ମୁମ୍ବାଇ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଶ୍ୱର ସବୁଠାରୁ ଧନାଢ଼୍ୟ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ୍ ଢାଞ୍ଚାରେ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ଆରମ୍ଭ ହୋଇଯାଇଛି। ଭାରତୀୟ କ୍ରିକେଟ୍ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ଆନୁକୂଲ୍ୟରେ ଡବ୍ଲ୍ୟୁପିଏଲ୍ର ପ୍ରଥମ ସଂସ୍କରଣରେ ୫ ଗୋଟି ଦଳ ମଧ୍ୟରେ ମୋଟ୍ ୨୨ଟି ମ୍ୟାଚ୍ ଖେଳାଯିବ। ତେବେ ଏହାରି ଉଦଘାଟନୀ ମ୍ୟାଚରେ ବହୁସଂଖ୍ୟକ ଉଭୟ ମହିଳା ଓ ପୁରୁଷ ସମର୍ଥକ ଉପସ୍ଥିତଥିଲେ। ଏହାରି ମଧ୍ଯରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଓନର ନୀତା ଅମ୍ବାନୀ ମଧ୍ୟ ଉପସ୍ଥିତ ରହି ଖେଳାଳୀଙ୍କ ଉତ୍ସାହ ବଢାଇଥିଲେ। ସେ କହିଥିଲେ ଯେ, WPL ର ଉଦଘାଟନୀ ଦିନ ଏକ ସ୍ମରଣୀୟ ଦିବସ। WPL ର ଅଂଶ ହେବା ଅତ୍ୟନ୍ତ ରୋମାଞ୍ଚକର ବୋଲି ସେ କହିଥିଲେ।
ସେ ଆହୁରି ମଧ୍ୟ ଆଶା କରିଥିଲେ ଯେ, ଡବ୍ଲୁପିଏଲ୍ ଅଧିକ ମହିଳାଙ୍କୁ କ୍ରୀଡା ନେବାରେ ଏବଂ କ୍ରୀଡ଼ାରେ କ୍ୟାରିୟର କରିବାରେ ସାହାଯ୍ୟ କରିବ। ଏହା ପରିବେଶକୁ ଏକ ଭଲ ବାର୍ତ୍ତା ଦେବ। ମୁଁ ଆଶା କରୁଛି ଏହା ଦେଶର ଯୁବତୀମାନଙ୍କୁ ପ୍ରେରଣା ଯୋଗାଇବ। ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଦିଗରେ ସେମାନଙ୍କୁ ସାହସ ଯୋଗାଇବ। କ୍ରୀଡା କ୍ଷେତ୍ରରେ ଆଗକୁ ଆସିପାରିବେ ।
ମୁମ୍ବାଇ ଇଣ୍ଡିଆନ୍ସର ଉଭୟ ଅଭିଜ୍ଞ ତଥା ଯୁବ ଖେଳାଳିମାନେ ରହିଛନ୍ତି। ସେମାନଙ୍କର ପ୍ରଥମ ମ୍ୟାଚ୍ ଭଲ ରହିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଏକ ନିର୍ଦ୍ଦିଷ୍ଟ ପ୍ରକାରର କ୍ରିକେଟ୍ ଖେଳିବାକୁ ନେଇ ଜଣାଶୁଣା। ନିର୍ଭୟରେ ଏବଂ ରୋମାଞ୍ଚକର କ୍ରିକେଟ ଖେଳିଆଥାଏ। ଆମର ଝିଅମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ସେମାନେ ଯେଉଁଭଳି ଭାବେ ଖେଳିଛନ୍ତି ସେଥିପାଇଁ ମୁଁ ଅତ୍ୟଧିକ ଗର୍ବିତ । ଏହା ଏକ ଭଲ ପ୍ରଦର୍ଶନ ଥିଲା। ଆମର ଅଧିନାୟକ ହରମନ ଏକ ସ୍ୱତନ୍ତ୍ର ଇନିଂସ ଖେଳିଥିଲେ। ଆମେଲିଆ କେର୍ ମଧ୍ଯ ଚମତ୍କାର ଖେଳ ପଦର୍ଶନ କରିଥିଲେ, ସେ ଉଭୟ ଭଲ ବ୍ୟାଟିଂ ଓ ବୋଲିଂ କରିଥିଲେ।
ଷ୍ଟାଡିୟମରେ ଏତେ ସଂଖ୍ୟକ ଲୋକ ମହିଳା ଦଳକୁ ସମର୍ଥନ କରିବାକୁ ଆସିଥିଲେ। ଏହା ଆଶ୍ଚର୍ଯ୍ୟଜନକ ଥିଲା। ଏହି ଉଦଘାଟନୀ ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ସମସ୍ତ ଦଳକୁ ଶୁଭେଚ୍ଛା ଜଣାଉଛି ବୋଲି ନୀତା ଅମ୍ବାନୀ କହିଛନ୍ତି।