ବିସ୍ମୟ ବାଳକ; ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ ହିତେନ୍ କୌଶିକ୍‌, ମାତ୍ର ୫ ବର୍ଷ ବୟସରେ ଅନର୍ଗଳଭାବେ ପଢିପାରୁଛନ୍ତି ସଂସ୍କୃତ ଶ୍ଲୋକ ଓ ଶିବ ତାଣ୍ଡବ

ସାଧାରଣତଃ ୫ ବର୍ଷ ବୟସର ଅନେକ ପିଲା ଠିକ୍‌ଭାବେ କଥା କହିପାରନ୍ତି ନାହିଁ। କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଦିଲ୍ଲୀ ସ୍ଥିତ ହିତେନ୍ କୌଶିକ୍‌ଙ୍କ କ୍ଷେତ୍ରରେ। କହ୍ନେୟା ନଗରରେ ରହୁଥିବା କୌଶିକ୍‌ ପ୍ରଖର ସ୍ମରଣଶକ୍ତିର ଅଧିକାରୀ। ୫ ବର୍ଷୀୟ ହିତେନ୍ ସଂସ୍କୃତ ଶ୍ଲୋକ ଓ ଶିବ ତାଣ୍ଡବ ଅନର୍ଗଳଭାବେ ପଢ଼ି ପାରନ୍ତି। କେବଳ ସେତିକି ନୁହେଁ, ତାଙ୍କର ୭୦ଟି ଦେଶ ବିଷୟରେ ଧାରଣା ଅଛି । ଏହା ସହିତ ହିତେନ୍‌ ବର୍ତମାନ ପର୍ଯ୍ୟନ୍ତ ଭାରତର ସମସ୍ତ […]

ସାଧାରଣତଃ ୫ ବର୍ଷ ବୟସର ଅନେକ ପିଲା ଠିକ୍‌ଭାବେ କଥା କହିପାରନ୍ତି ନାହିଁ। କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଦିଲ୍ଲୀ ସ୍ଥିତ ହିତେନ୍ କୌଶିକ୍‌ଙ୍କ କ୍ଷେତ୍ରରେ। କହ୍ନେୟା ନଗରରେ ରହୁଥିବା କୌଶିକ୍‌ ପ୍ରଖର ସ୍ମରଣଶକ୍ତିର ଅଧିକାରୀ। ୫ ବର୍ଷୀୟ ହିତେନ୍ ସଂସ୍କୃତ ଶ୍ଲୋକ ଓ ଶିବ ତାଣ୍ଡବ ଅନର୍ଗଳଭାବେ ପଢ଼ି ପାରନ୍ତି। କେବଳ ସେତିକି ନୁହେଁ, ତାଙ୍କର ୭୦ଟି ଦେଶ ବିଷୟରେ ଧାରଣା ଅଛି । ଏହା ସହିତ ହିତେନ୍‌ ବର୍ତମାନ ପର୍ଯ୍ୟନ୍ତ ଭାରତର ସମସ୍ତ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନାମ ମନେ ରଖିଛନ୍ତି । ଏହାଛଡ଼ା ସମସ୍ତ ସୌରମଣ୍ଡଳ ଓ ମହାଦେଶର ନାମ ମଧ୍ୟ ସେ ସ୍ପଷ୍ଟ ଭାବେ କହିପାରନ୍ତି । ହିତେନ୍ ଙ୍କ ଏହି ଚମତ୍କାର ପ୍ରତିଭା ଦେଖି ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସାମିଲ୍ ହୋଇଛି।

ସୂଚନା ଅନୁଯାୟୀ, ହିତେନ୍ ପିଲାଦିନରୁ ତାଙ୍କ ପିତାମାତାଙ୍କୁ ଅନେକ ପ୍ରଶ୍ନ ପଚାରନ୍ତି। ତାଙ୍କର ପ୍ରଶ୍ନଗୁଡ଼ିକ ଶୁଣି ତାଙ୍କ ପିତାମାତା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ହିତେନ୍ ବିଦ୍ୟାଳୟରେ ମଧ୍ୟ ଶିକ୍ଷକଙ୍କୁ ବହୁ ପ୍ରଶ୍ନ ପଚାରିଥାନ୍ତି। ପିଲାଦିନରୁ ତାଙ୍କର ଏପରି ତୀକ୍ଷ୍ଣ ସ୍ମୃତିଶକ୍ତି ଅଛି ବୋଲି ହିତେନ୍‌ଙ୍କ ବାପା କହିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ହିତେନ୍‌ଙ୍କୁ ମାତ୍ର ତିନି ବର୍ଷ ହୋଇଥିଲା, ସେତେବେଳେ ସେ ମନ୍ଦିରକୁ ଯାଇ ସେଠାରେ ଚାଲିଥିବା ଭଜନ ଗାନ କରୁଥିଲେ। ନିକଟରେ ହିତେନଙ୍କର ସ୍କୁଲରେ ନାମ ଲେଖାଯାଇଛି । କରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ସେ ଅନ୍‌ଲାଇନ୍‌ରେ ଏବେ ପାଠ ପଢୁଛନ୍ତି |

ନିକଟରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ବିସ୍ମୟ ବାଳକ ହିତେନ୍ କୌଶିକ୍‌ ଙ୍କୁ ଭେଟିଛନ୍ତି ଏବଂ ନିଜର “ନୂତନ ଛୋଟ ବନ୍ଧୁ” ରୂପେ ଆଖ୍ୟା ଦେଇଛନ୍ତି। ସେ ତାଙ୍କ ସହ ଏକ ଛବି ଟ୍ୱିଟରରେ ପୋଷ୍ଟ କରିଛନ୍ତି।

About The Author: The Sakala