ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୩ ଅକ୍ଟୋବର ୧୯୯୨ ମସିହାରେ ମିସେଲ୍ଙ୍କୁ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ବାରାକ୍ ଓ ମିସେଲ୍ଙ୍କ ଯୋଡ଼ିକୁ ବିଶ୍ବର ଏକ ଆଦର୍ଶ ଦମ୍ପତି ଭାବେ ବିବେଚନା କରାଯାଏ। ଏକଦା ଏକ ସାକ୍ଷାତକାରରେ ଓବାମାଙ୍କ ପ୍ରଶଂସା କରି ମିସେଲ୍ କହିଥିଲେ ଯେ, ସେ ଜଣେ ଭଲ ସ୍ବାମୀ ଓ ବନ୍ଧୁ। ସେ ଏପରି ଜଣେ ବ୍ୟକ୍ତି ଯାହାଙ୍କ ସହିତ ଜୀବନର ପଥ ସୁଗମ ହୋଇଉଠିଛି। ଯେଉଁ ଯୁବକମାନେ ବିବାହ କରିବାକୁ ଯାଉଛନ୍ତି ନିକଟରେ ସେମାନଙ୍କ ପାଇଁ ଓବାମା କିଛି ଉପଦେଶ ଦେଇଛନ୍ତି। ସେ କହିଛନ୍ତି ଯେ-
-
ବିବାହ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। କାରଣ ଆପଣଙ୍କୁ ସେହି ଲୋକ ସହ ସାରା ଜୀବନ କାଟିବାକୁ ହୋଇଥାଏ। ତେଣୁ ଏଭଳି ଏକ ନିଷ୍ପତ୍ତି ଭାବିଚିନ୍ତି ନେବା ଆବଶ୍ୟକ। ଆପଣଙ୍କର ଏକ ଭୁଲ୍ ନିଷ୍ପତ୍ତି ପୂରା ଜୀବନକୁ ନଷ୍ଟ କରିଦେବ।
-
ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ନିଜକୁ ଏହି ପ୍ରଶ୍ନ ପଚାରିବାକୁ ହେବ ଯେ, ଆପଣ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ଆପଣଙ୍କୁ କେତେ ଭଲ ଲାଗନ୍ତି। ତାଙ୍କ କଥାବାର୍ତ୍ତା, ବ୍ୟବହାର ଆପଣଙ୍କୁ ବିରକ୍ତ କରୁନାହିଁ ତ?
-
ଯାହାକୁ ଆପଣ ବିବାହ କରିବାକୁ ଚାହୁଁଛନ୍ତି, ତାଙ୍କର ସ୍ବଭାବ କିପରି ଓ ସେ ଆପଣଙ୍କୁ ହସାଇ ବା ଖୁସିରେ ରଖି ପାରିବେ ତ ?
-
ଆପଣଙ୍କ ଜୀବନସାଥୀ ଦାୟିତ୍ବ ନେବାକୁ ସମର୍ଥ କି ନାହିଁ, ତାହା ଜାଣିବା ମଧ୍ୟ ଆବଶ୍ୟକ। ଆପଣଙ୍କ ପିଲାର ସେ ଜଣେ ଭଲ ମା’ ହୋଇପାରିବେ ତ, ତାହା ମଧ୍ୟ ଜାଣି ରଖନ୍ତୁ।