ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ (CBOs) ପଦବୀରେ ୫ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ। ଆବେଦନ ପ୍ରକ୍ରିୟା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଅନ୍ଲାଇନ୍ ଆବେଦନ ଆରମ୍ଭ ୨୨ ନଭେମ୍ବର ୨୦୨୩ ଆରମ୍ଭ ହେବ । ଆବେଦନର ଶେଷ ତାରିଖ ୧୨ ଡିସେମ୍ବର ୨୦୨୩ ରହିଛି। ଖାଲି ପଦବୀ:
ତେବେ ସାଧାରଣ ବର୍ଗଙ୍କ ପାଇଁ ୨୧୫୭ଟି ପୋଷ୍ଟ ଖାଲି ରହିଛି। ଓବିସିଙ୍କ ପାଇଁ ୧୪୨୧ଟି, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ( EWS )ରେ ୫୨୭ଟି, ଅନୁସୂଚିତ ଜାତି (SC)ଙ୍କ ପାଇଁ ୭୮୭ଟି ପଦବୀ ଖାଲି ରହିଥିବା ବେଳେ ଅନୁସୂଚିତ ଜନଜାତି (ST)ରେ ୩୮୮ଟି ପୋଷ୍ଟ ଖାଲି ରହିଛି। ଏଥିସହ ମୋଟ ୫୨୮୦ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଶିକ୍ଷାଗତ ଯୋଗ୍ୟତା:
ଅଚ୍ଛୁକ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପ୍ରାର୍ଥୀଙ୍କ ଆଞ୍ଚଳିକ ଭାଷାରେ ଜ୍ଞାନ ରହିବା ଉଚିତ । ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୩୦ ବର୍ଷ ରହିଛି। ତେବେ ଆରକ୍ଷଣ ବର୍ଗ କ୍ଷେତ୍ରରେ ବୟସ କୋହଳ ହେବ ।
ଆବେଦନ ଶୁଳ୍କ:
SC/ST/PwBD – ଦେୟମୁକ୍ତ
ଅନ୍ୟମାନେ – ୭୫୦ ଟଙ୍କା