ପ୍ରେମିକାକୁ ମନାଇବା ପାଇଁ ଲଭ୍‌ ଗାର୍ଡେନ୍‌

ସାଧାରଣତଃ ପ୍ରେମିକାଟିଏ ରାଗିଗଲେ ତାକୁ ମନାଇବା ପାଇଁ ପ୍ରେମିକମାନେ ସବୁ ପ୍ରକାରର ଚେଷ୍ଟା ଚଳାଇଥାନ୍ତି। କିଏ ମହଙ୍ଗା ଉପହାର ଦେଇଥାଏ ତ ପୁଣି କିଏ ତାର ମନପସନ୍ଦର ଜିନିଷ ଉପହାରରେ ଦେଇ ମନେଇବା ପାଇଁ ଚେଷ୍ଟା କରିଥାଏ। ନିକଟରେ ଚୀନର ଜ୍ୟୁ ନାମକ ଜଣେ ୩୦ ବର୍ଷୀୟ ଯୁବକ ତାଙ୍କ ପ୍ରେମିକାକୁ ମନାଇବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଥିଲେ। ସେ ତାଙ୍କ ପ୍ରେମିକାକୁ ମନାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ […]

ସାଧାରଣତଃ ପ୍ରେମିକାଟିଏ ରାଗିଗଲେ ତାକୁ ମନାଇବା ପାଇଁ ପ୍ରେମିକମାନେ ସବୁ ପ୍ରକାରର ଚେଷ୍ଟା ଚଳାଇଥାନ୍ତି। କିଏ ମହଙ୍ଗା ଉପହାର ଦେଇଥାଏ ତ ପୁଣି କିଏ ତାର ମନପସନ୍ଦର ଜିନିଷ ଉପହାରରେ ଦେଇ ମନେଇବା ପାଇଁ ଚେଷ୍ଟା କରିଥାଏ। ନିକଟରେ ଚୀନର ଜ୍ୟୁ ନାମକ ଜଣେ ୩୦ ବର୍ଷୀୟ ଯୁବକ ତାଙ୍କ ପ୍ରେମିକାକୁ ମନାଇବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଥିଲେ। ସେ ତାଙ୍କ ପ୍ରେମିକାକୁ ମନାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଲଭ୍‌ ଆଇଲ୍ୟାଣ୍ଡ ତିଆରି କରିଥିଲେ। ଜ୍ୟୁ ଏବାବଦରେ ସେ  ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ସେ ଏହି ଦ୍ବୀପରେ ଗୋଲାପି ରଙ୍ଗର ଫୁଲଗଛ ଲଗାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକର କଥା ହେଉଛି, ଏଠାରେ ଥିବା ଘାସଗୁଡ଼ିକର ରଙ୍ଗ ମଧ୍ୟ ଗୋଲାପି। ବହୁତଗୁଡ଼ିଏ ଚେରି ଗଛ ମଧ୍ୟ ସେ ଏଠାରେ ଲଗାଇଛନ୍ତି। ସେ ମଧ୍ୟ ଏକ ସୁନ୍ଦର ପୋଲଟିଏ ନିର୍ମାଣ କରିଛନ୍ତି। ଜ୍ୟୁ ଏସବୁ କରିବା ପରେ ତାଙ୍କ ପ୍ରେମିକାଙ୍କ ହୃଦୟ ତରଳି ନଥିଲା। ସେ ଜ୍ୟୁଙ୍କ କହିଥିଲେ ଯେ, ମୁଁ ଆଉ ଫେରି ପାରିବି ନାହିଁ କିନ୍ତୁ ତମକୁ ଆଉ ଜଣେ ଭଲ ଜୀବନସାଥୀ ମିଳିବ।  ଜ୍ୟୁଙ୍କର ଏହି ଲଭ୍ ଆଇଲ୍ୟାଣ୍ଡ ଏବେ ଏକ ରୋମାଣ୍ଟିକ୍ ସ୍ପଟ୍‌ରେ ପରିଣତ ହୋଇଛି।

About The Author: The Sakala