କାର୍ ନୁହେଁ, ଇଲେକ୍ଟ୍ରିକ୍ ବାଇକ୍‌ରେ ବାହା ହେବାକୁ ଆସିଲା ବର

ଏବେ ବାହାଘରଗୁଡ଼ିକ ବେଶ୍ ଧୁମଧାମରେ ଅନୁଷ୍ଠିତ ହେଉଛି। ଏହି ଗୋଟିଏ ଦିନ ପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ବୁହାଇ ଦେଉଛନ୍ତି। କିନ୍ତୁ ନିକଟରେ ଏକ ବାହାଘର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଏହି ବାହାଘର ଫଟୋଟିକୁ ଆଇଏଏସ୍‌ ଅଫିସର୍‌ ସୁପ୍ରିୟା ସାହୁ ଟ୍ବିଟରରେ ସେୟାର କରି ଲେଖିଛନ୍ତି ଯେ, ‘ବର ଘୋଡ଼ା କିମ୍ବା କାର୍‌ରେ ବାହା ହେବାକୁ ନ ଆସି ଇଲେକ୍ଟ୍ରିକ୍‌ ବାଇକ୍‌ରେ ଆସିଥିଲା। କନ୍ୟା-ବର ପରସ୍ପରକୁ ଫୁଲମାଳ ନ […]

ଏବେ ବାହାଘରଗୁଡ଼ିକ ବେଶ୍ ଧୁମଧାମରେ ଅନୁଷ୍ଠିତ ହେଉଛି। ଏହି ଗୋଟିଏ ଦିନ ପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ବୁହାଇ ଦେଉଛନ୍ତି। କିନ୍ତୁ ନିକଟରେ ଏକ ବାହାଘର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଏହି ବାହାଘର ଫଟୋଟିକୁ ଆଇଏଏସ୍‌ ଅଫିସର୍‌ ସୁପ୍ରିୟା ସାହୁ ଟ୍ବିଟରରେ ସେୟାର କରି ଲେଖିଛନ୍ତି ଯେ, ‘ବର ଘୋଡ଼ା କିମ୍ବା କାର୍‌ରେ ବାହା ହେବାକୁ ନ ଆସି ଇଲେକ୍ଟ୍ରିକ୍‌ ବାଇକ୍‌ରେ ଆସିଥିଲା। କନ୍ୟା-ବର ପରସ୍ପରକୁ ଫୁଲମାଳ ନ ପିନ୍ଧାଇ ତୁଳସୀପତ୍ର ମାଳ ପିନ୍ଧାଇଥିଲେ। ବେଶ୍ ଚମତ୍କାର ଏହି ଇକୋ-ଫ୍ରେଣ୍ଡଲି ବାହାଘର। ମାଧୁରୀ ଓ ଆଦିତ୍ୟଙ୍କୁ ଅଭିନନ୍ଦନ।’

ବାହାଘର ଫଟୋରେ ଦେଖାଯାଉଥିବା ଦମ୍ପତି ମାଧୁରୀ-ଆଦିତ୍ୟ ବୋଲି ଜଣାପଡିଛି। ସେମାନେ ସ୍କୁଲବେଳର ସାଙ୍ଗ। ଏହି ଦୁଇଜଣ ପ୍ରକୃତିପ୍ରେମୀ ବୋଲି ଜଣାପଡିଛି। ବାହାଘରରେ ସାଜସଜ୍ଜାଠାରୁ ଆରମ୍ଭ କରି ରୋଶଣି ପର୍ଯ୍ୟନ୍ତ ଇକୋ ଫ୍ରେଣ୍ଡଲି ଜିନିଷର ସାହାଯ୍ୟ ନିଆଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି ବର ତାର ବନ୍ଧୁ ପରିଜନଙ୍କ ସହିତ ଇଲେକ୍ଟ୍ରିକ୍‌ ବାଇକ୍‌ରେ ରୋଶଣି କରି ଆସିଥିଲା।

About The Author: The Sakala