ୟୁଏଇରେ ଭାରତୀୟ ମହିଳାଙ୍କୁ ଫାଶୀ, ୧୩ ଦିନ ପରେ ଜାଣିଲା ଭାରତ ସରକାର…

ନୂଆଦିଲ୍ଲୀ: ଜଣେ ଭାରତୀୟ ମହିଳାଙ୍କୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଫାଶୀ ଦିଆଯାଇଛି। ଉତ୍ତର ପ୍ରଦେଶ ବାନ୍ଦାର ଏହି ମହିଳା ଶହଜାଦି ଖାନ (୩୩)ଙ୍କ ବିରୋଧରେ ଶିଶୁ (୪) ହତ୍ୟା ମାମଲା ଲାଗିଥିଲା। ସେ ଦୁଇ ବର୍ଷ ହେଲା ଦୁବାଇ ଜେଲ୍ରେ ବନ୍ଦୀ ଥିଲେ। କୋର୍ଟ ୪ ମାସ ତଳେ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଫେବୃଆରୀ ୧୫ରେ ଏହି ମହିଳାଙ୍କୁ ଫାଶୀ ଦିଆଯାଇଥିଲା। ୧୩ ଦିନ ପରେ […]

ନୂଆଦିଲ୍ଲୀ: ଜଣେ ଭାରତୀୟ ମହିଳାଙ୍କୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଫାଶୀ ଦିଆଯାଇଛି। ଉତ୍ତର ପ୍ରଦେଶ ବାନ୍ଦାର ଏହି ମହିଳା ଶହଜାଦି ଖାନ (୩୩)ଙ୍କ ବିରୋଧରେ ଶିଶୁ (୪) ହତ୍ୟା ମାମଲା ଲାଗିଥିଲା। ସେ ଦୁଇ ବର୍ଷ ହେଲା ଦୁବାଇ ଜେଲ୍ରେ ବନ୍ଦୀ ଥିଲେ। କୋର୍ଟ ୪ ମାସ ତଳେ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଫେବୃଆରୀ ୧୫ରେ ଏହି ମହିଳାଙ୍କୁ ଫାଶୀ ଦିଆଯାଇଥିଲା। ୧୩ ଦିନ ପରେ ଏହାର ସୂଚନା ଭାରତୀୟ ଦୂତାବାସ ପାଇଥିଲା। ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୋମବାର ଦିଲ୍ଲୀ ହାଇକୋର୍ଟଙ୍କୁ ଏହି ସୂଚନା ଦିଆଯାଇଛି। ୫ ତାରିଖରେ ମହିଳାଙ୍କ ଅନ୍ତିମ ସଂସ୍କାର ହେବ ବୋଲି କୁହାଯାଇଛି। ମହିଳାଙ୍କ ସମ୍ପର୍କୀୟଙ୍କୁ ଆବୁଧାବି ଯିବାରେ ସହାୟତା ଦିଆଯିବ ବୋଲି ଦୂତାବାସ ପକ୍ଷରୁ କୋର୍ଟଙ୍କୁ ସୂଚନା ଦିଆଯାଇଛି।

ଦୁଇ ଦିନ ତଳେ ଶହଜାଦିଙ୍କ ବାପା ଏହି ମାମଲାରେ ବିଦେଶ ମନ୍ତ୍ରାଳୟର ହସ୍ତକ୍ଷେପ ଦାବି କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଏର କରିଥିଲେ। ଆବେଦନରେ ପିତା ଦର୍ଶାଇ ଥିଲେ ଯେ ଗତ ୧୪ ତାରିଖରେ ଝିଅ ତାଙ୍କୁ ଫୋନ୍ କରିଥିଲେ। ଫାଶୀ ଦେବା ପାଇଁ ତାଙ୍କୁ ଜେଲ୍ରୁ ହସ୍ପିଟାଲକୁ ନିଆ ଯାଇଥିବା କହିଥିଲେ। ପରେ ଆବୁଧାବି ଆଇନ ଅନୁଯାୟୀ କ୍ଷମାଦେବାକୁ ତାଙ୍କ ବାପା ବିଦେଶ ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଥିଲେ। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ସୂଚନା ଅନୁଯାୟୀ ଶହଜାଦି ବାନ୍ଦା ଅନ୍ତର୍ଗତ ଗୋୟରା ମୁଗଲି ଗ୍ରାମର ବାସିନ୍ଦା। ପିଲାଦିନେ ତାଙ୍କର ଗୋଟିଏ ପାଖ ମୁହଁ ପୋଡ଼ି ଯାଇଥିଲା। ୨୦୨୧ରେ ଫେସବୁକ୍ରେ ଆଗ୍ରାର ଉଜୈର ସହ ତାଙ୍କର ଭେଟ ହୋଇଥିଲା। ଉଜୈର ତାଙ୍କୁ ପ୍ରେମଜାଲରେ ଫସାଇ ଚିକିତ୍ସା କରାଇବା ନାମରେ ଦୁବାଇ ନେଇଥିଲା। ୨୦୨୧ ନଭେମ୍ବରରେ ଶେହଜାଦିଙ୍କୁ ସେ ବିକ୍ରି କରିଦେଇଥିଲେ।

About The Author: The Sakala