ଜାଣନ୍ତୁ ଦୀପାବଳିରେ କଣ ରହିଛି ଦୀପଦାନର ମହତ୍ତ୍ୱ ଏବଂ ଦୀପଦାନର ବିଧି

ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିିକୁ ନେଇ ଆସିଛିି ଦୀପାବଳି , ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ହେଉଛି ପବିତ୍ର ଦୀପାବଳି । ଆଜି ଦୀପାବଳିରେ ଗାଁ’ଠୁ ସହର ଉôସବମୁଖର । ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳିକୁ। ହିନ୍ଦୁ ପରାମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ […]

ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିିକୁ ନେଇ ଆସିଛିି ଦୀପାବଳି , ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ହେଉଛି ପବିତ୍ର ଦୀପାବଳି । ଆଜି ଦୀପାବଳିରେ ଗାଁ’ଠୁ ସହର ଉôସବମୁଖର । ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳିକୁ। ହିନ୍ଦୁ ପରାମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ଏହା ଏକ ପ୍ରକାର ସକାରାତ୍ମକ ଶକ୍ତି। ତେଣୁ ଏହି ଦିନ ଘରକୁ ଆଲୋକରେ ସଜାଇ ଲୋକେ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଆଲୋକ ଜାଳନ୍ତି ବୋଲି କୁହାଯାଏ।କୁହାଯାଏ କି, ଅନ୍ଧାରକାର ନକାରାତ୍ମକ ଶକ୍ତିକୁ ଅଧିକ ପ୍ରଭାବଶାଳୀ କରିଦିଏ। ଏହି ଅନ୍ଧକାର ଏବଂ ନକାରାତ୍ମକ ଶକ୍ତି ଉପରେ ବିଜୟ ହାସଲ କରିବାକୁ ଆଲୋକର ଆବଶ୍ୟକତା ପଡ଼େ। ତେଣୁ ଅମାବାସ୍ୟାର ଅନ୍ଧକାରକୁ ଦୂର କରିବା ପାଇଁ ସାରା ବିଶ୍ୱରେ ଆଲୋକ ଜାଳନ୍ତି। ଏହାଛଡ଼ା ଚାରିଆଡ଼େ ଆଲୋକିତ ହେଉଥିବା ରଶ୍ମୀ ଏକପ୍ରକାର ଏକାଗ୍ରତାର ପରିଚୟ ବି ଦିଏ।

ଦୀପଦାନର ମହତ୍ତ୍ୱ

ଦୀପ ହେଉଛି ଜ୍ଞାନ, ପ୍ରକାଶ, ଆଲୋକ, ଭୟନାଶକ ଏବଂ ବିପତ୍ତି ଓ ଅନ୍ଧକାର ବିନାଶର ପ୍ରତୀକ। ତନ୍ତ୍ର, ମନ୍ତ୍ର ଏବଂ ଆଧ୍ୟାତ୍ମିକତାରେ ଏହାର ଏକ ବିଶିଷ୍ଟ ସ୍ଥାନ ରହିଛି। ସାତ୍ତ୍ଵିକ ସାଧନା ପାଇଁ ଘିଅଦୀପ ଏବଂ ତାନ୍ତ୍ରିକ ସାଧନା ପାଇଁ ତେଲଦୀପ ଜଳା ଯାଇଥାଏ। ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ ମଧ୍ୟ ପୃଥକ ଭାବରେ ଦୀପ ବ୍ୟବହୃତ କରାଯାଇ ଥାଏ। ଦୀପ ପାତ୍ରର ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ମାଟିର ଦୀପ ସାତ୍ତ୍ଵିକ କାର୍ୟ୍ୟରେ ଏବଂ ଧାତୁର ଦୀପ ତାନ୍ତ୍ରିକ କାର୍ୟ୍ୟ ପାଇଁ ପ୍ରୟୋଗ କରାଯାଏ। ଧାର୍ମିକ ଦୃଷ୍ଟିକୋଣରୁ କୌଣସି ବିପତ୍ତି ନିବାରଣ ପାଇଁ ଦୀପଦାନ ସର୍ବୋତ୍ତମ ଉପାୟ ହୋଇଥାଏ। ବିଶ୍ୱାସ ରହିଛି ଯେ ଦୀପ ଜାଳିବା ଦ୍ୱାରା ପରିବେଶରେ ସକରାତ୍ମକତା ଆସିଥାଏ। ଦୀପର ଆଲୋକ ଯେଉଁ ସ୍ଥାନ ଯାଏଁ ପହଞ୍ଚିଥାଏ, ସେହି ସ୍ଥାନରୁ ନକାରାତ୍ମକତା ଚାଲିଯାଏ। ପୂଜାରେ ଦୀପ ଜାଳିବା ଦ୍ୱାରା ସୂର୍ୟ୍ୟ ଏବଂ ଚନ୍ଦ୍ରର ରହିଥିବା କୁପ୍ରଭାବ ଦୂର ହୋଇଥାଏ। ପୁରାଣରେ କୁହାଯାଇଛି ଯେ ପୂଜା ସମୟରେ ଘିଅ ଏବଂ ତେଲର ଦୀପ ଜଳାଯାଏ। ଘରେ ଯେତେବେଳେ ପୂଜା ହୁଏ, ଦୀପ ଜଳାଯାଏ। ତେବେ, ଦୀପାବଳୀରେ ଦୀପ ଜାଳିବାର ଏକ ଅଲଗା ମହତ୍ତ୍ୱ ରହିଛି। ଏହି ପର୍ବକୁ ଦୀପତ୍ସୋବ ମଧ୍ୟ କୁହାଯାଏ। ଦୀପ ଜାଳିବା ଅର୍ଥ ଜୀବନରୁ ଅନ୍ଧକାର ଦୂର କରିବା ଏବଂ ଆଲୋକ ବିସ୍ତାର କରିବା। ଆଲୋକ ହେଉଛି ଜ୍ଞାନର ପ୍ରତୀକ। ସେଥିପାଇଁ ପୂଜାରେ ଦୀପ ଜାଳିବା ଦ୍ୱାରା ଆମେ ଜୀବନରୁ ଅନ୍ଧକାର ଚାଲିଯାଇ ଥାଏ। ଦୀପଦାନ ଦ୍ୱାରା ଅଗ୍ନିଦେବ ସନ୍ତୁଷ୍ଟ ହୁଅନ୍ତି ଏବଂ ଜୀବନର ଅନେକ ସମସ୍ୟାରୁ ରକ୍ଷା କରନ୍ତି। ଏହା ବ୍ୟତୀତ ପୂଜାରେ ଦୀପ ଜାଳିବାର ଅନେକ ଲାଭ ଏବଂ ବିଶ୍ୱାସ ଅଛି।

ଦୀପଦାନର ବିଧି

  • ଦୀପ ଜାଳିବା ଦ୍ୱାରା ଘରେ ସକରାତ୍ମକ ଉର୍ଜା ଉତ୍ପନ ହୋଇଥାଏ ଏବଂ ଘରେ ବାତାବରଣ ସକରାତ୍ମକ ଶକ୍ତି ସହିତ ସନ୍ତୁଳିତ ରହିଥାଏ।
  • ସନ୍ଧ୍ୟାରେ ଦୀପ ଜାଳିବା ଦ୍ୱାରା ଲକ୍ଷ୍ମୀ ମାତା ପ୍ରଶନ୍ନ ହୁଅନ୍ତି। ସେଥିପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଘରେ ଦୀପ ଜାଳିବା ଉଚିତ୍।
  • ଦୀପ ପ୍ରଜ୍ବଳନ ଅନ୍ଧକାରକୁ ଦୂର କରି ଘରକୁ ଆଲୋକ ଦେଇଥାଏ, ଯାହାଫଳରେ ପରିବାରର ପରିବେଶ ସୁଖଦ ରହିଥାଏ।
  • ବିଶ୍ୱାସ କରାଯାଏ ଯେ ଅଗ୍ନି ଦେବଙ୍କୁ ସାକ୍ଷୀ ଭାବରେ ମାନି, ଦୀପଦାନ କରି ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସଫଳତା ପ୍ରାପ୍ତି ହୋଇଥାଏ।
  • ପୂଜାରେ ଦୀପ ଜାଳିବା ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ରହିଥିବା ଦୁର୍ବଳତା ଦୂର ହୋଇଯାଏ।
  • ଦୀପ ପ୍ରଜ୍ଜ୍ୱଳନ ଦ୍ୱାରା ନକାରାତ୍ମକ ଶକ୍ତି ସମାପ୍ତ ହୋଇଥାଏ ଏବଂ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଥାଏ। ରୋଗଠାରୁ ମଣିଷକୁ ଦୂରଇ ରଖେ। ଦୀପ ଜ୍ୟୋତି ଆରୋଗ୍ୟ ରଖିବାରେ ସାହାଯ୍ୟ କରେ।
  •  ଦୀପ ଜାଳିବା ଦ୍ୱାରା ଘରେ ଥିବା କ୍ଷତିକାରକ ଜୀବାଣୁ ଏବଂ ଭୂତାଣୁ ନଷ୍ଟ ହୋଇଯାଆନ୍ତି।

About The Author: The Sakala