‘ଭାୟାକମ୍ ୧୮’କୁ ମିଳିଲା ଭାରତୀୟ କ୍ରିକେଟ ଟିମର ଘରୋଇ ମ୍ୟାଚର ପ୍ରସାରଣ ଅଧିକାର

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆ ରାଇଟସ ବିକ୍ରି ହୋଇଛି । ୫ ବର୍ଷ ପାଇଁ ଏହି ମିଡିଆ ରାଇଟସକୁ ଆମ୍ବାନୀ ଗ୍ରୁପର ‘ଭାୟାକମ୍୧୮’ କିଣିଛି । ଏବେ ଭାରତୀୟ ଟିମର ଘରୋଇ ମ୍ୟାଚର ସିଧା ପ୍ରସାରଣ ଟିଭିରେ ସ୍ପୋର୍ଟସ ୧୮ ନେଟୱର୍କ କରିବ । ସେହିଭଳି ମୋବାଇଲ ଓ ଲାପଟପରେ ଜିୟୋ ସିନେମା ଭାରତୀୟ ଟିମର ଘରୋଇ ମ୍ୟାଚର ଲାଇଭ ଷ୍ଟ୍ରିମିଂ କରିବ । ‘ଭାୟାକମ୍-୧୮’ […]

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆ ରାଇଟସ ବିକ୍ରି ହୋଇଛି । ୫ ବର୍ଷ ପାଇଁ ଏହି ମିଡିଆ ରାଇଟସକୁ ଆମ୍ବାନୀ ଗ୍ରୁପର ‘ଭାୟାକମ୍୧୮’ କିଣିଛି । ଏବେ ଭାରତୀୟ ଟିମର ଘରୋଇ ମ୍ୟାଚର ସିଧା ପ୍ରସାରଣ ଟିଭିରେ ସ୍ପୋର୍ଟସ ୧୮ ନେଟୱର୍କ କରିବ । ସେହିଭଳି ମୋବାଇଲ ଓ ଲାପଟପରେ ଜିୟୋ ସିନେମା ଭାରତୀୟ ଟିମର ଘରୋଇ ମ୍ୟାଚର ଲାଇଭ ଷ୍ଟ୍ରିମିଂ କରିବ । ‘ଭାୟାକମ୍-୧୮’ ୫ବର୍ଷ ପାଇଁ ମୋଟ ୫,୯୬୬ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରିଛି । ‘ଭାୟାକମ୍ ୧୮’ ପ୍ରତି ମ୍ୟାଚ ପାଇଁ ୬୭.୮ କୋଟି ଟଙ୍କା ପ୍ରଦାନ କରିଛି ।

ବିସିସିଆଇ ତରଫରୁ ମିଡିଆ ରାଇଟସକୁ ଇ-ନିଲାମୀ ମାଧ୍ୟମରେ ବିକ୍ରି କରିଛି । ମିଡିଆ ରାଇଟସ କିଣିବା ଦୌଡରେ ଭାୟାକମ୍ -୧୮ ବ୍ୟତୀତ ଡିଜନୀ ଷ୍ଟାର ଓ ସୋନୀ ମଧ୍ୟ ସାମିଲ ଥିଲେ ।

About The Author: The Sakala