ଟି-୨୦ ବିଶ୍ୱକପ୍: ନ୍ୟୁଜିଲାଣ୍ଡକୁ ୧୧୧ ରନର ଟାର୍ଗେଟ ଦେଲା ଭାରତ

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ଆଜିର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ  ବ୍ଯାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୧୦ ରନ କରିବାରେ ସକ୍ଷମ ହୋଇଛି।ନ୍ୟୁଜିଲାଣ୍ଡକୁ ଏହି ମ୍ଯାଚ ଜିତବାକୁ ହେଲେ ୧୧୧  ରନର ଆବଶ୍ଯକ ଅଛି। ଦଳରେ ଆଜି ସୁର୍ଯ୍ଯକୁମାର ଯାଦବଙ୍କ ସ୍ଥାନରେ ଇସାନ କିଶାନଙ୍କୁ ସୁଯୋଗ ମିଳିଥିଲା । ଲୋକେଶ ରାହୁଲ ଓ ଇସାନ କିଶାନ ଓପନିଂ […]

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ଆଜିର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ  ବ୍ଯାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୧୦ ରନ କରିବାରେ ସକ୍ଷମ ହୋଇଛି।ନ୍ୟୁଜିଲାଣ୍ଡକୁ ଏହି ମ୍ଯାଚ ଜିତବାକୁ ହେଲେ ୧୧୧  ରନର ଆବଶ୍ଯକ ଅଛି।

ଦଳରେ ଆଜି ସୁର୍ଯ୍ଯକୁମାର ଯାଦବଙ୍କ ସ୍ଥାନରେ ଇସାନ କିଶାନଙ୍କୁ ସୁଯୋଗ ମିଳିଥିଲା । ଲୋକେଶ ରାହୁଲ ଓ ଇସାନ କିଶାନ ଓପନିଂ କରିଥିଲେ। ହେଲେ ଇସାନ କିଶାନ ୮ ବଲରେ ୪ ରନ କରି ଆଉଟ ହୋଇଥିଲେ। ପରେ ଲୋକେଶ ରାହୁଲ ଓ ରୋହିତ୍ ଶର୍ମା ମ୍ଯାଚଟିକୁ ଆଗକୁ ନେଇଥିଲେ। ହେଲେ ଲୋକେଶ ରାହୁଲ ଓ ରୋହିତ୍ ଶର୍ମାଙ୍କ ଯୋଡି ବେସି ସମୟ କ୍ରିଜରେ ରହିପାରି ନ ଥିଲେ। ରୋହିତ୍ ଶର୍ମା ୧୪ ବଲରେ ୧୪ ରନ କରି ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ୧୬ ବଲରେ ୧୮ ରନ କରି ଆଉଟ ହୋଇଥିଲେ।

ପରେ ଅଧିନାୟକ ବିରାଟ କୋହଲି ଓ ଋଷଭ ପନ୍ତ ପାରିକୁ ଆଗକୁ ନେଇଥିଲେ। ହେଲେ ଅଧିନାୟକ ବିରାଟ କୋହଲି ୧୯ ବଲରେ ୭ରନ କରି ଆଉଟ ହୋଇଥିଲେ। ସେହିପରି  ଋଷଭ ପନ୍ତ ୧୯ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ପାରିକୁ ଆଗକୁ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨୪ ବଲରେ ୨୩ ରନ କରି ଆଉଟ ହେଇଥିଲେ । ରବୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଳ ଠାକୁର ପାରିକୁ ଆଗକୁ ନେଇଥିଲେ। ହେଲେ ଶାର୍ଦ୍ଦୁଳ ଠାକୁର ୩ଟି ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ । ଏହା ପରେ ମହମ୍ମଦ ସାମି ଯୋଡି ହେଇଥିଲେ। ରବୀନ୍ଦ୍ର ଜାଡେଜା  ୧୯ ବଲରେ ୨୬ ରନ କରି ଅପରିଜତ  ରହିଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ୱିକେଟ ଟ୍ରେଣ୍ଟ ବୋଲ୍ଟ (୩)ଟି ନଇଥିବା ବେଳେ , ଇଶ୍‌ ସୋଧି ୨ଟି,  ଟିମ୍ ସୌଦୀ ଓ ଆଦାମ୍ ମିଲନେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଏହି ଗ୍ରୁପ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛନ୍ତି। ତେଣୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ ଏହି ମ୍ୟାଚ୍ ଉଭୟ ଦଳ ଲାଗି କ୍ୱାର୍ଟର ଫାଇନାଲ ସଦୃଶ ହୋଇଛି। ଅର୍ଥାତ୍ ଯେଉଁଦଳ ଆଜି  ମ୍ୟାଚରେ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଖେଳିବାର ସୁଯୋଗ ଅଧିକ ସୃଷ୍ଟି କରିବ। ସୁପର୍‌-୧୨ ପର୍ଯ୍ୟାୟର ଏହି ମ୍ୟାଚ୍ ଏକପ୍ରକାର ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।

About The Author: The Sakala