କୋଲକାତା:ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି। ସେ ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି।
ପୂଜାରା ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ୭ ଜୁନ୍ ୨୦୨୩ରେ ଖେଳିଥିଲେ। ପୂଜାରା ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ଚେତେଶ୍ୱର ପୂଜାରା ଟିମ୍ ଇଣ୍ଡିଆ ପାଇଁ ୧୦୩ ଟେଷ୍ଟ ଏବଂ ୫ଟି ଦିନିକିଆ ଖେଳିଛନ୍ତି। ସେ ୧୦୩ ଟେଷ୍ଟରେ ବ୍ୟାଟିଂ କରି ୭୧୯୫ ରନ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କର ସର୍ବୋତ୍ତମ ସ୍କୋର ୨୦୬ ରନ ଥିଲା। ପୂଜାରା ଟେଷ୍ଟରେ ୧୯ ଶତକ, ୩୫ ଅର୍ଦ୍ଧଶତକ ଏବଂ ୩ ଦ୍ୱିଶତକ କରିଥିଲେ।