ଡେଙ୍ଗା ଡେଙ୍ଗା ଗଛରେ ଚଢ଼ି ନଡ଼ିଆ ତୋଳିବ କୋକୋବଟ୍‌

ଡେଙ୍ଗା ଡେଙ୍ଗା ଗଛରେ ଚଢ଼ି ନଡ଼ିଆ ତୋଳିବା ଏକ କଷ୍ଟକର କାମ। ତେବେ ନିର୍ଦ୍ଦିଷ୍ଟ ବର୍ଗର ଲୋକେ ପିଢ଼ି ପିଢ଼ି ପରେ ଏହି କାମକୁ ତୁଲାଇ ଆସୁଛନ୍ତି। ବେଳେବେଳେ ଏଥିଯୋଗୁଁ ଅଘଟଣ ଘଟି ଜୀବନହାନି ହେବାର ନଜିର ରହିଛି। ଅବଶ୍ୟ କିଛି ବର୍ଷ ହେଲା ମେସିନଦ୍ବାରା ନଡ଼ିଆ ତୋଳା କାମଟି କରାଯାଇପାରୁଛି। ଏବେ ଏଆଇ ରୋବଟକୁ ଏହି କାମରେ ବ୍ୟବହାର କରାଯାଉଛି। କୋଝିକୋଡ କେରଳର ଅଶିନ ନାମକ ଯୁବକ ଅନ୍ୟ ତିନି ସହଯୋଗୀଙ୍କ ସହ ମିଳିତଭାବେ ଏହି […]

ଡେଙ୍ଗା ଡେଙ୍ଗା ଗଛରେ ଚଢ଼ି ନଡ଼ିଆ ତୋଳିବା ଏକ କଷ୍ଟକର କାମ। ତେବେ ନିର୍ଦ୍ଦିଷ୍ଟ ବର୍ଗର ଲୋକେ ପିଢ଼ି ପିଢ଼ି ପରେ ଏହି କାମକୁ ତୁଲାଇ ଆସୁଛନ୍ତି। ବେଳେବେଳେ ଏଥିଯୋଗୁଁ ଅଘଟଣ ଘଟି ଜୀବନହାନି ହେବାର ନଜିର ରହିଛି। ଅବଶ୍ୟ କିଛି ବର୍ଷ ହେଲା ମେସିନଦ୍ବାରା ନଡ଼ିଆ ତୋଳା କାମଟି କରାଯାଇପାରୁଛି। ଏବେ ଏଆଇ ରୋବଟକୁ ଏହି କାମରେ ବ୍ୟବହାର କରାଯାଉଛି। କୋଝିକୋଡ କେରଳର ଅଶିନ ନାମକ ଯୁବକ ଅନ୍ୟ ତିନି ସହଯୋଗୀଙ୍କ ସହ ମିଳିତଭାବେ ଏହି ରୋବଟ୍‌ ବିକଶିତ କରିଛନ୍ତି। ଏହାର ନାଁ ରହିଛି କୋକୋବଟ୍‌। ବଜାରରେ ଉପଲବ୍ଧ ଅନ୍ୟ ନଡ଼ିଆ ଚଢ଼ୁଥÒବା ରୋବଟ୍‌ଠାରୁ ଏହା ବେଶ ସ୍ବତନ୍ତ୍ର। କାରଣ ଏହା ଘନ କଠିନ ଓ ହାଲୁକା। ଏଥିରେ ଡାଟାସେଟ୍‌ ଉପରେ ପ୍ରଶିକ୍ଷିତ ଏଆଇ ଅଛି। ଏହା ଅମଳଯୋଗ୍ୟ ନଡ଼ିଆକୁ ଚିହ୍ନଟ କରି ତାକୁ ତୋଳିବାରେ ସାହାଯ୍ୟ କରିବ। ଏହା ସ୍ବୟଂଚାଳିତ ମଧ୍ୟ । ଏହାକୁ ଜଣେ ବ୍ୟକ୍ତି ଦ୍ବାରା ନିୟନ୍ତ୍ରଣ କରାଯାଇପାରିବ। ଏହି ରୋବଟ୍‌ର ଓଜନ ୧୦ କିଲୋ। ଅଲଟରସେଜ୍‌ ଇନୋଭେସନ ପ୍ରାଃ ଲିମିଟେଡର ପ୍ରତିଷ୍ଠାତା ଏବଂ ସିଇଓ ଅଶିନ ପି. କ୍ରିଷ୍ଣାଙ୍କ କହିବା ମୁତାବକ ଏହି କୋକୋବଟ୍‌ ନଡ଼ିଆ ଗଛର ଗଣ୍ଡି ମୁତାବକ ବିଭିନ୍ନ ଆକାରରେ ଉପଲବ୍ଧ। ୨୦୨୧ ମସିହାରେ ଅଶିନ ଏହାର ପ୍ରୋଟୋଟାଇପ୍‌ ତିଆରି କରିଥିଲେ। ଏହାପରେ କେରଳ ଷ୍ଟାର୍ଟଅପ୍‌ ମିଶନରେ ଟିମ୍‌ ଏହି ଯୋଜନାକୁ ଉପସ୍ଥାପନା କରିଥିଲେ। ଅବଶ୍ୟ ଏଥିପାଇଁ ତାଙ୍କୁ ଅର୍ଥ ମିଳିଥÒଲ। ତେଣୁ ଏଆଇ ପାକଳ ନଡ଼ିଆକୁ ଚିହ୍ନଟ କରି ତାକୁ ତୋଳିବାକୁ ସକ୍ଷମ ହୋଇଥାଏ।

About The Author: The Sakala