ଚାମ୍ପିଅନ୍ସ ଟ୍ରଫି: ଗ୍ରୁପ୍‌ ନଂ-୧ ଲାଗି ଆଜି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ଦୁବାଇ: ଚାମ୍ପିଅନ୍ସ ଟ୍ରଫି କ୍ରିକେଟ ପ୍ରତିଯୋଗିତାର ଶେଷ ଲିଗ୍‌ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ। ଉଭୟ ଦଳ ଗ୍ରୁପ୍‌-ଏ’ରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଜିତି ପୁର୍ବରୁ ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଏହି ମ୍ୟାଚ କିଛି ମାତ୍ରାରେ ଗୁରୁତ୍ୱ ବହନ କରୁଛି । ଏହି ମ୍ୟାଚ୍‌ର ଫଳାଫଳ ସେମିଫାଇନାଲ ଖେଳିବାରେ କୌଣସି ପ୍ରଭାବ ନ ପକାଇଲେ ମଧ୍ୟ ଏମାନେ କାହା ସହ ଖେଳିବେ ତାହା ଏହି ମ୍ୟାଚ୍‌ରେ ସ୍ଥିର ହେବ। ଗ୍ରୁପ୍‌-ବି’ରେ ଦକ୍ଷିଣ ଆଫ୍ରିକା ପ୍ରଥମ […]

ଦୁବାଇ: ଚାମ୍ପିଅନ୍ସ ଟ୍ରଫି କ୍ରିକେଟ ପ୍ରତିଯୋଗିତାର ଶେଷ ଲିଗ୍‌ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ। ଉଭୟ ଦଳ ଗ୍ରୁପ୍‌-ଏ’ରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଜିତି ପୁର୍ବରୁ ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଏହି ମ୍ୟାଚ କିଛି ମାତ୍ରାରେ ଗୁରୁତ୍ୱ ବହନ କରୁଛି । ଏହି ମ୍ୟାଚ୍‌ର ଫଳାଫଳ ସେମିଫାଇନାଲ ଖେଳିବାରେ କୌଣସି ପ୍ରଭାବ ନ ପକାଇଲେ ମଧ୍ୟ ଏମାନେ କାହା ସହ ଖେଳିବେ ତାହା ଏହି ମ୍ୟାଚ୍‌ରେ ସ୍ଥିର ହେବ। ଗ୍ରୁପ୍‌-ବି’ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌-ଏ’ରେ ଯେଉଁ ଦଳ ପ୍ରଥମ ହେବ ସେହି ଦଳ ଅଷ୍ଟ୍ରେଲିଆ ସହ ଓ ଦ୍ୱିତୀୟ ସ୍ଥାନିତ ଦଳ ଦକ୍ଷିଣ ଆଫ୍ରିକା ସହ ସେମିଫାଇନାଲ ଖେଳିବ। ଏଣୁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଏହି ଆଜିର ମ୍ୟାଚ୍‌କୁ ସେମିଫାଇନାଲ ପୂର୍ବର ରିହରସାଲ ମୁକାବିଲା ଭାବେ ଗ୍ରହଣ କରିଛନ୍ତି। ଭାରତୀୟ ଦଳରେ କିଛି ଆହତ ସମସ୍ୟା ରହିଛି। ଏଣୁ ବରିଷ୍ଠ ଖେଳାଳି ତଥା ଅଧିନାୟକ ରୋହିତ ଶର୍ମା ଓ ବରିଷ୍ଠ ଫାଷ୍ଟ ବୋଲର ମହମ୍ମଦ୍‌ ସାମିଙ୍କୁ ଏହି ମ୍ୟାଚ୍‌ରେ ବିଶ୍ରାମ ଦିଆଯିବାକୁ ଚିନ୍ତା କରାଯାଉଛି। ମ୍ୟାଚ୍‌ ପୂର୍ବରୁ ଏ ସମ୍ପର୍କରେ କରାଯାଉଥିବା ଆକଳନ କେତେଦୂର ସତ୍ୟ ତାହା ଜଣାପଡ଼ିବ।

ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଆଗୁଆ
ନ୍ୟୁଜିଲାଣ୍ଡ ଏକ ଛୋଟିଆ ଦେଶ ଓ ଏଠାରେ କମ୍‌ ଖେଳାଳି ସୃଷ୍ଟି ହେଉଥିଲେ ମଧ୍ୟ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଭଲ ଖେଳିଆସିଛି। ଏହି ଦଳ ସମସ୍ତ ମୁକାବିଲାରେ ଭାରତଠାରୁ ପଛରେ ରହିଛି। ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ୧୧୮ଟି ମୁକାବିଲାରୁ ଭାରତ ୬୦ ଓ ନ୍ୟୁଜିଲାଣ୍ଡ ୫୦ଟି ମ୍ୟାଚରେ ବିଜୟୀ ହୋଇଛି। କିନ୍ତୁ ଆଇସିସି ଟୁର୍ଣ୍ଣାମେଣ୍ଟ କଥା ବିଚାରକୁ ନେଲେ ନ୍ୟୁଜିଲାଣ୍ଡ ୧୦ଟି ମ୍ୟାଚ୍‌ ଜିତିଥିଲାବେଳେ ଭାରତ କେବଳ ଦିନିକିଆ ବିଶ୍ୱକପ୍‌ରେ ୫ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଆଇସିସି ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଉଭୟଙ୍କ ମଧ୍ୟରେ ଦୁଇଥର ମୁକାବିଲା ହୋଇଥିଲା। ଏହା ମଧ୍ୟରୁ ନିକଟରେ ଖେଳାଯାଇଥିବା ୨୦୨୧ ଆଇସିସି ଟେଷ୍ଟ ଚାମ୍ପିଅନସିପ୍‌ ଓ ୨୦୦୦ ଆଇସିସି ନକ୍‌ଆଉଟ ଟୁର୍ଣ୍ଣାମେଣ୍ଟରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା। ଏହା ଫଳରେ ଆଇସିସି ନକ୍‌ଆଉଟ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡର ପ୍ରାଧାନ୍ୟ ରହିଛି। ଶେଷଥର ଲାଗି ଉଭୟଙ୍କ ମଧ୍ୟରେ ୨୦୨୩ ବିଶ୍ୱକପ୍‌ ସେମିଫାଇନାଲରେ ଭେଟଘାଟ ହୋଇଥିଲା। ଏଥିରେ ଭାରତ ସହଜରେ ୭୦ ରନ୍‌ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ ଖେଳିଥିବା ଭାରତର ସମସ୍ତ ଟପ୍‌ ଅର୍ଡର ବ୍ୟାଟର ଏଠାରେ ଖେଳିବେ। କିନ୍ତୁ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମୁକାବିଲାରେ ଭାରତ ବିଜୟୀ ହୋଇଛି। ଏହି ପ୍ରଦର୍ଶନ ମଧ୍ୟ ଦଳଠାରୁ ଆଶା କରାଯାଉଛି।

ଦମ୍‌ଦାର ବ୍ୟାଟିଂ
ଭାରତ ଭଳି ନ୍ୟୁଜିଲାଣ୍ଡ ଏହି ଦୁଇଟି ମ୍ୟାଚ୍‌ରେ ଭାରତ ଭଳି ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରିଛି। ଏହା ପୂର୍ବରୁ ପାକିସ୍ତାନରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭଲ ବ୍ୟାଟିଂ କରିଛନ୍ତି। କେନ୍‌ ୱିଲିୟମସନ, ୱିଲ ୟଙ୍ଗ୍‌, ଡେଭନ କନୱେ, ଟମ୍‌ ଲାଥମ ଓ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିବା ରାଚିନ ରବୀନ୍ଦ୍ର ସ୍ପିନ୍‌କୁ ଭଲ ମୁକାବିଲା କରନ୍ତି। ଏମାନଙ୍କ ବ୍ୟାଟିଂ ଉପରେ ଦଳର ସଫଳତା ନିର୍ଭର କରୁଛି।

About The Author: The Sakala