ଭାରତର ଏପରି ଏକ ଗାଁ, ଯେଉଁଠି ଦୀର୍ଘ ୧୫୦ ବର୍ଷ ହେଲା ହୋଇନି ରଙ୍ଗ ଖେଳ

ଛତିଶଗଡ଼ ରାଜ୍ୟ କୋରବା ଜିଲ୍ଲାର ଖରହରି ଗାଁରେ ୧୫୦ ବର୍ଷରୁ ଊର୍ଦ୍ଧ୍ବ କାଳ ହୋଲି ଖେଳ ହୋଇ ନାହିଁ। ଏହା ପଛରେ ଏକ ଅଘଟଣର କାହାଣୀ ଜଡ଼ିତ। ଗାଁରେ ହୋଲିକା ଦହନ ସମୟରେ ଅଚାନକ ଗାଁର ସବୁ ଘରଗୁଡ଼ିକ ଜଳିଯିବାରୁ ବହୁ ଧନଜୀବନ ନଷ୍ଟ ହୋଇଯାଇଥିଲା। ତା’ ପରଠୁ ଏହି ଗାଁରେ ହୋଲି ଖେଳ ହୋଇନାହିଁ। ସେହିପରି ହୋଲି ପାଳନ ନ କରିବାର ଅନ୍ୟ ଏକ କାହାଣୀ ହେଉଛି, ଏହି ଗାଁର ଜଣେ ବ୍ୟକ୍ତି ହୋଲି ଖେଳିବା […]

ଛତିଶଗଡ଼ ରାଜ୍ୟ କୋରବା ଜିଲ୍ଲାର ଖରହରି ଗାଁରେ ୧୫୦ ବର୍ଷରୁ ଊର୍ଦ୍ଧ୍ବ କାଳ ହୋଲି ଖେଳ ହୋଇ ନାହିଁ। ଏହା ପଛରେ ଏକ ଅଘଟଣର କାହାଣୀ ଜଡ଼ିତ। ଗାଁରେ ହୋଲିକା ଦହନ ସମୟରେ ଅଚାନକ ଗାଁର ସବୁ ଘରଗୁଡ଼ିକ ଜଳିଯିବାରୁ ବହୁ ଧନଜୀବନ ନଷ୍ଟ ହୋଇଯାଇଥିଲା। ତା’ ପରଠୁ ଏହି ଗାଁରେ ହୋଲି ଖେଳ ହୋଇନାହିଁ। ସେହିପରି ହୋଲି ପାଳନ ନ କରିବାର ଅନ୍ୟ ଏକ କାହାଣୀ ହେଉଛି, ଏହି ଗାଁର ଜଣେ ବ୍ୟକ୍ତି ହୋଲି ଖେଳିବା ପାଇଁ ଅନ୍ୟ ଏକ ଗାଁକୁ ଯାଇଥିଲେ ଏବଂ ଫେରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଏକ ଲୋକକଥା ଅନୁସାରେ, ଗାଁର ଦେବୀ ମଣ୍ଡବାରାଣୀ ସ୍ବପ୍ନାଦେଶ କରି, ହୋଲି ନ ଖେଳିବା ପାଇଁ କହିଥିଲେ। ଦେବୀଙ୍କ ଆଦେଶ ଅନୁଯାୟୀ ଏଠାରେ ହୋଲି ପର୍ବ ପାଳନ କରାଯାଏ ନାହିଁ।

About The Author: The Sakala