ଆଇସିସି ବିଶ୍ବକପ୍‌ ଆଉ ୫ ଦିନ; ଆଜି ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଭାରତ

ଗୁଆହାଟୀ: ଆଉ ୫ ଦିନପରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌‌ର ଅଭ୍ୟାସ ମ୍ୟାଚ୍‌‌ ଖେଳାଯିବା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଆୟୋଜକ ଭାରତ ଆଜି ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍‌‌ରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ ରାଜଧାନୀ ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍‌‌ ଖେଳିବାକୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଗୁରୁବାର ଏଠାରେ ପହଞ୍ଚିଥିଲା। ଭାରତ ତା’ର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌‌ରେ ଥିରୁଅନନ୍ତପୁରମରେ […]

ଗୁଆହାଟୀ: ଆଉ ୫ ଦିନପରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌‌ର ଅଭ୍ୟାସ ମ୍ୟାଚ୍‌‌ ଖେଳାଯିବା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଆୟୋଜକ ଭାରତ ଆଜି ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍‌‌ରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ ରାଜଧାନୀ ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍‌‌ ଖେଳିବାକୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଗୁରୁବାର ଏଠାରେ ପହଞ୍ଚିଥିଲା। ଭାରତ ତା’ର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌‌ରେ ଥିରୁଅନନ୍ତପୁରମରେ ଆସନ୍ତା ୩ ତାରିଖରେ ନେଦରଲାଣ୍ଡସକୁ ଭେଟିବ। ଏହା ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌‌ ଖେଳି ଭାରତ ଅଭିଯାନ ଆରମ୍ଭ କରିବ।

ଯୁବ ଓପନର ଶୁବମାନ ଗିଲ, ଇଶାନ କିଶାନ, ଅକ୍ଷର ପଟେଲଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଥିବା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଗୁରୁବାର ଅଭ୍ୟାସ କରିଥିଲେ। ଭାରତ ଏସିଆ କପ୍‌‌ ଓ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଛି। ଅଭ୍ୟାସ ମ୍ୟାଚ୍‌‌ରେ ଦଳଗୁଡିକ ସେମାନଙ୍କର ୧୫ଜଣ ଖେଳାଳିଙ୍କୁ ଖେଳାଇପାରିବେ। ତେଣୁ ଏହି ମ୍ୟାଚ୍‌‌ରେ ଉଭୟ ଦଳ ଅଦଳବଦଳ କରିବା ସହ କେତୋଟି ପରୀକ୍ଷା ନିରୀକ୍ଷା କରିବେ। ଭାରତ ଦିନିକିଆ ସମେତ ଟେଷ୍ଟ ଓ ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପଟେ ଇଂଲଣ୍ଡ ୫ ନଂ ଦଳ ଭାବେ ବିଶ୍ୱକପ୍‌‌ ଖେଳିବ। ଲଣ୍ଡନରୁ ଗୁଆହାଟୀକୁ ଆସିବା ପୂର୍ବରୁ ୩୮ ଘଣ୍ଟାର ଯାତ୍ରା କରି ଇଂଲଣ୍ଡ ଖେଳାଳିମାନେ କ୍ଲାନ୍ତ ଅନୁଭବ କରୁଥିବେ। ଭାରତ ଅପେକ୍ଷା ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‌‌ ଅଧିକ ଗୁରୁତ୍ୱ ବହନ କରୁଛି। ଉଭୟ ଦଳ ବିଶ୍ୱକପ୍‌‌ ଟାଇଟଲ ଦାବିଦାର ହୋଇଥିବାରୁ ଏହି ଅଭ୍ୟାସ ମ୍ୟାଚ୍‌‌କୁ ଆଦୌ ହାଲ୍‌‌କା ଭାବେ ନେବେ ନାହିଁ। ମ୍ୟାଚ୍‌‌ ଅବସରରେ ପାଗ ସଫା ରହିବ ଓ ବର୍ଷା ହେବାର ସମ୍ଭାବନା କମ୍‌‌ ରହିଛି। ତେଣୁ ସ୍ଥାନୀୟ ପ୍ରଶଂସକମାନେ କ୍ରିକେଟର ଭରପୂର ମଜା ନେବେ। ବର୍ଷା ଋତୁ ଏବେ ମଧ୍ୟ ଚାଲୁ ରହିଥିବାରୁ ଗ୍ରାଉଣ୍ଡ ଓଦା ରହିବ। ବଲ ମନ୍ଥର ହେବ ଓ ସ୍ପିନରମାନେ ସମସ୍ୟାରେ ପଡ଼ିବେ। ଦ୍ରୁତ ବୋଲରଙ୍କୁ ସହାୟତା ମିଳିବ। ମ୍ୟାଚ୍‌‌ ସଂଘର୍ଷପୂର୍ଣ୍ଣ ହେବ। ଉଭୟ ଦଳ ପୂର୍ଣ୍ଣ ସାମର୍ଥ୍ୟ ସହ ପଡ଼ିଆକୁ ଓହ୍ଲାଇବେ ବୋଲି ଆଶା କରାଯାଉଛି।

About The Author: The Sakala