ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଇଂଲଣ୍ଡ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା; ସୂର୍ଯ୍ୟ, କିଶାନ ଓ ତେୱାତିଆ ନୂଆ ମୁହଁ

The Sakala Picture
Published On

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆଗାମୀ ୫ ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜ ଲାଗି ଶନିବାର ଘରୋଇ ଭାରତୀୟ ଦଳ ଘୋଷଣା କରାଯାଇଛି। ଋଷଭ ପନ୍ତ ଘୋଷିତ ୧୯ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଏଥିସହ ସୀମିତ ଓଭର କ୍ରିକେଟକୁ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଅସ୍ଥିର ପ୍ରଦର୍ଶନ ଲାଗି ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ପନ୍ତଙ୍କୁ ବାଦ୍‍ ଦିଆଯାଇଥିଲା। ସେହିଭଳି ନୂଆ ମୁହଁ ଭାବେ ଭାବେ ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଓ ରାହୁଲ ତେୱାତିଆ ପ୍ରଥମଥର ଲାଗି […]

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆଗାମୀ ୫ ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜ ଲାଗି ଶନିବାର ଘରୋଇ ଭାରତୀୟ ଦଳ ଘୋଷଣା କରାଯାଇଛି। ଋଷଭ ପନ୍ତ ଘୋଷିତ ୧୯ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଏଥିସହ ସୀମିତ ଓଭର କ୍ରିକେଟକୁ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଅସ୍ଥିର ପ୍ରଦର୍ଶନ ଲାଗି ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ପନ୍ତଙ୍କୁ ବାଦ୍‍ ଦିଆଯାଇଥିଲା। ସେହିଭଳି ନୂଆ ମୁହଁ ଭାବେ ଭାବେ ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଓ ରାହୁଲ ତେୱାତିଆ ପ୍ରଥମଥର ଲାଗି ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ଝାଡ଼ଖଣ୍ଡ ୱିକେଟ୍‍କିପର କିଶାନ ଚଳିତ ବର୍ଷ ଆଇପିଏଲ୍‍ ସମେତ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ବେଶ୍‍ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେହିଭଳି ଶନିବାରଠାରୁ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫିରେ ଏହି ଝାଡ଼ଖଣ୍ଡ ବ୍ୟାଟ୍ସମ୍ୟାନ ୯୪ ବଲରୁ ୧୭୩ ରନର ବିସ୍ଫୋରକ ଇନିଂସ ଖେଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଭାରତୀୟ ଟି-୨୦ ଦଳ:
ବିରାଟ କୋହଲି (ଅଧିନାୟକ), ରୋହିତ୍‍ ଶର୍ମା (ଉପ-ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଇଶାନ କିଶାନ (ଉଭୟ ୱିକେଟ୍‍କିପର), ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରାହୁଲ ତେୱାତିଆ, ଟି. ନଟରାଜନ, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସଇନୀ ଓ ଶାର୍ଦ୍ଦୁଳ ଠାକୁର।

21 Feb 2021 By The Sakala

ଇଂଲଣ୍ଡ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା; ସୂର୍ଯ୍ୟ, କିଶାନ ଓ ତେୱାତିଆ ନୂଆ ମୁହଁ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆଗାମୀ ୫ ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜ ଲାଗି ଶନିବାର ଘରୋଇ ଭାରତୀୟ ଦଳ ଘୋଷଣା କରାଯାଇଛି। ଋଷଭ ପନ୍ତ ଘୋଷିତ ୧୯ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଏଥିସହ ସୀମିତ ଓଭର କ୍ରିକେଟକୁ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଅସ୍ଥିର ପ୍ରଦର୍ଶନ ଲାଗି ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ପନ୍ତଙ୍କୁ ବାଦ୍‍ ଦିଆଯାଇଥିଲା। ସେହିଭଳି ନୂଆ ମୁହଁ ଭାବେ ଭାବେ ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଓ ରାହୁଲ ତେୱାତିଆ ପ୍ରଥମଥର ଲାଗି ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ଝାଡ଼ଖଣ୍ଡ ୱିକେଟ୍‍କିପର କିଶାନ ଚଳିତ ବର୍ଷ ଆଇପିଏଲ୍‍ ସମେତ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ବେଶ୍‍ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେହିଭଳି ଶନିବାରଠାରୁ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫିରେ ଏହି ଝାଡ଼ଖଣ୍ଡ ବ୍ୟାଟ୍ସମ୍ୟାନ ୯୪ ବଲରୁ ୧୭୩ ରନର ବିସ୍ଫୋରକ ଇନିଂସ ଖେଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଭାରତୀୟ ଟି-୨୦ ଦଳ:
ବିରାଟ କୋହଲି (ଅଧିନାୟକ), ରୋହିତ୍‍ ଶର୍ମା (ଉପ-ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଇଶାନ କିଶାନ (ଉଭୟ ୱିକେଟ୍‍କିପର), ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରାହୁଲ ତେୱାତିଆ, ଟି. ନଟରାଜନ, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସଇନୀ ଓ ଶାର୍ଦ୍ଦୁଳ ଠାକୁର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର