BELରେ ଟ୍ରେନି ଇଂଜିନିୟର ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଭାରତ ଇଲେକଟ୍ରୋନିକ୍ସ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ଡିସେମ୍ବର ୧୫ ରହିଛି । ଯୋଗ୍ୟ ପ୍ରାର୍ଥୀ bel-india.in କୁ ଯାଇ ଆବେଦନ କରିପାରିବେ । ମୋଟ ପଦବୀ ସଂଖ୍ୟା ୫୨ ରହିଛି।  ଟ୍ରେନି ଇଂଜିନିୟରରେ ୨୦ଟି, ପ୍ରୋଜେକ୍ଟ ଇଂଜିନିୟର ପାଇଁ ୩୦ଟି, ପ୍ରୋଜେକ୍ଟ ଅଫିସର ଓ  ପ୍ରୋଜେକ୍ଟ ଇଂଜିନିୟର ମେଟେରିୟାଲ ମ୍ୟାନେଜମେଣ୍ଟ ପାଇଁ ଗୋଟିଏ ଲେଖାଏଁ […]

ନୂଆଦିଲ୍ଲୀ: ଭାରତ ଇଲେକଟ୍ରୋନିକ୍ସ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ଡିସେମ୍ବର ୧୫ ରହିଛି । ଯୋଗ୍ୟ ପ୍ରାର୍ଥୀ bel-india.in କୁ ଯାଇ ଆବେଦନ କରିପାରିବେ ।

ମୋଟ ପଦବୀ ସଂଖ୍ୟା ୫୨ ରହିଛି।  ଟ୍ରେନି ଇଂଜିନିୟରରେ ୨୦ଟି, ପ୍ରୋଜେକ୍ଟ ଇଂଜିନିୟର ପାଇଁ ୩୦ଟି, ପ୍ରୋଜେକ୍ଟ ଅଫିସର ଓ  ପ୍ରୋଜେକ୍ଟ ଇଂଜିନିୟର ମେଟେରିୟାଲ ମ୍ୟାନେଜମେଣ୍ଟ ପାଇଁ ଗୋଟିଏ ଲେଖାଏଁ ପଦବୀ ରହିଛି।

ବୟସ ସୀମା :

ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୨ ବର୍ଷ ହେବା ଜରୁରୀ ।

ଚୟନ ପ୍ରକ୍ରିୟା: ଏହି ପଦବୀରେ ଚୟନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ହେବ । ଲିଖିତ ପରୀକ୍ଷାରେ ପାସ୍‌ ହେବା ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ bel-india.in କୁ ଯାଆନ୍ତୁ । ଏହାପରେ ହୋମପେଜ ଲିଙ୍କରେ କ୍ଲିକ୍‌ କରନ୍ତୁ । ଏହାପରେ ଲିଙ୍କରେ ନାମ, ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟ ଜିନିଷ ଭରନ୍ତୁ ।ଏହାପରେ ସମସ୍ତ ଦସ୍ତାବିଜ ଅପଲୋଡ କରନ୍ତୁ । ଏହାପରେ ଆବେଦନ ଫର୍ମ ସବମିଟ୍‌ କରନ୍ତୁ । ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟରେ ଚେକ୍‌ କରିପାରିବେ ।

About The Author: The Sakala