ଥମିବାର ନାଁ ଧରୁନି ମଣିପୁର ହିଂସା: ସ୍କୁଲ ବାହାରେ ମହିଳାଙ୍କୁ ଗୁଳି କରି ହତ୍ୟାକଲେ ଦୁର୍ବୃତ୍ତ

ଇମ୍ଫାଲ୍‌: ଥମିବାର ନାଁ ଧରୁନି ମଣିପୁରରେ ସୃଷ୍ଟି ହୋଇଥିବା ହିଂସା । ସମଗ୍ର ମଣିପୁରରେ ସ୍କୁଲ୍‌ ଖୋଲିବାର ଦିନକ ପରେ ଆଜି ଇମ୍ଫାଲ୍‌ର ପଶ୍ଚିମ ପ୍ରାନ୍ତରେ ଥିବା ଏକ ସ୍କୁଲ୍‌ ବାହାରେ ଅଜ୍ଞାତ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ ସୂତ୍ରରୁ ଜଣାପଡ଼ିଛି। ନିହତ ମହିଳାଙ୍କ ପରିଚୟ ଓ ସମ୍ପ୍ରଦାୟ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ି ନ ଥିବା କଥା ପୁଲିସ କହିଛି। ଖବର ଅନୁଯାୟୀ, ହତ୍ୟାକାଣ୍ଡ ଶିଶୁ ନିଷ୍ଠା ନିକେତନ […]

ଇମ୍ଫାଲ୍‌: ଥମିବାର ନାଁ ଧରୁନି ମଣିପୁରରେ ସୃଷ୍ଟି ହୋଇଥିବା ହିଂସା । ସମଗ୍ର ମଣିପୁରରେ ସ୍କୁଲ୍‌ ଖୋଲିବାର ଦିନକ ପରେ ଆଜି ଇମ୍ଫାଲ୍‌ର ପଶ୍ଚିମ ପ୍ରାନ୍ତରେ ଥିବା ଏକ ସ୍କୁଲ୍‌ ବାହାରେ ଅଜ୍ଞାତ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ ସୂତ୍ରରୁ ଜଣାପଡ଼ିଛି। ନିହତ ମହିଳାଙ୍କ ପରିଚୟ ଓ ସମ୍ପ୍ରଦାୟ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ି ନ ଥିବା କଥା ପୁଲିସ କହିଛି।

ଖବର ଅନୁଯାୟୀ, ହତ୍ୟାକାଣ୍ଡ ଶିଶୁ ନିଷ୍ଠା ନିକେତନ ସ୍କୁଲ୍‌ ବାହାରେ ଘଟିଥିବା ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କର କାରଣ ହୋଇଛି। ଦୀର୍ଘ ଦୁଇ ମାସ ହେବ ଆଦିମ ପ୍ରଜାତିଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଆଜି ଏହି ଗୁଳିକାଣ୍ଡ ଘଟିଛି।

 

About The Author: The Sakala