷ୍ଟ ହୋଇଛି। ଏହି ଖବର କ୍ରିକେଟପ୍ରେମୀ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଲାଗି ଖୁସି ଆଣିଦେଇଛି। ଫଳରେ ଆଇସିସି ଦୀର୍ଘ ଦୁଇବର୍ଷ ହେଲା ଯେଉଁ ପ୍ରଚେଷ୍ଟା […]