ଆଜି ହନୁମାନ ଜୟନ୍ତୀ : ସୁରକ୍ଷା ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ ଛାଉଣିରେ ପୁରା ସମ୍ବଲପୁର, ୧୪୪ ଧାରା ସତ୍ତ୍ୱେ ହେବ ଶୋଭାଯାତ୍ରା

ସମ୍ବଲପୁର: ଆଜି ହନୁମାନ ଜୟନ୍ତୀ । ସୁରକ୍ଷା ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସମ୍ବଲପୁରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲାଗିଛି ୧୪୪ ଧାରା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଗତ ବୁଧବାର ଦିନ ହନୁମାନ ଜୟନ୍ତୀ ଉପଲକ୍ଷେ ସମ୍ବଲପୁର ଧନୁପାଲି ଛକରୁ ବାହାରିଥିବା ବାଇକ ରାଲିକୁ ନେଇ ମୁହାଁମୁହିଁ ହୋଇଥିଲେ ୨ ଗୋଷ୍ଠୀ । ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା […]

ସମ୍ବଲପୁର: ଆଜି ହନୁମାନ ଜୟନ୍ତୀ । ସୁରକ୍ଷା ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସମ୍ବଲପୁରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲାଗିଛି ୧୪୪ ଧାରା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଗତ ବୁଧବାର ଦିନ ହନୁମାନ ଜୟନ୍ତୀ ଉପଲକ୍ଷେ ସମ୍ବଲପୁର ଧନୁପାଲି ଛକରୁ ବାହାରିଥିବା ବାଇକ ରାଲିକୁ ନେଇ ମୁହାଁମୁହିଁ ହୋଇଥିଲେ ୨ ଗୋଷ୍ଠୀ । ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକ । ଦୋକାନ, କାର ଓ ବାଇକରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନାକେଦମ ହୋଇଥିଲା ପୁଲିସ ।

ହନୁମାନ ଜୟନ୍ତୀ ବାଇକ୍‌ ରାଲି ଗଣ୍ଡଗୋଳ ପରେ ସମ୍ବଲପୁରକୁ ଫେରୁଛି ସ୍ୱାଭାବିକ ସ୍ଥିତି । ସଦର ଅଞ୍ଚଳରେ ବଳବତ୍ତର ରହିଛି ୧୪୪ ଧାରା । ପୋଲିସ ଛାଉଣୀରେ ରହିଛି ସମ୍ବଲପୁର । ୧୪୪ ଧାରା ସତ୍ତ୍ୱେ ଆଜି ଶାନ୍ତିଶୃଙ୍ଖଳାରେ ବାହାରିବ ହନୁମାନ ଜୟନ୍ତୀ ଶୋଭାଯାତ୍ରା । ଗତକାଲି ଶାନ୍ତି କମିଟି ବୈଠକରେ ସହରର ମୁରବୀ ଶ୍ରେଣୀ ଲୋକଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ । ଆଜି ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ସହରରେ ଅଧିକ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ । ବନ୍ଦ ରହିଛି ଇଣ୍ଟରନେଟ୍‌ ସେବା । ହ୍ଵାଟ୍ସଆପ୍‌, ଟୁଇଟର୍‌, ଫେସବୁକ, ଇନଷ୍ଟାଗ୍ରାମ୍‌ ବନ୍ଦ ରହିଛି । ସମସ୍ତ ମୋବାଇଲ୍‌ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍‌ ଓ ଡାଟା ସର୍ଭିସ ବି ବନ୍ଦ ।

ଆଜି ଶୋଭାଯାତ୍ରା ପାଇଁ ୧୪୪ ଧାରାକୁ ସାମାନ୍ୟ କୋହଳ କରାଯାଇପାରେ । ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ମୁତୟନ ରହିଛନ୍ତି । ସମ୍ବଲପୁରର ପରିସ୍ଥିତି ଉପରେ ସତର୍କ ନଜର ରଖିଛି ପୋଲିସ । ରାଉରକେଲାରୁ ରାପିଡ ଆକ୍ସନ ଫୋର୍ସ ମଗାଯାଇଛି । ଏପଟେ ଜୟପୁରରେ ଆଜିଠାରୁ ୧୪୪ ଧାରା ଜାରି କରିଛନ୍ତି ଜୟପୁର ଉପ-ଜିଲ୍ଲାପାଳ । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ଣ ୩ଟାରୁ ସକାଳ ୯ଟା ଯାଏଁ ୧୪୪ ଧାରା ଜାରି ରହିବ ।

About The Author: The Sakala