ଫିଲିପାଇନ୍ସର ଜଣେ ଏଭଳି ଚିତ୍ରକର ଯିଏ ରଙ୍ଗରେ ନୁହେଁ, ରକ୍ତରେ ଆଙ୍କୁଛନ୍ତି ଚିତ୍ର

ଚିତ୍ରରୁ ପରମ୍ପରା, ସଂସ୍କୃତି, ଐତିହ୍ୟର ଝଲକ ମିଳିଥାଏ। ହେଲେ ଜୀବନର ସତ୍ୟତାକୁ ମଧ୍ୟ ଚିତ୍ର ପ୍ରତିପାଦିତ କରେ। ଫିଲିପାଇନ୍ସର ଚିତ୍ରକର ଏଲିତୋ କିର୍କା ନିଜ ଜୀବନର ସତ୍ୟତାକୁ ଚିତ୍ର ଜରିଆରେ ହିଁ ପ୍ରସ୍ଫୁଟିତ କରିପାରିଛନ୍ତି । ସେ ଚିତ୍ର ପାଇଁ ରଙ୍ଗ ନୁହେଁ, ବରଂ ନିଜ ରକ୍ତର ବ୍ୟବହାର କରନ୍ତି। ଏଭଳି ଚିତ୍ରଆଙ୍କି ସେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି। ସେ ରକ୍ତରେ ଚିତ୍ର କରିବା ପଛରେ ଏକ ସୁନ୍ଦର କାହାଣୀ […]

ଚିତ୍ରରୁ ପରମ୍ପରା, ସଂସ୍କୃତି, ଐତିହ୍ୟର ଝଲକ ମିଳିଥାଏ। ହେଲେ ଜୀବନର ସତ୍ୟତାକୁ ମଧ୍ୟ ଚିତ୍ର ପ୍ରତିପାଦିତ କରେ। ଫିଲିପାଇନ୍ସର ଚିତ୍ରକର ଏଲିତୋ କିର୍କା ନିଜ ଜୀବନର ସତ୍ୟତାକୁ ଚିତ୍ର ଜରିଆରେ ହିଁ ପ୍ରସ୍ଫୁଟିତ କରିପାରିଛନ୍ତି । ସେ ଚିତ୍ର ପାଇଁ ରଙ୍ଗ ନୁହେଁ, ବରଂ ନିଜ ରକ୍ତର ବ୍ୟବହାର କରନ୍ତି। ଏଭଳି ଚିତ୍ରଆଙ୍କି ସେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି।

ସେ ରକ୍ତରେ ଚିତ୍ର କରିବା ପଛରେ ଏକ ସୁନ୍ଦର କାହାଣୀ ରହିଛି। ଏଲିତୋ ଏକ ଗରିବ ପରିବାରରୁ ଆସିଛନ୍ତି। ଚିତ୍ର ଆଙ୍କିବାକୁ ତାଙ୍କୁ ଆବଶ୍ୟକ ସାମଗ୍ରୀ ମିଳେ ନାହିଁ। ଏମିତି ବି ପିଲାଦିନେ ଚିତ୍ରରେ ରଙ୍ଗ ବଦଳରେ ସେ ଟମାଟୋ, ଘିଅ, ବିଭିନ୍ନ ଅଠା ବ୍ୟବହାର କରୁଥିଲେ। ହେଲେ ଭୁଲ୍‌ରେ ଥରେ ତାଙ୍କ ହାତ କଟିଯାଇଥିଲା। ହାତରୁ ରକ୍ତ ବୋହି ଚାଲିଥିଲା। ଏହି ରକ୍ତ ବୁନ୍ଦା ହିଁ ତାଙ୍କ କ୍ୟାରିୟରକୁ ସମ୍ପୂର୍ଣ୍ଣ ବଦଳାଇଦେଲା। କାରଣ ବୋହିଯାଉଥିବା ରକ୍ତକୁ ସେ ଚିତ୍ରର ରୂପ ଦେଇଥିଲେ। ଏହାପରେ ଲଗାତାର ରକ୍ତରେ ଚିତ୍ର ଆଙ୍କିବା ସେ ଆରମ୍ଭ କଲେ। ରକ୍ତର ଚିତ୍ରକୁ ନେଇ ସେ କୁହନ୍ତି, ଚିତ୍ରରେ ରଙ୍ଗ ବଦଳରେ ରକ୍ତ ଦେବା ଦ୍ୱାରା ଏହାକୁ ଦୀର୍ଘଦିନ ଧରି ସାଇତି ରଖିହୁଏ।

ଧୀରେ ଧୀରେ ତାଙ୍କ ବିଷୟରେ ସବୁଠି ଚର୍ଚ୍ଚା ହେବା ସହ ଏଥିପାଇଁ ସେ ସମାଲୋଚନାର ମଧ୍ୟ ଶିକାର ହୋଇଥିଲେ। ହେଲେ ସେ ଏଥିରେ ଭାଙ୍ଗି ନ ପଡ଼ି ଦୀର୍ଘ ଦିନ ହେବ ଏହି ଚିତ୍ର ଆଙ୍କି ଆସୁଛନ୍ତି। ବର୍ତ୍ତମାନ ଚିତ୍ର ଆଙ୍କିବା ସହ ନିଜ ରକ୍ତକୁ ସଂଗ୍ରହ କରୁଛନ୍ତି। ଏମିତିକି ପ୍ରତି ତିନିମାସରେ ଥରେ ସେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରକ୍ତ ଦିଅନ୍ତି। ୫୦୦ ମି.ଲି ରକ୍ତକୁ ନେଇ ନିଜର ଷ୍ଟୁଡ଼ିଓର କୋଲ୍ଠ ଷ୍ଟୋରେଜ୍‌ରେ ସାଇତି ରଖନ୍ତି। ତାଙ୍କର ଇଚ୍ଛା ଅଛି ସେ ୧୦୦ ମିଟର କାନ୍‌ଭାସରେ ନିଜ ରକ୍ତରେ ଚିତ୍ର ଆଙ୍କି ବିଶ୍ୱରେକର୍ଡ କରିବେ। ଏନେଇ ସେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

About The Author: The Sakala