ନୂଆ ଓଡ଼ିଶା ପାଇଁ ସଂକଳ୍ପ ଓ ସିଦ୍ଧି

ଏବେ ଏହା ସର୍ବଜନବିଦିତ ଯେ ‘୫-ଟି’ ଓ ‘ମୋ ସରକାର’ ଜରିଆରେ ଓଡ଼ିଶା ଶାସନ ଓ ପ୍ରଶାସନରେ ଆଖିଦୃଶିଆ ପରିବର୍ତ୍ତନ ଆସିଛି। ଏଥିସହିତ ଆର୍ôଥକ ଅଭିବୃଦ୍ଧିର ଯେଉଁ ନୂଆ କାହାଣୀ ସାମ୍ନାକୁ ଆସୁଛି ସେଥିରେ ସୁଦକ୍ଷ ବିତ୍ତୀୟ ପରିଚାଳନାର ସଫଳତା ଓ ସମୁଚିତ ଦିଗ୍‌‌ଦର୍ଶନ ସ୍ପଷ୍ଟ ବାରି ହୋଇପଡ଼ୁଛି। ତେଣୁ ଗତ କାଲି ଓଡ଼ିଶା ଅର୍ଥ ସେବା ସଂଗଠନର ୩୨ତମ ସାଧାରଣ ବୈଠକରେ ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍‌‌ବୋଧନ ଦେଇଥିଲେ ସେଥିରେ ଅଧିକ ଆଶ୍ଚର୍ଯ୍ୟ ହେବାର କିଛି ନଥିଲା। […]

ଏବେ ଏହା ସର୍ବଜନବିଦିତ ଯେ ‘୫-ଟି’ ଓ ‘ମୋ ସରକାର’ ଜରିଆରେ ଓଡ଼ିଶା ଶାସନ ଓ ପ୍ରଶାସନରେ ଆଖିଦୃଶିଆ ପରିବର୍ତ୍ତନ ଆସିଛି। ଏଥିସହିତ ଆର୍ôଥକ ଅଭିବୃଦ୍ଧିର ଯେଉଁ ନୂଆ କାହାଣୀ ସାମ୍ନାକୁ ଆସୁଛି ସେଥିରେ ସୁଦକ୍ଷ ବିତ୍ତୀୟ ପରିଚାଳନାର ସଫଳତା ଓ ସମୁଚିତ ଦିଗ୍‌‌ଦର୍ଶନ ସ୍ପଷ୍ଟ ବାରି ହୋଇପଡ଼ୁଛି। ତେଣୁ ଗତ କାଲି ଓଡ଼ିଶା ଅର୍ଥ ସେବା ସଂଗଠନର ୩୨ତମ ସାଧାରଣ ବୈଠକରେ ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍‌‌ବୋଧନ ଦେଇଥିଲେ ସେଥିରେ ଅଧିକ ଆଶ୍ଚର୍ଯ୍ୟ ହେବାର କିଛି ନଥିଲା। ଏହି ଅବସରରେ ସେ କହିଥିଲେ ଯେ ‘ଆର୍ଥିକ ପ୍ରଦର୍ଶନରେ ଓଡ଼ିଶା ବର୍ତ୍ତମାନ ବୃହତ୍‌‌ ରାଜ୍ୟ ତାଲିକାରେ ଶୀର୍ଷରେ ରହିଛି। ରାଜ୍ୟର ମୋଟ ସଂଗୃହୀତ ରାଜସ୍ୱର ୬୦ ପ୍ରତିଶତ ଆମର ନିଜସ୍ୱ ରାଜସ୍ୱ। …ଆମ ସରକାର ଗୁଣାତ୍ମକ ଜନସେବା ଏବଂ ବିଭିନ୍ନ ଯୋଜନାଗୁଡ଼ିକର ସମୟାନୁଯାୟୀ ବିତରଣ ସୁନିଶ୍ଚିତ କରିବାକୁ ପରିବର୍ତ୍ତନଶୀଳ ପଦକ୍ଷେପ ନେଇଛନ୍ତି। …ବିପୁଳ ସଫଳତା ନୂଆ ଓଡ଼ିଶାର ଉଦୟକୁ ନେଇ ସଙ୍କେତ ପ୍ରଦାନ କରୁଛି। ଦେଶର ସାମାଜିକ-ଅର୍ଥନୈତିକ ବିକାଶର ସମସ୍ତ ମାନଦଣ୍ଡ କ୍ଷେତ୍ରରେ ଦେଶର ନେତୃତ୍ୱ ନେଉଛୁ।… ଆମ ରାଜ୍ୟର ସମସ୍ତ ସଫଳତାର କାହାଣୀ ପଛରେ ଆମର ଆର୍ଥିକ ଅନୁଶାସନ, ସମ୍ୱଳର ପ୍ରଭାବୀ ସଂଗ୍ରହ ସହ ସମ୍ୱଳର ସଠିକ୍‌‌ ଏବଂ ଯଥାର୍ଥ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସଠିକ୍‌‌ ସାର୍ବଜନୀନ ନୀତି ପ୍ରସ୍ତୁତ ପ୍ରମୁଖ ଭୂମିକା ଗ୍ରହଣ କରିଛି।…ଆମର ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା ଅନ୍ୟ ରାଜ୍ୟମାନଙ୍କ ଆର୍ଥିକ ପରିଚାଳନା ବ୍ୟବସ୍ଥା ପାଇଁ ଏକ ମଡେଲ ପାଲଟିଛି…।’ କେବଳ ଶାସନ ଓ ପ୍ରଶାସନ ସହିତ ଜଡ଼ିତ ଅଧିକାରୀ ଓ କର୍ମଚାରୀ ନୁହନ୍ତି ରାଜ୍ୟର ପ୍ରତ୍ୟେକ ବର୍ଗର ଲୋକେ ଓଡ଼ିଶାର ସାମୂହିକ ବିକାଶର ଧାରା ଓ ସଫଳତାର କାହାଣୀ ଆଖିରେ ଦେଖୁଛନ୍ତି ଅଙ୍ଗେ ନିଭାଉଛନ୍ତି। ଓଡ଼ିଶାର ଏହି ସଫଳ କାହାଣୀ ଓ ବିକାଶର ମଡେଲ୍‌‌ କେବଳ ରାଜ୍ୟ ଭିତରେ ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଉଚ୍ଚ ପ୍ରଶଂସିତ ହେବା ସହିତ ଗ୍ରହଣୀୟ ହେବାରେ ଲାଗିଛି।

ତେବେ ଏହା ପଛରେ ଆର୍ଥିକ ଆତ୍ମନିର୍ଭରଶୀଳତା, ସମ୍ବଳ ସଂଗ୍ରହର ଲକ୍ଷ୍ୟ ହାସଲ, ରାଜସ୍ୱର ସୁଷମ ବଣ୍ଟନ ସହିତ ବିଭିନ୍ନ ବିକାଶମୂଳକ ଓ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଏବଂ ଶାସନରେ ଶାସିତ ବା ଜନସାଧାରଣଙ୍କୁ ସାମିଲ କରି ନିଷ୍ପତ୍ତିଗ୍ରହଣ ପ୍ରକ୍ରିୟାରେ ସେମାନଙ୍କୁ ଅଗ୍ରାଧିକାର ଦେବା ଆଦି ସୁଶାସନର ମୌଳିକ ମନ୍ତ୍ର। ଓଡ଼ିଶା ସରକାର ବିଗତ ଦୁଇ ଦଶନ୍ଧି ଧରି ଉଭୟ ସୁଶାସନ ଓ ଉତ୍ତମ ବିତ୍ତୀୟ ପରିଚାଳନା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଶାସନରେ ନାବାବିଧ ସଂସ୍କାରକୁ କାର୍ଯ୍ୟକାରୀ କରାଯାଇ ଏହାକୁ ଅଧିକ ଜନକୈନ୍ଦ୍ରିକ ଓ ଲୋକାଭିମୁଖୀ କରାଯାଇ ପାରିଛି। ଏହି ସରକାରର ସବୁଠୁ ବଡ଼ ସମ୍ବଳ ରାଜନୈତିକ ସ୍ଥିରତା ଏବଂ ନିରବଚ୍ଛିନ୍ନତା। ଏହାର ଶ୍ରେୟ ତ ନିଶ୍ଚିତ ଦଳର ମୁଖ୍ୟଙ୍କୁ ଯିବ। ସେହି ରାଜନୈତିକ ସ୍ଥିରତା ଓ ନିରବଚ୍ଛିନ୍ନତାର ସୁଫଳକୁ ଶାସନରେ ଉପଯୋଗ କରି ସଂସ୍କାର ମାଧ୍ୟମରେ ଯେଉଁ ପରିବର୍ତ୍ତନ ଅଣାଯାଇଛି, ତାହାର ପ୍ରଭାବ ସୁଦୂରପ୍ରସାରୀ ହେବା ସୁନିଶ୍ଚିତ।

ଅର୍ଥ ସବୁ ଅନର୍ଥର କାରଣ। ଏହାର ଅଭାବ ଶାସନକୁ ପଙ୍ଗୁ କରେ ଏବଂ ଆର୍ଥିକ ପରିଚାଳନାରେ ବିଭ୍ରାଟ ପ୍ରଶାସନକୁ ଦୁର୍ବଳ କରେ। ସେଥିପାଇଁ ଓଡ଼ିଶା ସରକାର ଆରମ୍ଭରୁ ଆର୍ଥିକ ସୁପରିଚାଳନା ଉପରେ ଗୁରୁତ୍ୱ ଦେଇ ଏଥିରେ ସଫଳତା ଅର୍ଜନ କରିଛନ୍ତି। ରାଜକୋଷ ମଜବୁତ୍‌‌ ରହିଲେ ସବୁ ଠିକ୍‌‌ଠାକ୍‌‌ ଚାଲେ। ଓଡ଼ିଶାରେ ତାହା ହିଁ ହୋଇଛି। ଏହି ରାଜସ୍ୱ ସମ୍ବଳ, ଖଣି, ଶିଳ୍ପ, ସେବା, କୃଷି ଅଥବା ଜିଏସ୍‌‌ଟି- ଯେ କୌଣସି କ୍ଷେତ୍ରରୁ ଆସୁ ନା କାହିଁକି ଏଥିରେ ଅଭିବୃଦ୍ଧି ହାସଲ ହିଁ ଅଗ୍ରାଧିକାର ପାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ଅର୍ଥସେବା ଅଧିକାରୀମାନଙ୍କ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ରୀୟ ପାଣ୍ଠି ଉପରେ ଓଡ଼ିଶାର ନିର୍ଭରଶୀଳତା ୪୦% କମିଛି। ଏହା ଗୋଟିଏ ସାଧାରଣ ବିବୃତି ନୁହେଁ। ଏହା ଭିତରେ ରହିଛି ଏକ ବିରାଟ ସଫଳତାର ଦମ୍ଭ।

ସରଳ ଭାଷାରେ ଓଡ଼ିଶାର ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରୁ କେନ୍ଦ୍ର ଏବେ ମାତ୍ର ୪୦ ଭାଗ ଯୋଗାଉଛି ଏବଂ ଏଥିରେ ଆଉ ଭିକ୍ଷାଥାଳ ଧରି ଦିଲ୍ଲୀ ଦରବାରରେ ଛିଡ଼ା ହେବାର ଆବଶ୍ୟକତା ଆଉ ଅପରିହାର୍ଯ୍ୟ ନୁହେଁ। ଏହା ସମ୍ଭବ ହୋଇଛି ସମନ୍ୱିତ ଆର୍ôଥକ ପରିଚାଳନା ବ୍ୟବସ୍ଥା ଯୋଗୁଁ। ମୁଖ୍ୟମନ୍ତ୍ରୀ ଏ ନେଇ ଯାହା କହିଛନ୍ତି, ତାହା ସତ୍ୟ। କହିବା ବାହୁଲ୍ୟ ଯେ ଅଣ୍ଟିରେ ଧନ ଥିଲେ ଓ ତା’ ସହିତ ହୃଦୟରେ ନିଷ୍ଠା ଥିଲେ ସବୁ କାମ ସୁରୁଖୁରୁରେ ହେବାର ସମ୍ଭାବନା ଅଧିକ ଥାଏ। ସେଥିପାଇଁ ରାଜ୍ୟରେ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ, ବିକାଶମୂଳକ ଯୋଜନା ଓ ଉନ୍ନତମାନର ସାଧାରଣ ସେବା ଯୋଗାଣ ବ୍ୟବସ୍ଥା ଚାଲିଛି। ଓଡ଼ିଶା ସାମାଜିକ-ଅର୍ଥନୈତିକ ବିକାଶ ମାନଦଣ୍ଡରେ ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ବିବେଚିତ ହେଉଛି।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ସଂସ୍କାର ବା ପରିବର୍ତ୍ତନବାଦୀ ପ୍ରୟାସ ବିଚାରଯୋଗ୍ୟ। ଯୋଜନା ଓ କାର୍ଯ୍ୟକ୍ରମ ସମୂହର ସମୟୋଚିତ କାର୍ଯ୍ୟକାରିତା ଏବଂ ଲୋକଙ୍କୁ ନିର୍ଦ୍ଧାରିତ ସମୟରେ ସରକାରୀ ସୁବିଧା ଯୋଗାଣ ଏହି ସଂସ୍କାର ବ୍ୟବସ୍ଥାରେ ଅଗ୍ରାଧିକାର ପାଇଛି। ଜନସେବାର ମାନରେ ବୁଝାମଣାର ଅବକାଶ ନାହିଁ। ‘୫-ଟି’ ଓ ‘ମୋ ସରକାର’ ଶାସନ ଓ ଶାସନ କଳରେ ବିରାଟ ପରିବର୍ତ୍ତନ ଆଣିଛି। ଏଥିରେ ସର୍ବସାଧାରଣଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯାଇଛି। ବିକାଶ ପ୍ରକ୍ରିୟାରେ ଲୋକଙ୍କୁ ଯୋଡ଼ି ନୂଆ ପ୍ରତିମାନ ସୃଷ୍ଟି କରିବାକୁ ସମଗ୍ର ଅମଲାତନ୍ତ୍ର ସମର୍ପିତ ହୋଇ କାର୍ଯ୍ୟ କରୁଛି। ଭଲ କାମ କରିବାକୁ ବିଭାଗ ବିଭାଗ ମଧ୍ୟରେ ପ୍ରତିଯୋଗିତା ନିଶ୍ଚିତ ଏକ ଉତ୍ସାହଜନକ ବିଷୟ।

ଓଡ଼ିଶାର ସବୁ ସଫଳ କାହାଣୀ, ଯାହାର ବାରମ୍ବାର ଉଲ୍ଲେଖର ଆବଶ୍ୟକତା ନାହିଁ; ତାହାର ମୂଳରେ ରହିଛି ଦୃଢ଼ ବିତ୍ତୀୟ ଶୃଙ୍ଖଳା ଓ ସମର୍ପିତ ସରକାରୀ ସେବା ଭାବନା। ଏହା ହିଁ ଓଡ଼ିଶା ସରକାରଙ୍କର ସବୁଠୁ ବଡ଼ ସଫଳତାର ମନ୍ତ୍ର। ରଣକୌଶଳାତ୍ମକ ବଜେଟ ପ୍ରସ୍ତୁତି, ସଫଳ ଜିଏସ୍‌‌ଟି ପ୍ରଶାସନ, ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା, ପ୍ରକଳ୍ପ ସବୁକୁ ଠିକ୍‌‌ ସମୟରେ ପାଣ୍ଠି ଯୋଗାଣ ଭଳି ପଦକ୍ଷେପ ଶାସନରେ ନବସଂସ୍କାର ଓ ଉନ୍ମେଷ ଆଣିଛି। ଏହାର ଲାଭ ତ ଅବଶ୍ୟ ମିଳିବ। ଦୀର୍ଘ ୨୩ ବର୍ଷର ଏହା ଏକ ଲମ୍ବା ପରୀକ୍ଷା ନିରୀକ୍ଷାର ପ୍ରୟାସ। ସଂଶୋଧନ, ପୁନର୍ନିୟୋଜନ, ନିର୍ଭୁଲ ରୂପାୟନ ଓ ଯଥାର୍ଥ ଆକଳନ ମଧ୍ୟରେ ଏହି ପରୀକ୍ଷା ନିରୀକ୍ଷା ଚାଲିଛି ସତ, କିନ୍ତୁ ଏହାର ଶେଷ ନାହିଁ କହିଲେ ଚଳେ। ଶାସନ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା। ସୁଶାସନ ଏକ ସୀମାହୀନ ପ୍ରୟୋଗ, ସଂସ୍କାର ଓ ନବସୃଜନର କଥନିକା। ନବୀନବାବୁଙ୍କୁ ଧନ୍ୟବାଦ ଯେ ସେ ନିଜର ମନ୍ତ୍ରୀ-ତନ୍ତ୍ରୀ, ଯୋଜନାକାର, ପରାମର୍ଶଦାତା ଏବଂ ସର୍ବୋପରି ପ୍ରିୟ ଜନସାଧାରଣଙ୍କୁ ବିଶ୍ୱାସକୁ ନେଇ ଏହି ନବୀନଧାରା ଓଡ଼ିଶା ଶାସନରେ ଚଳାଇ ରଖିଛନ୍ତି। ଏହି ପର୍ବ ଓ ଅଧ୍ୟାୟ ଆହୁରି ଦୀର୍ଘ ଓ ଲୋକହିତକାରୀ ହେଉ ଏତିକି କାମନା।

About The Author: The Sakala