ଆଜି ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ଦିବସ

ନୃତ୍ୟ ହେଉଛି ଆମ ସଂସ୍କୃତିର ଏକ ଆକର୍ଷଣୀୟ ବିଭବ। ସିନେମାରୁ ଆରମ୍ଭ କରି ଉତ୍ସବ, ମହୋତ୍ସବ ପର୍ଯ୍ୟନ୍ତ ନୃତ୍ୟ ବିନା ସବୁକିଛି ଅଧୁରା। ଅବଶ୍ୟ ଇଣ୍ଟରନେଟ୍‌ ଓ ଟେଲିଭିଜନ ଭଳି ମନୋରଞ୍ଜନ ମାଧ୍ୟମ ଆସିବା ପରେ ପାରମ୍ପରିକ ଲୋକନୃତ୍ୟ ପରିବର୍ତ୍ତେ ଆଧୁନିକ ନୃତ୍ୟ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛି। ଜୁମ୍ବା, ହିପ୍‌ହପ୍‌, ରୋବୋଟିକ୍‌ ଡ୍ୟାନ୍ସ, ମୁନ୍‌ୱାକ୍‌, ସାମ୍ବା, ସାଲ୍‌ସା, ବଲିଉଡ୍‌, ବେଲି ଡ୍ୟାନ୍ସ, ବ୍ରେକ୍‌ ଡ୍ୟାନ୍ସ, ଟ୍ୟାପ୍‌, ଜାଜ୍‌, ପାୱାର ମୁଭ୍‌ସ ଭଳି ଶତାଧିକ ଆଧୁନିକ ନୃତ୍ୟଶୈଳୀ […]

ନୃତ୍ୟ ହେଉଛି ଆମ ସଂସ୍କୃତିର ଏକ ଆକର୍ଷଣୀୟ ବିଭବ। ସିନେମାରୁ ଆରମ୍ଭ କରି ଉତ୍ସବ, ମହୋତ୍ସବ ପର୍ଯ୍ୟନ୍ତ ନୃତ୍ୟ ବିନା ସବୁକିଛି ଅଧୁରା। ଅବଶ୍ୟ ଇଣ୍ଟରନେଟ୍‌ ଓ ଟେଲିଭିଜନ ଭଳି ମନୋରଞ୍ଜନ ମାଧ୍ୟମ ଆସିବା ପରେ ପାରମ୍ପରିକ ଲୋକନୃତ୍ୟ ପରିବର୍ତ୍ତେ ଆଧୁନିକ ନୃତ୍ୟ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛି। ଜୁମ୍ବା, ହିପ୍‌ହପ୍‌, ରୋବୋଟିକ୍‌ ଡ୍ୟାନ୍ସ, ମୁନ୍‌ୱାକ୍‌, ସାମ୍ବା, ସାଲ୍‌ସା, ବଲିଉଡ୍‌, ବେଲି ଡ୍ୟାନ୍ସ, ବ୍ରେକ୍‌ ଡ୍ୟାନ୍ସ, ଟ୍ୟାପ୍‌, ଜାଜ୍‌, ପାୱାର ମୁଭ୍‌ସ ଭଳି ଶତାଧିକ ଆଧୁନିକ ନୃତ୍ୟଶୈଳୀ ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଛି।

ସାରା ବିଶ୍ବରେ ଯେତେପ୍ରକାରର ନୃତ୍ୟଧାରା ରହିଛି ତା’ର ପ୍ରଚାର ପ୍ରସାର କରିବା, ଏହି କଳାକୁ ବଞ୍ଚାଇ ରଖିବା ପାଇଁ ସରକାର ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପ୍ରୋତ୍ସାହନ ହାସଲ କରିବା ଉଦ୍ଦେଶ୍ୟରେ ଏପ୍ରିଲ୍ ୨୯ ତାରିଖକୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ଭାବେ ପାଳନ କରାଯାଉଛି। ୟୁନେସ୍କୋ ସହଯୋଗରେ ଇଣ୍ଟରନ୍ୟାସନାଲ୍ ଥିଏଟର୍‌ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ୧୯୮୨ ମସିହା ଏପ୍ରିଲ୍ ୨୯ ତାରିଖରେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା। ସେବେଠାରୁ ଏହି ଦିବସ ପାଳନ କରାଯାଉଛି।

ଏହା ହେଉଛି ଆଧୁନିକ ବାଲେଟ୍‌ ନୃତ୍ୟ ସ୍ରଷ୍ଟା ଜିନ୍‌ ଜର୍ଜସ ନୋଭରେଙ୍କ ଜନ୍ମ ଦିବସ। ସେ ୧୭୨୭ ମସିହା ଏପ୍ରିଲ ୨୯ ତାରିଖରେ ପ୍ୟାରିସ୍‌ରେ ଜନ୍ମ ହୋଇଥିଲେ। ନୃତ୍ୟ କଳା ସହ ଜଡ଼ିତ କଳାକାରମାନେ ଏହି ଦିବସକୁ ପାଳନ କରିଥାନ୍ତି। ଭାରତର କୋଣ ଅନୁକୋଣରେ ଅନେକ ଶାସ୍ତ୍ରୀୟ ଓ ଲୋକନୃତ୍ୟ ପ୍ରଚଳିତ। ଭାରତରେ ନୃତ୍ୟ ଇତିହାସ କେତେ ପ୍ରାଚୀନ, ତାହା ପୁରାଣ ଶାସ୍ତ୍ରରୁ ସୂଚନା ମିଳିଥାଏ। ଭଗବାନ ଶିବଙ୍କ ତାଣ୍ଡବ ନୃତ୍ୟ, ସ୍ବର୍ଗପୁରରେ ଦେବରାଜ ଇନ୍ଦ୍ରଙ୍କ ସମ୍ମୁଖରେ ଅପ୍ସରାମାନେ ନୃତ୍ୟ ପରିବେଷଣ କଥା ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ପରମ୍ପରା ପରବର୍ତ୍ତୀ ସମୟରେ ରାଜରାଜୁଡ଼ା ଶାସନରେ ମଧ୍ୟ ଦେଖିବାକୁ ମିଳିଲା। ଭାରତର ଶାସ୍ତ୍ରୀୟ ନୃତ୍ୟର ଆଦର ସାରା ବିଶ୍ବରେ। ଯେଉଁଥିରେ ଓଡ଼ିଶୀ, ଭାରତନାଟ୍ୟମ୍‌, କୁଚୁପୁଡ଼ି, ମୋହିନୀଅଟ୍ଟମ୍‌,ମଣିପୁରୀ, କଥାକଳି ଆଦି ରହିଛି। ଆମ ଓଡ଼ିଶାରେ ମଧ୍ୟ ନୃତ୍ୟର ଅନେକ ଧାରା ରହିଛି।

About The Author: The Sakala