ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିସିସିଆଇର ବଡ ସମ୍ମାନ। ଧୋନିଙ୍କ ୭ ନଂ ଜର୍ସିକୁ ଅବସର ଦେଲା ଭାରତୀୟ କ୍ରିକେଟ୍ ଅଫ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)। ୭ ନଂ ଥିବା ଜର୍ସି ନ ପିନ୍ଧିବାକୁ ଖେଳାଳିମାନଙ୍କୁ ଜଣାଇଛି ବିସିସିଆଇ। ଧୋନିଙ୍କୁ ସମ୍ମାନ ଦେବା ସ୍ୱରୂପ ବିସିସିଆଇ ଏପରି ନିଷ୍ପତ୍ତି ନେଇଛି। ୭ ନମ୍ବର ଜର୍ସି ଅନ୍ୟ କୌଣସି ଭାରତୀୟ ଖେଳାଳିଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ଆନ୍ତର୍ଜାତୀୟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନି ୩ ବର୍ଷ ହେଲା ଅବସର ନେଇଛନ୍ତି ।
ପୂର୍ବରୁ ୨୦୧୭ ମସିହାରେ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ୧୦ ନଂ ଜର୍ସିକୁ ମଧ୍ୟ ଅବସର ଦିଆଯାଇଛି। ଏହି ସାର୍ଟ ନଂ-୧୦ ଅନ୍ୟ କୌଣସି କ୍ରିକେଟରଙ୍କୁ ଦିଆଯାଇନାହିଁ ।