ବିଦେଶରେ ପଢ଼ିବା ପାଇଁ ଆର୍ଥିକ ସହାୟତା ପାଇବେ କିପରି

The Sakala Picture
Published On

ଅଧିକାଂଶ ଯୁବକଯୁବତୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଇଚ୍ଛା କରିଥାନ୍ତି। କିନ୍ତୁ ଅନେକ ସମୟରେ ଅର୍ଥ ଅଭାବରୁ ସେମାନଙ୍କୁ ଲକ୍ଷ୍ୟପଥରୁ ବିଚ୍ୟୁତ ହେବାକୁ ପଡ଼ିଥାଏ। ପୂର୍ବଭଳି ବିଦେଶରେ ପାଠପଢିବା ଆଉ କଷ୍ଟସାଧ୍ୟ ବିଷୟ ହୋଇ ରହିନାହିଁ। ଯେଉଁମାନଙ୍କର ବିଦେଶରେ ପାଠପଢା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି ସେମାନଙ୍କ ପାଇଁ କିଛି ଉପାୟ ରହିଛି, ଯାହା ଦ୍ବାରା ସେମାନେ ସେମାନଙ୍କର ଲକ୍ଷ୍ୟ ପୂରଣ କରିପାରିବେ। ଛାତ୍ରବୃତ୍ତିର ସାହାଯ୍ୟ ନିଅନ୍ତୁ କମ୍ ବଜେଟରେ ବିଦେଶରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଛାତ୍ରବୃତ୍ତିର […]

ଅଧିକାଂଶ ଯୁବକଯୁବତୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଇଚ୍ଛା କରିଥାନ୍ତି। କିନ୍ତୁ ଅନେକ ସମୟରେ ଅର୍ଥ ଅଭାବରୁ ସେମାନଙ୍କୁ ଲକ୍ଷ୍ୟପଥରୁ ବିଚ୍ୟୁତ ହେବାକୁ ପଡ଼ିଥାଏ। ପୂର୍ବଭଳି ବିଦେଶରେ ପାଠପଢିବା ଆଉ କଷ୍ଟସାଧ୍ୟ ବିଷୟ ହୋଇ ରହିନାହିଁ। ଯେଉଁମାନଙ୍କର ବିଦେଶରେ ପାଠପଢା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି ସେମାନଙ୍କ ପାଇଁ କିଛି ଉପାୟ ରହିଛି, ଯାହା ଦ୍ବାରା ସେମାନେ ସେମାନଙ୍କର ଲକ୍ଷ୍ୟ ପୂରଣ କରିପାରିବେ।
ଛାତ୍ରବୃତ୍ତିର ସାହାଯ୍ୟ ନିଅନ୍ତୁ
କମ୍ ବଜେଟରେ ବିଦେଶରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଛାତ୍ରବୃତ୍ତିର ସାହାଯ୍ୟ ନେଇପାରିବେ। ବିଦେଶରେ ଥିବା କେବଳ ନାମୀଦାମୀ ବିଶ୍ବବିଦ୍ୟାଳୟରେ ପାଠ ପଢିଲେ ହେବ ତାହା ନୁହେଁ, ନିଜ ସ୍କଲାରସିପ୍‌ ରାଶି ଅନୁସାରେ ଓ ବଜେଟ୍‌ ଭିତରେ ଆସୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ ବାଛି ପାରିବେ। ବିଦେଶରେ ଥିବା ଅନେକ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମେରିଟ୍‌ ଆଧାରରେ ଛାତ୍ରବୃତ୍ତି ପ୍ରଦାନ କରନ୍ତି। କେତେକ ବିଶ୍ୱବିଦ୍ୟାଳୟ କ୍ରୀଡ଼ାବୃତ୍ତି ମଧ୍ୟ ପ୍ରଦାନ କରନ୍ତି। ଶିକ୍ଷାଗତ ଯୋଗ୍ୟତା, କ୍ରୀଡ଼ା ଏବଂ ଏକ୍ସଟ୍ରା କରିକୁଲାର୍‌ ଆକ୍ଟିଭିଟିକୁ ଆଧାର କରି ଅନେକ ବିଶ୍ବବିଦ୍ୟାଳୟ ଛାତ୍ରମାନଙ୍କର ସଂପୂର୍ଣ୍ଣ ପାଠପଢା ଖର୍ଚ୍ଚ ବହନ କରିଥାନ୍ତି। ବିଦେଶରେ ପାଠ ପଢିବା ପାଇଁ ସେଭଳି ବିଶ୍ବବିଦ୍ୟାଳୟଗୁଡ଼ିକୁ ବାଛନ୍ତୁ।
ଶିକ୍ଷା ଋଣର ସାହାଯ୍ୟ ନିଅନ୍ତୁ
ଜମିବାଡି, ଘର ଆଦି କିଣିବା ପାଇଁ ଲୋକେ ସୁନା କିମ୍ବା ବ୍ୟକ୍ତିଗତ ଋଣ କରିଥାନ୍ତି। ଯଦି କମ୍ ଖର୍ଚ୍ଚରେ ଛାତ୍ରଛାତ୍ରୀମାନେ ବିଦେଶରେ ଶିକ୍ଷାଗ୍ରହଣ କରିବାକୁ ଚାହୁଁଛନ୍ତି ତେବେ ବ୍ୟାଙ୍କ୍‌ଗୁଡ଼ିକରୁ ଶିକ୍ଷା ଋଣ ନେଇପାରିବେ। ସାଧାରଣତଃ ସୁନା କିମ୍ବା ବ୍ୟକ୍ତିଗତ ଋଣରେ ଅଧିକ ସୁଧ ରହିଥାଏ। କିନ୍ତୁ ଶିକ୍ଷା ଋଣରେ ସୁଧହାର ଅନ୍ୟ ଋଣଗୁଡ଼ିକ ତୁଳନାରେ ବହୁତ କମ୍ ଅଟେ। କେବଳ ଆମ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଶିକ୍ଷା ଋଣ ଦିଆଯାଏ। କିନ୍ତୁ ଏଥିପାଇଁ ଆପଣ ବ୍ୟାଙ୍କ୍‌କୁ ନିଶ୍ଚିତ କରିବାକୁ ପଡ଼ିବ ଯେ, ଶିକ୍ଷା ସମାପ୍ତ କରିବା ପରେ ବ୍ୟାଙ୍କ୍‌ ଋଣ ପରିଶୋଧ କରିବେ।
ପାର୍ଟ ଟାଇମ୍ କାମ କରନ୍ତୁ
ଯେଉଁମାନେ ପାଠ ପଢିବା ସମୟରୁ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବାକୁ ଯୋଜନା କରୁଛନ୍ତି, ତେବେ ସେହି ସମୟରୁ ପାର୍ଟ ଟାଇମ୍ କରନ୍ତୁ । ପାର୍ଟ ଟାଇମ୍‌ କରି ଆପଣ ବିଦେଶରେ ପାଠପଢା ପାଇଁ କିଛି ଅର୍ଥ ଜୋଗାଡ଼ କରିପାରିବେ। ଏହା ବ୍ୟତୀତ, ଯେତେବେଳେ ଛାତ୍ରଛାତ୍ରୀ ବିଦେଶରେ ପାଠ ପଢ଼ିବାକୁ ଯାଆନ୍ତି, ସେତେବେଳେ ସେମାନଙ୍କୁ ପାର୍ଟଟାଇମ୍‌ କରିବା ପାଇଁ ମଧ୍ୟ ଅନୁମତି ଦିଆଯାଏ। ଉଦାହରଣ ସ୍ୱରୂପ, ଯୁକ୍ତରାଷ୍ଟ୍ର ଆମେରିକାରେ ଛାତ୍ରମାନଙ୍କୁ ସପ୍ତାହରେ ୨୦ ଘଣ୍ଟା କାମ କରିବାକୁ ଅନୁମତି ଦିଆଯାଏ। ମନେରଖନ୍ତୁ ଯେ ବିଦେଶରେ ପାଠ୍ୟକ୍ରମର ନିର୍ଦ୍ଦେଶାବଳୀ ବିରୁଦ୍ଧରେ କୌଣସି ପାର୍ଟ ଟାଇମ୍ କାମ କରିବା ଉଚିତ୍ ନୁହେଁ। ଅନ୍ୟଥା, ଏଥିପାଇଁ ଫାଇନ୍ ଦେବାକୁ ପଡ଼ିପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp