ଭଲ ଚାକିରି ପାଇବାକୁ ଚାହୁଁଥିଲେ …

ଭଲ ଚାକିରିଟିଏ ପାଇବା ପାଇଁ ଏବେ ଯୁବପିଢ଼ିଙ୍କ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ତେଣୁ ଏଥିରେ କୃତକାର୍ଯ୍ୟ ହେବା ପାଇଁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ତେବେ ଚାଲନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍ସ। -ବାୟୋଡାଟାରେ ବ୍ୟକ୍ତିଗତ ତଥ୍ୟକୁ ସଠିକ୍ ଭାବେ ଲେଖନ୍ତୁ। ଯଦି ଆପଣ କିଛି ପାର୍ଟଟାଇମ୍‌ ଜବ୍ କରୁଛନ୍ତି, କିମ୍ବା କିଛି ବ୍ୟବସାୟ କରୁଛନ୍ତି, ତାହାକୁ ମଧ୍ୟ ବାୟୋଡାଟାରେ ଲେଖନ୍ତୁ। -ଯେଉଁ କ୍ଷେତ୍ରରେ ଚାକିରି କରିବାକୁ ଚାହୁଁଛନ୍ତି, ସେ […]

ଭଲ ଚାକିରିଟିଏ ପାଇବା ପାଇଁ ଏବେ ଯୁବପିଢ଼ିଙ୍କ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ତେଣୁ ଏଥିରେ କୃତକାର୍ଯ୍ୟ ହେବା ପାଇଁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ତେବେ ଚାଲନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍ସ।

-ବାୟୋଡାଟାରେ ବ୍ୟକ୍ତିଗତ ତଥ୍ୟକୁ ସଠିକ୍ ଭାବେ ଲେଖନ୍ତୁ। ଯଦି ଆପଣ କିଛି ପାର୍ଟଟାଇମ୍‌ ଜବ୍ କରୁଛନ୍ତି, କିମ୍ବା କିଛି ବ୍ୟବସାୟ କରୁଛନ୍ତି, ତାହାକୁ ମଧ୍ୟ ବାୟୋଡାଟାରେ ଲେଖନ୍ତୁ।

-ଯେଉଁ କ୍ଷେତ୍ରରେ ଚାକିରି କରିବାକୁ ଚାହୁଁଛନ୍ତି, ସେ ସମ୍ପର୍କରେ ସାଙ୍ଗସାଥୀ, ସହପାଠୀ, ପରିବାରର ସଦସ୍ୟ, ଉଚ୍ଚ ପଦବୀରେ କାର୍ଯ୍ୟରତ ବନ୍ଧୁବାନ୍ଧବ କିମ୍ବା କାଉନ୍‌ସେଲିଂ ମାଧ୍ୟମରେ ତଥ୍ୟ ସଂଗ୍ରହ କରନ୍ତୁ।

-ଚାକିରି କରିବାକୁ ଚାହୁଁଥିବା ସଂସ୍ଥା, ଅଫିସ୍ ବା କମ୍ପାନୀର କାର୍ଯ୍ୟପ୍ରଣାଳି ସମ୍ପର୍କରେ ଅବଗତ ହୋଇ ନିଜକୁ ସେଭଳି ପ୍ରସ୍ତୁତ କରନ୍ତୁ।

-ମନକୁ ସ୍ଥିର କରି ଚାକିରି ସମ୍ପର୍କିତ ବିଭିନ୍ନ ପୋର୍ଟାଲ୍‌ଗୁଡ଼ିକ ଖୋଜନ୍ତୁ। ସେହି ସମୟରେ କାହା ସହିତ କଥାବାର୍ତ୍ତା କରନ୍ତୁ ନାହିଁ।

-ଚାକିରି ଖୋଜିବା ପାଇଁ ବିଭିନ୍ନ ପ୍ରକାର ୱେବସାଇଟ୍‌ ରହିଛି। ସେସବୁ ୱେବସାଇଟ୍‌ରେ ନିଜ ନାମ ରେଜିଷ୍ଟ୍ରେସନ୍ କରାଇବା ସହିତ ନିଜର ଅପଡେଟ୍‌ ତଥ୍ୟ ଦିଅନ୍ତୁ। ସେହି ସବୁ ୱେବସାଇଟ୍‌ ମୋବାଇଲ୍‌ ମାଧ୍ୟମରେ ଚାକିରି ସମ୍ପର୍କିତ ସୂଚନା ଦେଇଥାନ୍ତି। ତେଣୁ ମୋବାଇଲ୍‌ ନମ୍ବରକୁ ସ୍ଥିର ରଖନ୍ତୁ। ଯଦି ମୋବାଇଲ୍‌ ନମ୍ବର ବଦଳାଉଛନ୍ତି, ତା’ର ଅପ୍‌ଡେଟ୍‌ ତଥ୍ୟ ରେଜିଷ୍ଟ୍ରେସନ୍‌ ପ୍ରୋଫୋଇଲ୍‌ରେ ଦିଅନ୍ତୁ।

About The Author: The Sakala