ଆଇପିଏଲ ୨୦୨୩: କୋଲକାତା ନାଇଟ୍ ରାଇଡର୍ସକୁ ୨୩୬ ରନର ଟାର୍ଗେଟ ଦେଲା ଚେନ୍ନାଇ ସୁପର କିଙ୍ଗସ୍

ବେଙ୍ଗାଲୁର: ରବିବାର ଆଇପିଏଲରେ ଆଜି ଦ୍ବିତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମୁହାଁମୁହିଁ ହୋଇଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ସୁପର କିଙ୍ଗସ୍ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ୨୩୫ ରନ କରିଛି। ଏହି ମ୍ୟାଚକୁ କୋଲକାତା ନାଇଟ୍ ରାଇଡର୍ସ ଜିତିବାକୁ ହେଲେ ୨୩୬ ରନର ଆବଶ୍ୟକତା ରହିଛି। ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ […]

ବେଙ୍ଗାଲୁର: ରବିବାର ଆଇପିଏଲରେ ଆଜି ଦ୍ବିତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମୁହାଁମୁହିଁ ହୋଇଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ସୁପର କିଙ୍ଗସ୍ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ୨୩୫ ରନ କରିଛି। ଏହି ମ୍ୟାଚକୁ କୋଲକାତା ନାଇଟ୍ ରାଇଡର୍ସ ଜିତିବାକୁ ହେଲେ ୨୩୬ ରନର ଆବଶ୍ୟକତା ରହିଛି।

ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଋତୁରାଜ ଗାଇକ୍ବାଡ ୨୦ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ପରେ ଫର୍ମରେ ଥିବା କନୱେ ୪୦ ବଲରେ ୫୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରାହାଣେ ଓ ସିଭମ ଦୁବେ ସମ୍ଭାଳିଥିଲେ। ଦୁବେ ୨୧ ବଲରେ ୫୦ ରନ କରି ଆଉଟ ହୋଇଥିଲେ। ପରେ ରବିନ୍ଦ୍ର ଜାଡେଜ ୮ ବଲରେ ୧୮ ରନ ରନ କରି ଆଉଟ ହୋଇଥିଲେ। ରାହାଣେ ୨୯ ବଲରେ ୭୧ ରନ କରି ଅପରାଜିତ ରହିଥିଲେ।

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ କୁଲୱନ୍ତ ୨ଟି ୱିକେଟ ନେଇଥିବା ବେଳେ ସୁୟାସ ସର୍ମା ଓ ବରୁଣ ଚକ୍ରବର୍ତ୍ତି ଗୋଟିଏ ଲେଖାଏଁ  ୱିକେଟ ନେଇଥିଲେ।

About The Author: The Sakala