କଟାଗଲା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ସବୁଠୁ ବଡ ନଖ

ନୂଆଦିଲ୍ଲୀ: ସାଧାରଣlତଃ  ଆମମାନଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ ବଡ଼ ନଖ ରଖିବାକୁ ଭଲ ପାଆନ୍ତି। କିନ୍ତୁ ଆପଣ କେବେ ଏପରି ମହିଳାଙ୍କ ବିଷୟରେ ଶୁଣିଛନ୍ତି କି? ଯାହାଙ୍କ ନାମ ଦୁନିଆର ସବୁଠୁ ଲମ୍ବା ନଖ ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ। ଏହି ମହିଳାଙ୍କ ନାମ ଆୟାନା ୱିଲିୟମ। ସେ ଆମେରିକାର ଟେକ୍ସାସରେ ବାସ କରନ୍ତି। ୨୦୧୭ ମସିହାରେ ଆୟନା ତାଙ୍କ ନଖ ପାଇଁ ଚର୍ଚ୍ଚାରେ ଆସିଥିଲେ। ୨୦୧୭ ରେ, ସେ ଦୀର୍ଘତମ […]

ନୂଆଦିଲ୍ଲୀ: ସାଧାରଣlତଃ  ଆମମାନଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ ବଡ଼ ନଖ ରଖିବାକୁ ଭଲ ପାଆନ୍ତି। କିନ୍ତୁ ଆପଣ କେବେ ଏପରି ମହିଳାଙ୍କ ବିଷୟରେ ଶୁଣିଛନ୍ତି କି? ଯାହାଙ୍କ ନାମ ଦୁନିଆର ସବୁଠୁ ଲମ୍ବା ନଖ ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ। ଏହି ମହିଳାଙ୍କ ନାମ ଆୟାନା ୱିଲିୟମ। ସେ ଆମେରିକାର ଟେକ୍ସାସରେ ବାସ କରନ୍ତି। ୨୦୧୭ ମସିହାରେ ଆୟନା ତାଙ୍କ ନଖ ପାଇଁ ଚର୍ଚ୍ଚାରେ ଆସିଥିଲେ। ୨୦୧୭ ରେ, ସେ ଦୀର୍ଘତମ ନଖ ରଖିଥିବାରୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ନାମ ପାଇଥିଲେ। ସେତେବେଳେ ତାଙ୍କ ନଖର ଲମ୍ବ ପ୍ରାୟ ୧୯ ଫୁଟ ଥିଲା।

ଦୀର୍ଘଦିନ ପରେ ଆୟାନା ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ବାସ୍ତବରେ କଥା ହେଉଛି ଯେ ସେ ତାଙ୍କ ନଖ କାଟି ଦେଇଛନ୍ତି। ଗିନିଜ୍ ୱାର୍ଲଡ ରେକର୍ଡ ତାଙ୍କର ଏହି ନଖକଟା ଭିଡିଓ ୟୁଟୁବରେ ସେୟାର କରିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ତାଙ୍କର ଏହି ବଡ଼ ବଡ଼ ନଖକୁ ଏକ ଇଲେକଟ୍ରିକ ଯନ୍ତ୍ର ସାହାଯ୍ୟରେ କଟାଯାଉଛି। ଏହି ଭିଡିଓ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ଯ ହୋଇଯିବେ।

ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଯେ ଆୟାନା ପ୍ରାୟ ୩୦ବର୍ଷ ପରେ ତାଙ୍କର ଏହି ନଖ କାଟିଛନ୍ତି। ନଖ କାଟିବା ପୂର୍ବରୁ ତାଙ୍କ ନଖର ଲମ୍ବ ପୁନର୍ବାର ମାପ କରାଯାଇଥିଲା। ଏହି ସମୟ ମଧ୍ୟରେ ଆୟାନାର ନଖ ପ୍ରାୟ ୨୪ ଫୁଟ ଲମ୍ବ ଥିଲା । ଏହି ଲମ୍ବ ମଧ୍ୟ ତାଙ୍କର ପୁରୁଣା ରେକର୍ଡ ଭାଙ୍ଗିଛି।

ଗିନିଜ ୱାର୍ଲ୍ଡ ରେକର୍ଡ ୱେବସାଇଟ୍ ଅନୁଯାୟୀ, ଏହି ଲମ୍ବା ନଖ ଯୋଗୁଁ ଆୟାନାଙ୍କୁ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ଏହି କାରଣରୁ, ସେମାନଙ୍କୁ ଗାଧୋଇବା, ଖାଇବା, ଧୋଇବା ଭଳି ସରଳ କାର୍ୟ୍ୟ କରିବା ସମୟରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା

ତାଙ୍କର ଏହି କଟା ଯାଇଥିବା ନଖଗୁଡିକ ଫ୍ଲୋରିଡାର ଅର୍ଲାଣ୍ଡୋରେ ଅବସ୍ଥିତ ଏକ ମ୍ୟୁଜିୟମରେ ରଖାଯିବ। ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ମଧ୍ୟ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ସେୟାର କରିଛନ୍ତି।

About The Author: The Sakala