ହନୁମାନ ଜୟନ୍ତୀରେ କରନ୍ତୁ ଏହିସବୁ ଉପାୟ, ପୂର୍ଣ୍ଣହେବ ମନସ୍କାମନା

ମହାବୀର ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ଦୁଃଖ, କଷ୍ଟ ଓ ଗ୍ରହଦୋଷ ଦୂର ହୁଏ। ବିଶେଷ ଭାବେ ଶନିଦୋଷ ଦୂର କରିବା ପାଇଁ ଶନିବାର ଦିନ ହନୁମାନଙ୍କ ପୂଜା କରାଯାଏ। ଆଜି ହନୁମାନ ଜୟନ୍ତୀ। ତେଣୁ ଆଜିର ଦିନରେ ହନୁମାନଙ୍କ ପୂଜାର୍ଚ୍ଚନା କରିବା ପାଇଁ ସିନ୍ଦୂର ସହିତ କିଛି ବିଶେଷ ଉପାୟ ରହିଛି, ଯାହାକୁ ଅନୁସରଣ କରିବା ଦ୍ବାରା କୃପାଲାଭ ହୋଇଥାଏ। ଏମିତି କିଛି ଉପାୟ ହେଉଛି– ଶୁଦ୍ଧ ଘିଅରେ କିଛି ସିନ୍ଦୂର ମିଶାଇ ହନୁମାନଙ୍କ ସର୍ବାଙ୍ଗରେ […]

ମହାବୀର ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ଦୁଃଖ, କଷ୍ଟ ଓ ଗ୍ରହଦୋଷ ଦୂର ହୁଏ। ବିଶେଷ ଭାବେ ଶନିଦୋଷ ଦୂର କରିବା ପାଇଁ ଶନିବାର ଦିନ ହନୁମାନଙ୍କ ପୂଜା କରାଯାଏ। ଆଜି ହନୁମାନ ଜୟନ୍ତୀ। ତେଣୁ ଆଜିର ଦିନରେ ହନୁମାନଙ୍କ ପୂଜାର୍ଚ୍ଚନା କରିବା ପାଇଁ ସିନ୍ଦୂର ସହିତ କିଛି ବିଶେଷ ଉପାୟ ରହିଛି, ଯାହାକୁ ଅନୁସରଣ କରିବା ଦ୍ବାରା କୃପାଲାଭ ହୋଇଥାଏ। ଏମିତି କିଛି ଉପାୟ ହେଉଛି–

  • ଶୁଦ୍ଧ ଘିଅରେ କିଛି ସିନ୍ଦୂର ମିଶାଇ ହନୁମାନଙ୍କ ସର୍ବାଙ୍ଗରେ ଲଗାନ୍ତୁ। ଏଭଳି କରିବା ଦ୍ବାରା ହନୁମାନ ଅତି ପ୍ରସନ୍ନ ହୋଇ ଭକ୍ତଙ୍କ ଭୟ ଓ ବାଧାବିଘ୍ନକୁ ଦୂର କରନ୍ତି।
  • ସିନ୍ଦୂରକୁ ଘିଅ ସହିତ ମିଶାଇ ଗୋଟିଏ କାଗଜ ଉପରେ ସ୍ବସ୍ତିକ ଚିହ୍ନ ଅଙ୍କନ କରନ୍ତୁ। ଏହାକୁ ହନୁମାନଙ୍କ ହୃଦୟ ସହିତ ଲଗାଇ ଆଲମାରୀ ଭିତରେ ରଖିଦିଅନ୍ତୁ। ଏହାଦ୍ବାରା ଖର୍ଚ୍ଚ କମ୍ ହେବ ଏବ ଧନବୃଦ୍ଧି ହେବ।
  • ଯେଉଁ ଝିଅମାନଙ୍କର ବିବାହରେ ବିଳମ୍ବ ହେଉଛି, ସେମାନେ ହନୁମାନଙ୍କ ଚରଣତଳେ କିଛି ସିନ୍ଦୂର ରଖି ଶୀଘ୍ର ବିବାହର ପ୍ରାର୍ଥନା କରନ୍ତୁ ଏବଂ ସିନ୍ଦୂର ଟୀକାକୁ ମଥାରେ ଲଗାନ୍ତୁ।
  • ସିନ୍ଦୂର ହନୁମାନଙ୍କୁ ଲଗାଇବା ପରେ ଏହାପରେ ସେଥିରୁ କିଛି ନେଇ ଘରର ସବୁ କବାଟ ଏବଂ ମୁଖ୍ୟ ଦ୍ବାରରେ ସ୍ବସ୍ତିକ ଚିହ୍ନ ଅଙ୍କନ କରନ୍ତୁ। ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂର ହୋଇ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
  • ବାଧାବିଘ୍ନ ଓ ଆଗତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କୁ ଗୁଡ଼ ଓ ଚଣାର ଭୋଗ ଚଢ଼ାନ୍ତୁ ଏବଂ ସେହି ପ୍ରସାଦକୁ ଗରିବଙ୍କୁ ଦାନ କରନ୍ତୁ।
  • ଚାକିରି ପାଇବା ପାଇଁ ହନୁମାନଙ୍କ ଚରଣରେ ସିନ୍ଦୂର ଲଗାଇ କାଗଜରେ ସ୍ବସ୍ତିକ ଚିହ୍ନ ଅଙ୍କନ କରନ୍ତୁ। ଏହି କାଗଜକୁ ସବୁବେେଳ ନିଜ ପାଖରେ ରଖିବା ଦ୍ବାରା ସବୁ ସମସ୍ୟା ଦୂର ହୋଇଥାଏ।

About The Author: The Sakala