ଲୋକେ ପରସ୍ପର ସହିତ କଥା ହେବା ପାଇଁ ଜଣେ ଅନ୍ୟଜଣକର ନାମ ଧରି ସମ୍ବୋଧନ କରିଥାନ୍ତି। ଭାରତରେ ଏପରି ଏକ ଗାଁ ଅଛି ଯେଉଁଠି ଲୋକେ ପରସ୍ପରର ନାଁ ନନେଇ ବରଂ ସିଟି ବଜାଇ ଡାକିଥାନ୍ତି। ସେହିଭଳି ଗାଁର ସମସ୍ତ ଅଧିବାସୀଙ୍କର ସିଟିର ସ୍ବର ମଧ୍ୟ ଅଲଗା ହୋଇଥାଏ। ଏହି ଗାଁ ସାରା ଭାରତରେ ‘ହୁଇସିଲିଂ ଭିଲେଜ୍’ ଭାବେ ପରିଚିତ। ମେଘାଳୟର ଖାସି ପାହାଡରେ ‘କଙ୍ଗ୍ଥଙ୍ଗ୍’ ନାମକ ଏହି ଗାଁଟି ରହିଛି। ଏହି ଗାଁରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଦୁଇଟି ନାମ ରହିଛି ଗୋଟିଏ ତାର ନିଜସ୍ବ ନାମ ଓ ଅନ୍ୟଟି ସିଟି ଧୁନ୍ ଉପରେ ଆଧାରିତ ନାମ। ଗାଁ ଲୋକେ ପରସ୍ପରକୁ ସିଟି ମାରିବା ନାମରେ ସମ୍ବୋଧନ କରିଥାନ୍ତି। ସାଧାରଣତଃ ଖାସି ସମ୍ପ୍ରଦାୟରେ ପରିବାରର ମୁଖ୍ୟ ମହିଳା ହୋଇଥାନ୍ତି। ଏହି ସମ୍ପ୍ରଦାୟରେ ଜମି ମାଆଠାରୁ ତାଙ୍କର ଝିଅକୁ ସ୍ଥାନାନ୍ତରିତ ହୋଇଥାଏ। କଙ୍ଗଥଙ୍ଗ ଗାଁକୁ ପାହାଡ ଘେରି ରହିଛି। ଏଠାକାର ଲୋକେ କୃଷି କାର୍ଯ୍ୟ କରିଥାଆନ୍ତି। ଏଠାକାର ଲୋକେ ଅଧିକାଂଶ ସମୟ ଘର ଛାଡି ବାହାରେ କାମ କରନ୍ତି। କ୍ଷେତରେ ସେମାନେ ପରସ୍ପରକୁ ହୁଇସିଲ୍ ମାରି ସମ୍ବୋଧନ କରନ୍ତି। ଏଠାରେ ନାଁ ନ ଧରି ପରସ୍ପରକୁ ଡାକିବା ପଛରେ ଏକ ଅନ୍ଧବିଶ୍ବାସ ମଧ୍ୟ ରହିଛି। ଯଦି ଜଙ୍ଗଲରେ କୌଣସି ବ୍ୟକ୍ତିକୁ ତାର ସାଧାରଣ ନାଁ ଡକାଯାଏ, ତେବେ ଏହି ନାଁ ପ୍ରେତାତ୍ମାମାନେ ଶୁଣି ଦିଅନ୍ତି। ଏଥି ଯୋଗୁଁ ସେହି ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାଏ। କୃଷି ବ୍ୟତୀତ ଏହି ଗାଁ ମହୁଚାଷ ପାଇଁ ମଧ୍ୟ ମେଘାଳୟରେ ପ୍ରସିଦ୍ଧ ଲାଭ କରିଛି।
ଏପରି ଏକ ଗାଁ ଯେଉଁଠାରେ ସିଟି ବଜାଇ ଡାକନ୍ତି….
ଲୋକେ ପରସ୍ପର ସହିତ କଥା ହେବା ପାଇଁ ଜଣେ ଅନ୍ୟଜଣକର ନାମ ଧରି ସମ୍ବୋଧନ କରିଥାନ୍ତି। ଭାରତରେ ଏପରି ଏକ ଗାଁ ଅଛି ଯେଉଁଠି ଲୋକେ ପରସ୍ପରର ନାଁ ନନେଇ ବରଂ ସିଟି ବଜାଇ ଡାକିଥାନ୍ତି। ସେହିଭଳି ଗାଁର ସମସ୍ତ ଅଧିବାସୀଙ୍କର ସିଟିର ସ୍ବର ମଧ୍ୟ ଅଲଗା ହୋଇଥାଏ। ଏହି ଗାଁ ସାରା ଭାରତରେ ‘ହୁଇସିଲିଂ ଭିଲେଜ୍’ ଭାବେ ପରିଚିତ। ମେଘାଳୟର ଖାସି ପାହାଡରେ ‘କଙ୍ଗ୍ଥଙ୍ଗ୍’ ନାମକ ଏହି ଗାଁଟି ରହିଛି। ଏହି ଗାଁରେ ପ୍ରତ୍ୟେକ ବ୍ୟକ୍ତିଙ୍କର […]