ଭାରତୀୟ ମହିଳା ହକି ଦଳର ଓଡ଼ିଆ ଷ୍ଟାର ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଏସୀୟ କ୍ରୀଡ଼ା ୨୦୨୩ରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ମହିଳା ହକି ଦଳର ଓଡ଼ିଆ ହକି ଷ୍ଟାର ଦୀପଗ୍ରେସ ଏକ୍କାଙ୍କୁ ପୁରସ୍କାର ୫୦ ଲକ୍ଷ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଭାରତୀୟ ମହିଳା ହକି ଦଳଜାପାନକୁ ୨-୧ରେ ହରାଇ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ବ୍ରୋଞ୍ଜ ବିଜୟୀ ଭାରତୀୟ ମହିଳା ହକି ଦଳର ଖେଳାଳୀ ହେଉଛନ୍ତି ଦୀପଗ୍ରେସ ଏକ୍କା। ତାଙ୍କର ଏହି ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକାର କରିବା […]

ଭୁବନେଶ୍ବର : ଏସୀୟ କ୍ରୀଡ଼ା ୨୦୨୩ରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ମହିଳା ହକି ଦଳର ଓଡ଼ିଆ ହକି ଷ୍ଟାର ଦୀପଗ୍ରେସ ଏକ୍କାଙ୍କୁ ପୁରସ୍କାର ୫୦ ଲକ୍ଷ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଭାରତୀୟ ମହିଳା ହକି ଦଳଜାପାନକୁ ୨-୧ରେ ହରାଇ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ବ୍ରୋଞ୍ଜ ବିଜୟୀ ଭାରତୀୟ ମହିଳା ହକି ଦଳର ଖେଳାଳୀ ହେଉଛନ୍ତି ଦୀପଗ୍ରେସ ଏକ୍କା। ତାଙ୍କର ଏହି ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକାର କରିବା ସହ ତାଙ୍କୁ ରାଜ୍ୟ ଯୁବକମାନଙ୍କ ପାଇଁ ଏକ ଆଦର୍ଶ ବୋଲି କହି ଦୀପଗ୍ରେସ ଏକ୍କାଙ୍କୁ ମୁଖ୍ୟମନ୍ତ୍ରୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଗତକାଲି ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ମହିଳା ହକି ଦଳର ଖେଳାଳି ଓ ସମସ୍ତ କର୍ମଚାରୀଙ୍କ ପାଇଁ ମଧ୍ୟ ୩ ଲକ୍ଷ ଲେଖାଏଁ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ୨୦୨୩ ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ସେମି ଫାଇନାଲକୁ ଯାଇଥିଲେ ହେଁ ଚାଇନା ଠାରୁ ହାରି ଯାଇଥିଲା। ଫଳରେ ସବିତା ପୁନିଆଙ୍କ ଭାରତୀୟ ଟିମକୁ ବ୍ରୋଞ୍ଜ ପଦକ ପାଇଁ ଜାପାନ ସହ ଲଢ଼େଇ କରିବାକୁ ପଡ଼ିଥିଲା। ଜାପାନ ୨୦୧୮ରେ ଭାରତକୁ ୨-୧ରେ ହରାଇଥିଲା। ଏବେ ଭାରତ ସମାନ ୨-୧ରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି।ଆଜିର ବ୍ରୋଞ୍ଜ ଲଢ଼େଇରେ ଭାରତ ପାଇଁ ଦୀପିକା ଓ ସୁଶୀଲା ଚାନୁ ସ୍କୋର କରିଛନ୍ତି। ଜାପାନ ପାଇଁ ଏକମାତ୍ର ଗୋଲ ଅଧିନାୟକ ନାଗାଇ ୟୁରି ଦେଇଛନ୍ତି। ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା।

About The Author: The Sakala