ନୂଆଦିଲ୍ଲୀ : ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ କ୍ରିକେଟର୍ ଗୋଟିଏ ଦଳ ପକ୍ଷରୁ ଏକାଠି ଖେଳୁଥିବାର ଦେଖିବାକୁ ମିଳିପାରନ୍ତି। ଆସନ୍ତା ବର୍ଷ ଆଇପିଏଲ୍ ସମାପ୍ତ ପରେ ଆଫ୍ରିକା ଓ ଏସିଆ ଏକାଦଶ ମଧ୍ୟରେ ସିରିଜ ଖେଳାଯିବାର କାର୍ଯ୍ୟସୂଚୀ ରହିଛି।
ଏସିଆ ଏକାଦଶ ପକ୍ଷରୁ ଭାରତ ସମେତ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନର ଖେଳାଳି ପ୍ରତିନିଧିତ୍ୱ କରିବେ। ସେହିଭଳି ଜିମ୍ବାୱେ, କେନିଆ ଓ ଦକ୍ଷିଣ ଆଫ୍ରିକା ଖେଳାଳି ଆଫ୍ରିକା ଏକାଦଶରୁ ଖେଳିବେ। ଶେଷଥର ଲାଗି ୨୦୦୭ରେ ଏସିଆ ଓ ଆଫ୍ରିକା ଏକାଦଶ ମଧ୍ୟରେ ୩ ମ୍ୟାଚ୍ବିଶିଷ୍ଟ ଏକଦିବସୀୟ ମ୍ୟାଚ୍ ଖେଳାଯାଇଥିଲା। ଯେଉଁଥିରେ ଏସିଆ ଏକାଦଶ ୩-୦ରେ ସିରିଜ କ୍ଲିନସୁଇପ୍ କରିଥିଲା।