ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍ ୨୦୨୩ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାର ବାଜପେୟୀ ଷ୍ଟାଡିୟମ୍ରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ-ଇଂଲଣ୍ଡ । ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୨୯ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଇଂଲଣ୍ଡକୁ ୨୩୦ରନର ଆବଶ୍ୟକତା ରହିଛି।
ଭାରତର ପକ୍ଷରୁ ରୋହିତ ଶର୍ମା ୧୦୧ ବଲରେ ୮୭ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ ୧୩ ବଲରେ ୯ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ୯ ବଳ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ଶ୍ରେୟାସ ଆୟର ୧୬ ବଲରେ ୪ରନ କରି ଆଉଟ ହୋଇଥିଲେ। କେଏଲ ରାହୁଲ ୫୮ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୪୭ ବଲରେ ୪୯ରନ କରି ଆଉଟ ହୋଇଥିଲେ। ରବିନ୍ଦ୍ର ଜାଡେଜା ୧୩ ବଲକେ ୮ ରନ କରି ଆଉଟ ହୋଇଥିଲେ। ମହମ୍ମଦ ସାମି ୫ ବଲରେ ୧ ରନ କରି ଆଉଟ ହୋଇଥିଲେ। ଯଶପ୍ରୀତ ବୁମରା ୨୫ ବଲରେ ୧୬ ରନ କରି ରନ ଆଉଟ ହୋଇଥିଲେ।
ଇଂଲଣ୍ଡ ପକ୍ଷରୁ ଡେଭିଡ୍ ୱିଲି ୩ଟି ୱିକେଟ ନେଇଥିଲେ। କ୍ରିସ୍ ୱକ୍ସ ଓ ଆଦିଲ ରସିଦ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ କ୍ରିସ୍ ୱକ୍ସ ଗୋଟିଏ ୱିକେଟ ନେଇଥିଲେ।