ଆଇସିସି ବୈଠକରେ ନିଷ୍ପତି: ୨୦୨୭ ପର୍ଯ୍ୟନ୍ତ ନିରପେକ୍ଷ ସ୍ଥାନରେ ଖେଳିବେ ଭାରତ-ପାକ୍…

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୈଠକ (ଆଇସିସି ) ରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ମଧ୍ୟ ଦୂର ହୋଇଛି। ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ତାର ସମସ୍ତ ମ୍ୟାଚ ନିରପେକ୍ଷ ସ୍ଥାନରେ ଖେଳିବ । ପାକିସ୍ତାନ ଟିମ ୨୦୨୭ ପର୍ଯ୍ୟନ୍ତ କୌଣସି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଆସିବେନି । ସେମାନଙ୍କ ମ୍ୟାଚ ମଧ୍ୟ ନିରପେକ୍ଷ ସ୍ଥାନରେ ଆୟୋଜିତ ହେବ […]

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୈଠକ (ଆଇସିସି ) ରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ମଧ୍ୟ ଦୂର ହୋଇଛି। ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ତାର ସମସ୍ତ ମ୍ୟାଚ ନିରପେକ୍ଷ ସ୍ଥାନରେ ଖେଳିବ । ପାକିସ୍ତାନ ଟିମ ୨୦୨୭ ପର୍ଯ୍ୟନ୍ତ କୌଣସି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଆସିବେନି । ସେମାନଙ୍କ ମ୍ୟାଚ ମଧ୍ୟ ନିରପେକ୍ଷ ସ୍ଥାନରେ ଆୟୋଜିତ ହେବ ।

୨୦୨୫ ମହିଳା ଦିନିକିଆ ବିଶ୍ୱକପ, ୨୦୨୬ ଟି୨୦ ବିଶ୍ୱକପ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମିଳିତ ଭାବେ ଆୟୋଜନ ହେବ । ଆଇସିସି ଚାମ୍ପିୟନ୍ସ ଟ୍ରଫି ସମ୍ପର୍କରେ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ଏବେ ବିଧିବଦ୍ଧ ଭାବେ ଏହାକୁ ଲାଗୁ କରାଯାଇଛି। ପିସିବି ନ୍ୟୁଟ୍ରାଲ ଭେନ୍ୟୁରେ ଭାରତ ସହ ତ୍ରିରାଷ୍ଟ୍ରୀୟ ସିରିଜ ଖେଳିବା ପାଇଁ ଅନୁରୋଧ କରିଛି ।ଅବଶ୍ୟ ଆଇସିସି ଓ ବିସିସିଆଇ ଏ ନେଇ ରାଜି ହୋଇ ନାହାନ୍ତି ।

ସେହିପରି ଭାରତ ଗ୍ରୁପରେ ପାକିସ୍ତାନ ରହିବା ପାଇଁ ଚାହିଁ ନ ଥିଲା । ଏହା ମଧ୍ୟ ଆଇସିସି ଖାରଜ କରିଦେଇଛି । ଚାମ୍ପିୟନ୍ସ ଟ୍ରଫିରେ ୨୦୨୫ ମାର୍ଚ୍ଚ ୧ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ୨୦୦୮ ପାକିସ୍ତାନ ଶେଷ ଥର ପାଇଁ ଭାରତ ଗସ୍ତରେ ଯାଇଥିଲା । ମୁମ୍ବାଇ ଆତଙ୍କବାଦୀ ଘଟଣା ପରେ ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇନି । କେବଳ ଆଇସିସି ମୁକାବିଲାରେ ଉଭୟ ଦେଶ ମଧ୍ୟରେ ମୁକାବିଲା ହେବ ।

 

 

 

About The Author: The Sakala