ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ହରାଇଲା ଭାରତ : ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର ପଦର୍ଶନ

ମୋହାଲି : ବିଶ୍ବକପ୍‌ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ର ପ୍ରଥମ ମୁକାବିଲା ବିଜୟ ସହ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ।  ଆଜି ମୋହାଲିରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ହରାଇଛି ଭାରତ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୨୭୬ ରନ୍‌ରେ ଅଲଆଉଟ ହୋଇଯାଇଥିଲା । ଯାହା ଫଳରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ର ପ୍ରଥମ […]

ମୋହାଲି : ବିଶ୍ବକପ୍‌ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ର ପ୍ରଥମ ମୁକାବିଲା ବିଜୟ ସହ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ।  ଆଜି ମୋହାଲିରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ହରାଇଛି ଭାରତ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୨୭୬ ରନ୍‌ରେ ଅଲଆଉଟ ହୋଇଯାଇଥିଲା । ଯାହା ଫଳରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ର ପ୍ରଥମ ମ୍ୟାଚ ବିଜୟ ପାଇଁ ଘରୋଇ ଟିମ୍‌ ଇଣ୍ଡିଆକୁ ୨୭୭ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଆଉ ଭାରତ ଏହି ଲକ୍ଷ୍ୟକୁ ୪୬.୨ ଓଭରରେ ହାସଲ କରିନେଇଛି।

ତେବେ ବିଶ୍ବକପ୍‌ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର ପଦର୍ଶନ କରିଛି। ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆକୁ ଭାରତୀୟ ବୋଲର ୨୭୬ ରେ ଅଲଆଉଟ କରିଦେଇଥିଲେ। ଅଷ୍ଟ୍ରେଲିଆ ପାଇଁ ଡାଭିଡ ୱାର୍ଣ୍ଣର ୫୨, ଜୋସ ଇଂଗଲିସ ୪୫ ଓ ଷ୍ଟିଭ ସ୍ମିଥ ୪୧ ରନ କରିଥିଲେ ମଧ୍ୟ ଦଳ ୩ଶହ ସ୍କୋର ପାର୍‌ କରିପାରିନଥିଲା। ଭାରତୀୟ ବୋଲର ମାପିଚୁପି ବୋଲିଂ କରିବା ସହ ଅଷ୍ଟ୍ରେଲିଆକୁ ବଡ଼ ସ୍କୋର କରିବାକୁ ଦେଇନଥିଲେ।  ଭାରତ ପକ୍ଷରୁ ମହମ୍ମଦ ସାମିଙ୍କୁ ୫, ବୁମରାହ, ଅଶ୍ୱିନୀ ଓ ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ବୋଲର ତାଙ୍କ କାମ କରିଦେବା ପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଭାରତୀୟ ବ୍ୟାଟର ମଧ୍ୟ ତାଙ୍କ ଦମ୍‌ ଦେଖାଇଥିଲେ। ଶୁବମନ ଗିଲ, ଋତୁରାଜ ଗାଏକ୍ୱାଡ ଭଲ ଷ୍ଟାର୍ଟ ଦେଇଥିବା ବେଳେ କ୍ୟାପଟେନ୍‌ କେଏଲ ରାହୁଲ ଓ ସୂର୍ଯ୍ୟ କୁମାର ବାକି କାମ ଶେଷ କରିଛନ୍ତି। ଅଷ୍ଟ୍ରେଲିଆର୨୭୭ ରନ ଜବାବରେ ଭାରତ ୮ ବଲ ପୂର୍ବରୁ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। କ୍ୟାପଟେନ୍‌ କେଏଲ ରାହୁଲ ୬କା ମାରି ମ୍ୟାଚ୍‌ ଶେଷ କରିଛନ୍ତି। ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ୱାଡ ୭୧ ଓ ଶୁବମନ ଗିଲ ୭୪ରନ କରି ଆଉଟ ହୋଇଥିବା ବେଳେ କେଏଲ ରାହୁଲ ୫୮ ରନ ଓ ସୂର୍ଯ୍ୟ କୁମାର ୫୦ରନର ଯୋଗଦାନ ଦେଇ ଦଳ ପାଇଁ ବିଜୟ ଆଣିଦେଇଥିଲେ ।

About The Author: The Sakala