କାହିଁକି ପାଳନ କରାଯାଏ ଧନତେରାସ୍‌, ଆଜିର ଦିନରେ ଏହି ସବୁ ଜିନିଷ କିଣିଲେ ଆପଣଙ୍କ ଘରକୁ ମାଡି ଆସିବ ବିପଦ

କାର୍ତ୍ତିକ  ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥ୍‌ ଦିନ ସମୁଦ୍ରମନ୍ଥନରୁ ଭଗବାନ ଧନ୍ଵନ୍ତରୀ ଅମୃତକଳସ ନେଇ ପ୍ରକଟ ହୋଇଥିଲେ। ତେଣୁ ଏହି ତିଥ୍ୟକୁ ଧନତେରାସ୍ ବା ଧନ ତ୍ରୟୋଦଶୀ ବୋଲି କୁହାଯାଉଛି। ଧନ୍ବନ୍ତରୀ ଅମୃତଭରା କଳସ ସହିତ ପ୍ରକଟ ହୋଇଥିବାରୁ ଏହି ଦିନ କୌଣସି ବାସନ ବା ପାତ୍ର କିଣିବା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ । ଏହି ଦିନ ଧନବୃଦ୍ଧି ହେବାଭଳି ବସ୍ତୁ କିଣିବା ଦ୍ବାରା ଘରକୁ ସୁଖସମୃଦ୍ଧି ଆସିଥାଏ ବୋଲି ବିଶ୍ବାସ ରହିଛି। ତେବେ ଏମିତି […]

କାର୍ତ୍ତିକ  ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥ୍‌ ଦିନ ସମୁଦ୍ରମନ୍ଥନରୁ ଭଗବାନ ଧନ୍ଵନ୍ତରୀ ଅମୃତକଳସ ନେଇ ପ୍ରକଟ ହୋଇଥିଲେ। ତେଣୁ ଏହି ତିଥ୍ୟକୁ ଧନତେରାସ୍ ବା ଧନ ତ୍ରୟୋଦଶୀ ବୋଲି କୁହାଯାଉଛି। ଧନ୍ବନ୍ତରୀ ଅମୃତଭରା କଳସ ସହିତ ପ୍ରକଟ ହୋଇଥିବାରୁ ଏହି ଦିନ କୌଣସି ବାସନ ବା ପାତ୍ର କିଣିବା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ । ଏହି ଦିନ ଧନବୃଦ୍ଧି ହେବାଭଳି ବସ୍ତୁ କିଣିବା ଦ୍ବାରା ଘରକୁ ସୁଖସମୃଦ୍ଧି ଆସିଥାଏ ବୋଲି ବିଶ୍ବାସ ରହିଛି। ତେବେ ଏମିତି କିଛି ଜିନିଷ ଅଛି, ଯାହାକୁ ଆଦୌ ଧନତେରାସରେ କିଣିବା ଶୁଭଙ୍କର ନୁହେଁ । ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ ସମ୍ପର୍କରେ…

 

  • ଷ୍ଟିଲ୍ ବାସନ କିମ୍ବା ଷ୍ଟିଲ୍‌ ନିର୍ମିତ କୌଣସି ଜିନିଷ ଘରକୁ ଆଣନ୍ତୁ ନାହିଁ। କାରଣ ଏଥୁରେ ରାହୁର ପ୍ରଭାବ ରହିଥାଏ।
  •  ଆଲୁମିନିୟମ୍ ନିର୍ମିତ କୌଣସି ଜିନିଷ ମଧ୍ୟ ଧନତେରାସ୍‌ରେ ଘରକୁ ଆଣିବା ଉଚିତ ନୁହେଁ ।
  • ଲୁହାରେ ତିଆରି କୌଣସି ଜିନିଷ ମଧ୍ୟ ଏହିଦିନ ଘରକୁ ଆଣିବା ଦ୍ବାରା ଶନିଙ୍କର କୋପଦୃଷ୍ଟି ପଡ଼ିବା ସହିତ କୁବେରଙ୍କ କୃପାରୁ ବଞ୍ଚିତ ହେବାକୁ ପଡ଼େ।
  • ମୁନିଆ କିମ୍ବା ଧାରୁଆ ଜିନିଷ ମଧ୍ୟ ଧନତେରାସରେ ଘରକୁ ଆଣିବା ଶୁଭ ହୋଇନଥାଏ
  • ପ୍ଲାଷ୍ଟିକ୍ ତିଆରି ଜିନିଷ ସୁଖସମୃଦ୍ଧିରେ ବାଧା ସୃଷ୍ଟି କରିଥାଏ। ତେଣୁ ଏ ଦୃଷ୍ଟିରୁ ଧନତେରାସରେ ପ୍ଲାଷ୍ଟିକ ଜିନିଷ କିଣନ୍ତୁ ନାହିଁ।
  • ସେରାମିକ୍‌ କିମ୍ବା ଚିନା ମାଟିର ଫୁଲଦାନି ଓ ଘର ସଜାଇବା ଜିନିଷ ଆଦି ଧନତେରାସ୍‌ରେ କିଣିବା ବର୍ଜନୀୟ।
  • କାଚ ଜିନିଷରେ ରାହୁର ବାସ ହୋଇଥାଏ ବୋଲି ବିଶ୍ବାସ କରାଯାଏ। ତେଣୁ ଏ ସମ୍ପର୍କିତ ଜିନିଷ ଆଜି କିଣିବା ଭଲ ନୁହେଁ।
  • ଧନତେରାସରେ କଳା ରଙ୍ଗର କୌଣସି ଜିନିଷ କିଣନ୍ତୁ ନାହିଁ। କାରଣ କଳାରଙ୍ଗ ଦୁର୍ଭାଗ୍ୟର ପ୍ରତୀକ ବୋଲି ବିବେଚନା କରାଯାଏ ।
  • ଯଦି କୌଣସି ବ୍ୟବହାର ପାଇଁ ବାସନ କିଣୁଛନ୍ତି, ତେବେ ଘରକୁ ଆଣିବା ପୂର୍ବରୁ ତା’ ଭିତରେ ଚାଉଳ, ପାଣି କିମ୍ବା ଅନ୍ୟ କୌଣସି ସାମଗ୍ରୀ ରଖୁ ଘରକୁ ଆଣନ୍ତୁ। ଧନତେରାସରେ ଖାଲି ବାସନ କିଣିବା ଶୁଭ ନୁହେଁ ।

About The Author: The Sakala