ଫିଫା ୧୭ ବର୍ଷରୁ କମ୍‌‌ ମହିଳା ବିଶ୍ୱକପ୍‌‌: ଅନ୍ତିମ ଗ୍ରୁପ୍‌‌ ମ୍ୟାଚ୍‌‌ରେ ଶକ୍ତିଶାଳୀ ବ୍ରାଜିଲକୁ ଭେଟିବ ଭାରତ

ଭୁବନେଶ୍ୱର: ଚଳିତ ଫିଫା ୧୭ ବର୍ଷରୁ କମ୍‌‌ ମହିଳା ବିଶ୍ୱକପ୍‌‌ରେ ଭାରତ ସୋମବାର ତା’ର ଅନ୍ତିମ ଗ୍ରୁପ୍‌‌ ମ୍ୟାଚ୍‌‌ରେ ଶକ୍ତିଶାଳୀ ବ୍ରାଜିଲକୁ ଭେଟିବ। ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ପରାସ୍ତ ହୋଇ କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍‌‌ ପଡ଼ିସାରିଛି। ଭାରତ ପ୍ରଥମ ମ୍ୟାଚରେ ୦-୮ ଗୋଲରେ ଆମେରିକାଠାରୁ ଓ ଦ୍ୱିତୀୟ ମ୍ୟାଚ୍‌‌ରେ ୦-୩ ଗୋଲରେ ମରକ୍କୋଠାରୁ ପରାସ୍ତ ହୋଇଥିଲା। ଫଳରେ ଗ୍ରୁପ୍‌‌ ଏ ପଏଣ୍ଟ ତାଲିକାରେ ଭାରତ କୌଣସି ପଏଣ୍ଟ ନ ପାଇ ଚତୁର୍ଥ ତଥା ଅନ୍ତିମ […]

ଭୁବନେଶ୍ୱର: ଚଳିତ ଫିଫା ୧୭ ବର୍ଷରୁ କମ୍‌‌ ମହିଳା ବିଶ୍ୱକପ୍‌‌ରେ ଭାରତ ସୋମବାର ତା’ର ଅନ୍ତିମ ଗ୍ରୁପ୍‌‌ ମ୍ୟାଚ୍‌‌ରେ ଶକ୍ତିଶାଳୀ ବ୍ରାଜିଲକୁ ଭେଟିବ। ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ପରାସ୍ତ ହୋଇ କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍‌‌ ପଡ଼ିସାରିଛି। ଭାରତ ପ୍ରଥମ ମ୍ୟାଚରେ ୦-୮ ଗୋଲରେ ଆମେରିକାଠାରୁ ଓ ଦ୍ୱିତୀୟ ମ୍ୟାଚ୍‌‌ରେ ୦-୩ ଗୋଲରେ ମରକ୍କୋଠାରୁ ପରାସ୍ତ ହୋଇଥିଲା। ଫଳରେ ଗ୍ରୁପ୍‌‌ ଏ ପଏଣ୍ଟ ତାଲିକାରେ ଭାରତ କୌଣସି ପଏଣ୍ଟ ନ ପାଇ ଚତୁର୍ଥ ତଥା ଅନ୍ତିମ ସ୍ଥାନରେ ରହିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସମ୍ମାନ ପାଇଁ ବ୍ରାଜିଲ ବିପକ୍ଷ ମ୍ୟାଚ୍‌‌ ଖେଳି ଆୟୋଜକ ଭାରତ କେବଳ ଔପଚାରିକତା ପୁରଣ କରିବ।

ଅନ୍ୟପଟେ ବ୍ରାଜିଲ ୨ଟି ମ୍ୟାଚ୍‌‌ ଖେଳି ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇଁ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ମଧ୍ୟ ଦୁଇଟି ମ୍ୟାଚ୍‌‌ ଖେଳି ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ଗୋଲ ବ୍ୟବଧାନ ବଳରେ ତାଲକାର ଶୀର୍ଷ ସ୍ଥାନରେ ରହିଛି। ଆମେରିକା ମଧ୍ୟ ତା’ର ଅନ୍ତିମ ଗ୍ରୁପ୍‌‌ ମ୍ୟାଚ୍‌‌ରେ ସୋମବାର ମାର୍ଗାଓର ଫାଟୋର୍ଡା ଷ୍ଟାଡିୟମରେ ମରକ୍କୋକୁ ଭେଟିବ। ତେଣୁ ଶୀର୍ଷ ସ୍ଥାନ ପାଇଁ ଆମେରିକା ଓ ବ୍ରାଜିଲ ମଧ୍ୟରେ ପଏଣ୍ଟ ତାଲିକାରେ ପ୍ରତିଦ୍ୱନ୍ଦ୍ୱୀତା ହେବ। ଯଦି ଦୁଇ ଦଳ ଜିତନ୍ତି ତେବେ ଉନ୍ନତ ଗୋଲ ବ୍ୟବଧାନ ବଳରେ ଗୋଟିଏ ଦଳ ତାଲିକାର ଶୀର୍ଷରେ ରହିବ। ଅନ୍ୟପଟେ ମରକ୍କୋ ଦୁଇଟି ମ୍ୟାଚ୍‌‌ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ଗ୍ରୁପ୍‌‌ ଏ’ରେ ଆମେରିକା, ବ୍ରାଜିଲ ଓ ମରକ୍କୋ ଏବେ ରୋମାଞ୍ଚକ ସ୍ଥିତି ସୃଷ୍ଟି କରିଛନ୍ତି। ଯଦି ଆମେରିକାକୁ ମରକ୍କୋ ହରାଏ ତେବେ ୬ ପଏଣ୍ଟ ପାଇ କ୍ୱାର୍ଟରକୁ ଯିବ। ଭାରତ ବିପକ୍ଷରେ ବ୍ରାଜିଲ ଫେବରାଇଟ ବିବେଚିତ ହେଉଛି। ତେଣୁ ବ୍ରାଜିଲ ଭାରତକୁ ହରାଇ ୭ ପଏଣ୍ଟ ପାଇ ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିବା ନିଶ୍ଚିତ ମନେ ହେଉଛି। ଫଳରେ ଆମେରିକା- ମରକ୍କୋ ମ୍ୟାଚ୍‌‌ ନିର୍ଣ୍ଣାୟକ ସ୍ଥିତି ସୃଷ୍ଟି କରିଛି ଓ ଏବେ ରୋମଞ୍ଚ ଭରିଛି। ଗ୍ରୁପ୍‌‌ ଏ’ର ଦୁଇଟି ଯାକ ମ୍ୟାଚ୍‌‌ ଉପରେ ସମସ୍ତଙ୍କ ନଜର ରହିଛି।

ସେହିପରି ଗ୍ରୁପ୍‌‌ ବି’ରେ ଜର୍ମାନୀ ୬ ପଏଣ୍ଟ ପାଇ କ୍ୱାର୍ଟରକୁ ଉଠିସାରିଛି। ନ୍ୟୁଜିଲାଣ୍ଡ ୨ ମ୍ୟାଚ୍‌‌ ଖେଳି କୌଣସି ପଏଣ୍ଟ ପାଇ ନଥିବାରୁ କ୍ୱାର୍ଟର ପାଇଁ ନାଇଜେରିଆ ଓ ଚିଲି ମଧ୍ୟରେ ସୋମବାର କଡ଼ା ମୁକାବିଲା ହେବ। ଗ୍ରୁପ୍‌‌ ସି’ରେ ୪ଟି ଯାକ ଦଳ କଲମ୍ବିଆ, ମେକ୍ସିକୋ, ସ୍ପେନ, ଚୀନ ସମାନ ୩ ଲେଖାଏ ପଏଣ୍ଟ ପାଇଥିବାରୁ ସୋମବାର ଦୁଇଟି ମ୍ୟାଚ୍‌‌ର ବିଜେତା କ୍ୱାର୍ଟରକୁ ଉଠିବେ। ଗୁପ୍‌‌ ଡି’ରେ ଜାପାନ ୬ ପଏଣ୍ଟ ପାଇ ଶୀର୍ଷରେ ରହି କ୍ୱାର୍ଟରକୁ ଉଠିସାରିଛି। ଅନ୍ୟଏକ କ୍ୱାର୍ଟର ଫାଇନାଲ ସ୍ଥାନ ପାଇଁ ୩ଟି ଦଳ ତାଞ୍ଜାନିଆ, ଫ୍ରାନ୍ସ ଓ କାନାଡା ମଧ୍ୟରେ ସଂଘର୍ଷ ହେବ।

ବିଶ୍ୱକପ୍‌‌ରେ ବିନା ପଏଣ୍ଟ ଓ ଗୋଲ ସ୍କୋର କରିବା ସହ ଭାରତ କ୍ୱାର୍ଟର ଦୌଡ଼ରୁ ବାଦ୍‌‌ ପଡ଼ିସାରିଛି। ସୋମବାର ବ୍ରାଜିଲା ବିପକ୍ଷ ମୁକାବଲରେ ଭାରତ ବିଜୟୀ ହେବା ଆଶା କରାଯାଉ ନାହିଁ। ବ୍ରାଜିଲର ଫୁଟବଲ ସଂସ୍କୃତି ବଳିଷ୍ଠ ହୋଇଥିବାରୁ ଓ ପ୍ରତିଭା ଏବଂ ଦକ୍ଷତା ଦୃଷ୍ଟିକୋଣରୁ ବ୍ରାଜିଲ ଭାରତଠାରୁ ଯଥେଷ୍ଟ ଆଗରେ ରହିଛି। ଦଳ ପ୍ରଦର୍ଶନରେ ଭାରତୀୟ ମୁଖ୍ୟ ଥୋମାସ ଡେନେର୍ବି ନୌରାଶ୍ୟ ଜାହିର କରିଛନ୍ତି। ଗ୍ରୁପ୍‌‌ ପର୍ଯ୍ୟାରୁ ବିଶ୍ୱକପ୍‌‌ରୁ ବିଦାୟ ନେବା ଦୁଃଖ ଦାୟକ ବୋଲି ସେ ସ୍ୱୀକାର କରିଛନ୍ତି। ଏତିକିରେ ହେବ ନାହିଁ, ଆମକୁ ଆହୁରି ଭଲ ଖେଳିବାକୁ ହେବ ବୋଲି ସେ କହିଛନ୍ତି। ଆୟୋଜକ ଭାବେ ଭାରତ ବିଶ୍ୱକପ୍‌‌ ଖେଳିବାକୁ ଯୋଗ୍ୟତା ହାସଲ କରିଛି। କିନ୍ତୁ ନିଜର ପ୍ରତିଭା ଓ Ñଙ୍କିଙ୍ଗ ବଳରେ ଭାରତ ଫିଫା ଇଣ୍ଟେରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଲେ ଏକ ବଡ଼ ଉପଲବ୍ଧି ହେବ ବୋଲି ସେ କହିଛନ୍ତି। ଭାରତ ପାଇଁ ଏହି ମ୍ୟାଚ୍‌‌ ସେତେଟା ଗୁରୁତ୍ୱପୂର୍ଣ୍ଣ ହୋଇ ନଥିଲେ ମଧ୍ୟ ବିଜୟୀ ହୋଇ ବ୍ରାଜିଲ କ୍ୱାର୍ଟରରେ ସ୍ଥାନ ପକ୍କା କରିବାକୁ ପ୍ରୟସା କରିବ।

About The Author: The Sakala