ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଛନ୍ତି। ସେ ଆନ୍ଧ୍ରପ୍ରଦେଶ ରାଜନୀତିରେ ପ୍ରବେଶ କରିଛନ୍ତି। ୩୭ ବର୍ଷୀୟ ଅମ୍ବାତି ରାୟୁଡୁ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟିରେ ଯୋଗ ଦେଇଛନ୍ତି। ସେ ୱାଇଏସ୍ଆର କଂଗ୍ରେସରେ ଦଳର ସଭାପତି ଜଗନ୍ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ଏହି ଦଳରେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମେ ୨୯ ରେ ରାୟୁଡୁ ତାଙ୍କର ଶେଷ କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ। ଅମ୍ବାତି ରାୟୁଡୁ ଭାରତ ପାଇଁ ୫୫ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହି ଅବଧି ମଧ୍ୟରେ ସେ ୧୬୯୪ ରନ୍ ସ୍କୋର କରିଥିଲେ। ରାୟୁଡୁ ଦିନିକିଆରେ ୩ ଶତକ ସହ ୧୦ଟି ଅର୍ଦ୍ଧଶତକ ହାସଲ କରିଥିଲେ ।