ଜୀବନଶୈଳୀ ଜନିତ ବିକାରରୁ ହୋଇପାରେ ଆଲଜାଇମର୍‌

Madhusudan Das Picture
Published On

ଆଲଜାଇମର୍‌ ଏକ ବୟସାଧିକ୍ୟ ରୋଗ। ଏହା ୬୦ରୁ ୬୫ ବର୍ଷ ପରେ ଆରମ୍ଭ ହୋଇଥାଏ। ପ୍ରଥମେ ସ୍ମରଣଶକ୍ତି କମିଯାଏ। ଧୀରେ ଧୀରେ ଜଣେ ନିତିଦିନଆ କାମ କରିବାରେ ଅସୁବିଧା ଭୋଗନ୍ତି। ଏହା ମସ୍ତିଷ୍କର ଏକ ଜଟିଳ ପ୍ରକ୍ରିୟାଯୋଗୁଁ ସ୍ନାୟୁ ନଷ୍ଟ ହେଲେ ହୋଇଥାଏ। ତାଛଡ଼ା ମସ୍ତିଷ୍କରେ ଆଘାତ ହୋଇଥିଲେ ମାନସିକ ଅବସାଦ ଓ ଉଚ୍ଚ ରକ୍ତଚାପ ରୋଗର ସମ୍ଭାବନାକୁ ବଢ଼ାଇଦିଏ। ଏବେ କିନ୍ତୁ ୩୦ରୁ ୪୦ ବର୍ଷର ବ୍ୟକ୍ତି ଆଲଜାଇମର୍‌ରେ ପୀଡ଼ିତ ହେଉଛନ୍ତି। 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ଯେଉଁମାନଙ୍କ ପରିବାରରେ କେହି ଆଲଜାଇମର୍‌ରେ ପୀଡ଼ିତ ଥାଆନ୍ତି, ସେମାନଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ। କାରଣ ଜେନେଟିକ୍‌ ମ୍ୟୁଟେସନ୍‌ ଏହି ରୋଗକୁ କମ୍‌ ବୟସରୁ ଆରମ୍ଭ କରିପାରେ।  ଜୀବନଶୈଳୀ ଜନିତ ବିକାର ଯଥା- ଚିନ୍ତା, ନିଦ୍ରାହୀନତା, ଭିଟାମିନ୍‌ ବି- ୧୨ ଅଭାବ, ଶାରୀରିକ ନିଷ୍କ୍ରିୟତା ଆଦି ଯୋଗୁ ବେଳେ ବେଳେ ଜଣେ କିଛି କଥାକୁ ଭୁଲି ଯାଆନ୍ତି। ଉଚ୍ଚରକ୍ତଚାପ, ମଧୁମେହ, ଧୂମପାନ ଆଦି ଏହି ରୋଗ ଆଶଙ୍କାକୁ ବଢ଼ାଇ ଦିଏ। ଯାହାଫଳରେ ଆଜିକାଲିର  ଯୁବପିଢ଼ି ବହୁତ  ଛୋଟ ଛୋଟ କଥା  ଭୁଲିଯାଆନ୍ତି। ସହଜରେ କାହାକୁ ଚିହ୍ନି ପାରନ୍ତିନି। ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରନ୍ତି । 

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଉପରୋକ୍ତ ଲକ୍ଷଣ  ଅନୁସାରେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଜରୁରି। ପୀଡ଼ିତଙ୍କୁ ଅଳ୍ପ ଅଳ୍ପ ଖାଇବାକୁ ଦେବା, ପରିବାର ଲୋକଙ୍କ ସହଯୋଗ ଆବଶ୍ୟକ ହୋଇଥାଏ। ଦୈନିକ ବ୍ୟାୟାମ କରିବା ହିତକର।  କ୍ରସୱାର୍ଡ ପଜଲ, ସୁଡ଼ୋଗୁ ସମାଧାନ କରିପାରିବେ। ଧୂମପାନଠାରୁ ଦୂରେଇ ରୁହନ୍ତୁ। ଦୈନିକ ଖାଦ୍ୟରେ ଫଳ, ପରିବା ସାମିଲ କରି ପର୍ଯ୍ୟାପ୍ତ ପାଣି ପିଇବା ଆବଶ୍ୟକ।

26 Oct 2025 By Madhusudan Das

ଜୀବନଶୈଳୀ ଜନିତ ବିକାରରୁ ହୋଇପାରେ ଆଲଜାଇମର୍‌

ଆଲଜାଇମର୍‌ ଏକ ବୟସାଧିକ୍ୟ ରୋଗ। ଏହା ୬୦ରୁ ୬୫ ବର୍ଷ ପରେ ଆରମ୍ଭ ହୋଇଥାଏ। ପ୍ରଥମେ ସ୍ମରଣଶକ୍ତି କମିଯାଏ। ଧୀରେ ଧୀରେ ଜଣେ ନିତିଦିନଆ କାମ କରିବାରେ ଅସୁବିଧା ଭୋଗନ୍ତି। ଏହା ମସ୍ତିଷ୍କର ଏକ ଜଟିଳ ପ୍ରକ୍ରିୟାଯୋଗୁଁ ସ୍ନାୟୁ ନଷ୍ଟ ହେଲେ ହୋଇଥାଏ। ତାଛଡ଼ା ମସ୍ତିଷ୍କରେ ଆଘାତ ହୋଇଥିଲେ ମାନସିକ ଅବସାଦ ଓ ଉଚ୍ଚ ରକ୍ତଚାପ ରୋଗର ସମ୍ଭାବନାକୁ ବଢ଼ାଇଦିଏ। ଏବେ କିନ୍ତୁ ୩୦ରୁ ୪୦ ବର୍ଷର ବ୍ୟକ୍ତି ଆଲଜାଇମର୍‌ରେ ପୀଡ଼ିତ ହେଉଛନ୍ତି। 

ଯେଉଁମାନଙ୍କ ପରିବାରରେ କେହି ଆଲଜାଇମର୍‌ରେ ପୀଡ଼ିତ ଥାଆନ୍ତି, ସେମାନଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ। କାରଣ ଜେନେଟିକ୍‌ ମ୍ୟୁଟେସନ୍‌ ଏହି ରୋଗକୁ କମ୍‌ ବୟସରୁ ଆରମ୍ଭ କରିପାରେ।  ଜୀବନଶୈଳୀ ଜନିତ ବିକାର ଯଥା- ଚିନ୍ତା, ନିଦ୍ରାହୀନତା, ଭିଟାମିନ୍‌ ବି- ୧୨ ଅଭାବ, ଶାରୀରିକ ନିଷ୍କ୍ରିୟତା ଆଦି ଯୋଗୁ ବେଳେ ବେଳେ ଜଣେ କିଛି କଥାକୁ ଭୁଲି ଯାଆନ୍ତି। ଉଚ୍ଚରକ୍ତଚାପ, ମଧୁମେହ, ଧୂମପାନ ଆଦି ଏହି ରୋଗ ଆଶଙ୍କାକୁ ବଢ଼ାଇ ଦିଏ। ଯାହାଫଳରେ ଆଜିକାଲିର  ଯୁବପିଢ଼ି ବହୁତ  ଛୋଟ ଛୋଟ କଥା  ଭୁଲିଯାଆନ୍ତି। ସହଜରେ କାହାକୁ ଚିହ୍ନି ପାରନ୍ତିନି। ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରନ୍ତି । 

ଉପରୋକ୍ତ ଲକ୍ଷଣ  ଅନୁସାରେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଜରୁରି। ପୀଡ଼ିତଙ୍କୁ ଅଳ୍ପ ଅଳ୍ପ ଖାଇବାକୁ ଦେବା, ପରିବାର ଲୋକଙ୍କ ସହଯୋଗ ଆବଶ୍ୟକ ହୋଇଥାଏ। ଦୈନିକ ବ୍ୟାୟାମ କରିବା ହିତକର।  କ୍ରସୱାର୍ଡ ପଜଲ, ସୁଡ଼ୋଗୁ ସମାଧାନ କରିପାରିବେ। ଧୂମପାନଠାରୁ ଦୂରେଇ ରୁହନ୍ତୁ। ଦୈନିକ ଖାଦ୍ୟରେ ଫଳ, ପରିବା ସାମିଲ କରି ପର୍ଯ୍ୟାପ୍ତ ପାଣି ପିଇବା ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp