କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହିସବୁ ନୀତିନିୟମ, ପ୍ରାପ୍ତ ହେବ ଅନେକ ପୁଣ୍ୟଫଳ…

ହିନ୍ଦୁମାନଙ୍କ ପାଇଁ କାର୍ତ୍ତିକ ମାସର ଅନେକ ମହତ୍ତ୍ବ ଅଛି। ଏହି ମାସରେ ଶ୍ରୀବିଷ୍ଣୁ, ମା’ଲକ୍ଷ୍ମୀ ଓ ତୁଳସୀଙ୍କ ପୂଜାର୍ଚ୍ଚନା ବିଶେଷ ଭାବେ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ପୌରାଣିକ କଥାନୁସାରେ, କାର୍ତ୍ତିକ ମାସରେ ଭଗବାନ ଶ୍ରୀବିଷ୍ଣୁ ଯୋଗନିଦ୍ରାରୁ ଉଠିଥାନ୍ତି ଏବଂ ମା’ ଲକ୍ଷ୍ମୀ ଧରାପୃଷ୍ଠକୁ ଅବତରଣ କରିଥାନ୍ତି। ତେଣୁ ସମଗ୍ର ସୃଷ୍ଟିରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ତେଣୁ କାର୍ତ୍ତିକ ମାସରେ କିଛି ନୀତିନିୟମ ପାଳନ କରିବା ଉଚିତ, ଯଦ୍ଦ୍ବାରା ଅନେକ ପୁଣ୍ୟଫଳ ପ୍ରାପ୍ତ […]

ହିନ୍ଦୁମାନଙ୍କ ପାଇଁ କାର୍ତ୍ତିକ ମାସର ଅନେକ ମହତ୍ତ୍ବ ଅଛି। ଏହି ମାସରେ ଶ୍ରୀବିଷ୍ଣୁ, ମା’ଲକ୍ଷ୍ମୀ ଓ ତୁଳସୀଙ୍କ ପୂଜାର୍ଚ୍ଚନା ବିଶେଷ ଭାବେ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ପୌରାଣିକ କଥାନୁସାରେ, କାର୍ତ୍ତିକ ମାସରେ ଭଗବାନ ଶ୍ରୀବିଷ୍ଣୁ ଯୋଗନିଦ୍ରାରୁ ଉଠିଥାନ୍ତି ଏବଂ ମା’ ଲକ୍ଷ୍ମୀ ଧରାପୃଷ୍ଠକୁ ଅବତରଣ କରିଥାନ୍ତି। ତେଣୁ ସମଗ୍ର ସୃଷ୍ଟିରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ତେଣୁ କାର୍ତ୍ତିକ ମାସରେ କିଛି ନୀତିନିୟମ ପାଳନ କରିବା ଉଚିତ, ଯଦ୍ଦ୍ବାରା ଅନେକ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ। କାର୍ତ୍ତିକ ମାସରେ ଭୋରୁ ସ୍ନାନ, ଦାନ ଓ ପୂଜାର୍ଚ୍ଚନା କରିବା ଦ୍ବାରା ସବୁ କଷ୍ଟରୁ ମୁକ୍ତି ମିଳିଥାଏ।

  • କାର୍ତ୍ତିକ ମାସରେ ତୁଳସୀ ଗଛ ରୋପଣ, ପୂଜାର୍ଚ୍ଚନା ଓ ତୁଳସୀ ଜଳ ସେବନର ବିଶେଷ ମହତ୍ତ୍ବ ଅଛି। ଏଭଳି କରିବା ଦ୍ବାରା ବିବାହ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଥାଏ।
  • କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ଆକାଶ ଦୀପ ପ୍ରଜ୍ବଳିତ କରିବାର ନିୟମ ରହିଛି। ଏହାଦ୍ବାରା ଶୁଭଫଳ ପ୍ରାପ୍ତ ହୋଇଥାଏ।
  • ଖଟ ପରିବର୍ତ୍ତେ ଭୂମି ଉପରେ ଶୋଇବା ହେଉଛି କାର୍ତ୍ତିକ ମାସର ଏକ ପ୍ରମୁଖ ନିୟମ। ଏଭଳି କରିବା ଦ୍ବାରା ମନରେ ସାତ୍ତ୍ବିକ ଭାବ ଜାଗ୍ରତ ହେବା ସହ ବିକାର ଦୂର ହୋଇଥାଏ।
  • କାର୍ତ୍ତିକ ମାସରେ ଶରୀରରେ ତେଲ ଲଗାଇବା ବର୍ଜିତ ଥାଏ। କେବଳ ଗୋଟିଏ ଦିନ ‘ନରକ ଚତୁର୍ଦ୍ଦଶୀ’ ଦିନ ତେଲ ଲଗାଇବାର ନିୟମ ରହିଛି।
  • ଏହି ମାସରେ ଦିନରେ ଶୋଇବା ମଧ୍ୟ ଉଚିତ ନୁହେଁ। ସାତ୍ତ୍ବିକ ଖାଦ୍ୟ ଖାଇବା ଉଚିତ।
  • ପ୍ରତିଦିନ ଲକ୍ଷ୍ମୀ-ନାରାୟଣଙ୍କ ପୂଜାର୍ଚ୍ଚନା କରିବା ସହିତ କାର୍ତ୍ତିକ ପୁରାଣ ପଢ଼ିବା ଉଚିତ।

About The Author: The Sakala