ଏନ୍‍ସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ କାହିଁକି ଟାର୍ଗେଟ କରୁଛନ୍ତି ନୱାବ ମଲିକ

ମୁମ୍ବାଇ : ଦିନକୁ ଦିନ ବଢୁଛି ଏନ୍‍ସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ଅଡ଼ୁଆ। ଏକ ପକ୍ଷରେ ପ୍ରମାଣ ଅଭାବରୁ ଅଦାଲତ ଆର୍ଯ୍ୟନ ଖାଁଙ୍କୁ ଜାମିନ ଦେଇଥିବାବେଳେ ଅନ୍ୟପକ୍ଷରେ ମହାରାଷ୍ଟ୍ର କ୍ୟାବିନେଟ୍‍ ମନ୍ତ୍ରୀ ନୱାବ ମଲ୍ଲିକ ଏନ୍‍ସିବି ଅଧିକାରୀ ୱାଙ୍ଖଡ଼େଙ୍କୁ ନିଶାମାଫିଆଙ୍କ ସହ ସମ୍ପର୍କ, ଲାଞ୍ଚ କାରବାର ଓ ତାଙ୍କ ସମ୍ପ୍ରଦାୟକୁ ନେଇ କାଠଗଡ଼଼ାରେ ଠିଆ କରାଇଛନ୍ତି। ନବାବ ମଲ୍ଲିକ କହିଛନ୍ତି ଯେ ୱାଙ୍ଖଡ଼େ ତାଙ୍କର ଧର୍ମ ଓ ଜାତି ଲୁଚାଇ ଜଣେ ଦଳିତ ଜାତିର ଲୋକଙ୍କ ଅଧିକାର […]

ମୁମ୍ବାଇ : ଦିନକୁ ଦିନ ବଢୁଛି ଏନ୍‍ସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ଅଡ଼ୁଆ। ଏକ ପକ୍ଷରେ ପ୍ରମାଣ ଅଭାବରୁ ଅଦାଲତ ଆର୍ଯ୍ୟନ ଖାଁଙ୍କୁ ଜାମିନ ଦେଇଥିବାବେଳେ ଅନ୍ୟପକ୍ଷରେ ମହାରାଷ୍ଟ୍ର କ୍ୟାବିନେଟ୍‍ ମନ୍ତ୍ରୀ ନୱାବ ମଲ୍ଲିକ ଏନ୍‍ସିବି ଅଧିକାରୀ ୱାଙ୍ଖଡ଼େଙ୍କୁ ନିଶାମାଫିଆଙ୍କ ସହ ସମ୍ପର୍କ, ଲାଞ୍ଚ କାରବାର ଓ ତାଙ୍କ ସମ୍ପ୍ରଦାୟକୁ ନେଇ କାଠଗଡ଼଼ାରେ ଠିଆ କରାଇଛନ୍ତି। ନବାବ ମଲ୍ଲିକ କହିଛନ୍ତି ଯେ ୱାଙ୍ଖଡ଼େ ତାଙ୍କର ଧର୍ମ ଓ ଜାତି ଲୁଚାଇ ଜଣେ ଦଳିତ ଜାତିର ଲୋକଙ୍କ ଅଧିକାର କ୍ଷୁଣ୍ଣ କରିଛନ୍ତି। ସେ ମୁସଲମାନ ସମ୍ପ୍ରଦାୟର ଓ ମୁସଲମାନ ରୀତିନୀତିରେ ମସଜିଦ୍‍ରେ ନିକ୍‍ହା କରିଛନ୍ତି। ମାତ୍ର ପରବର୍ତ୍ତୀ ସମୟରେ ସେ ନିଜକୁ ଦଳିତ ହିନ୍ଦୁ ରୂପେ ପରିଚୟ ଦେଇ ୟୁପିଏସ୍‍ସି ପରୀକ୍ଷା ଦେଇଛନ୍ତି ଓ ଆଇଆର୍‍ଏସ୍‍ ଅଧିକାରୀ ରୂପେ ନିଯୁକ୍ତି ପାଇଛନ୍ତି। ସେ ମୁସଲମାନ ହୋଇଥିବାର ପ୍ରମାଣ ସ୍ୱରୂପ ସେ ଲୋଖଣ୍ଡୱାଲ ମସ୍‍ଜିଦ୍‍ର ନିକାନାମା ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି। ୨୦୦୬ରେ ଏହି ନିକାହ ହୋଇଥିଲା ବୋଲି ନବାବ ମଲ୍ଲିକ କହିଛନ୍ତି। ସେ ପୁଣି କହିଛନ୍ତି ଯେ ସମୀର ଦାଉଦ୍‍ ୱାଙ୍ଖଡ଼େ ଜାଲ୍‍ ଦସ୍ତାବିଜ୍‍ ଅନୁସାରେ ଅନୁସୂଚୀତ ଜାତିର ପ୍ରମାଣପତ୍ର ପ୍ରସ୍ତୁତ କରିଛନ୍ତି। ଜଣେ ଦଳିତର ଅଧିକାର ସେ କ୍ଷୁର୍ଣ୍ଣ କରିଛନ୍ତି। ଆମେ କୌଣସି ଧର୍ମ କଥା କହୁନାହିୁଁ। ଆମେ ଯେତେବେଳେ ଏକ ଜନ୍ମ ପ୍ରମାଣପତ୍ର ଦାଖଲ କରିଛୁ, ସେବେଠାରୁ ଲୋକମାନେ ଏହାକୁ ନକଲି କହୁଛନ୍ତି। ତେବେ ଏହା ଯଦି ନକଲି, ତେବେ ଅସଲି କେଉଁଠି ବୋଲି ପଚାରିଛନ୍ତି ନବାବ।

ଅନ୍ୟପକ୍ଷରେ ସେ ୱାଙ୍ଖଡ଼େଙ୍କ ସମ୍ପର୍କରେ ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ନବାବ କହିଛନ୍ତି ଯେ କ୍ରୁଜ୍‍ ରେଭ୍‍ ପାର୍ଟି ଏଫ୍‍ ଟିଭି ଆୟୋଜନ କରିଥିଲା। ଏଥିପାଇଁ ମହାରାଷ୍ଟ୍ର ସରକାର କୌଣସି ଅନୁମତି ଦେଇ ନ ଥିଲେ, ଜାହାଜ ଚଳାଚଳ ମନ୍ତ୍ରଣାଳୟରୁ ସେମାନେ ଅନୁମତି ନେଇଥିଲେ। ତେବେ ଏହି ରେଭ୍‍ ପାର୍ଟିରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନିଶାଣ କରାଯାଇଥିଲେ ହେଁ ସେଠାରେ ଉପସ୍ଥିତ ଥିବା ‘ଦାଢ଼ିବାଲା’ ନିଶା ମାଫିଆ ଓ ତାଙ୍କର ପ୍ରେମିକାଙ୍କୁ ଛାଡ଼ି ଦିଆଯାଇଥିଲା। ସେହି ଦାଢ଼ିବାଲା ନିଶା ମାଫିଆଙ୍କ ସହ ୱାଙ୍ଖଡ଼େଙ୍କର ନିବିଡ଼ ସମ୍ପର୍କ ରହିଛି। ପୂର୍ବରୁ ସେହି ମାଫିଆ ରାଜସ୍ଥାନରେ ଗିରଫ ହୋଇଥିଲା। ତାଙ୍କର ଗୋଆରେ ନିଶା କାରବାର ରହିଛି। ସେ ରେଭ୍‍ ପାର୍ଟିରେ ନାଚୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏ ସମ୍ପର୍କରେ କାହିଁକି ତଦନ୍ତ କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଦାଢ଼ିବାଲା କେମିତି ଖୋଲାଖୋଲି ବୁଲୁଛି ତାହାର ଉତ୍ତର ଏନ୍‍ସିବି ଦେବା ଉଚିତ୍‍।

ଅନ୍ୟପକ୍ଷରେ ଯେଉଁ ଗାଡ଼ି ୫୦ ଲକ୍ଷ ନେବାରେ ବ୍ୟବହାର ହୋଇଥିଲା, ସେ ସମ୍ପର୍କରେ ମଧ୍ୟ ଯାଞ୍ଚ କରିବାର ଆବଶ୍ୟକତା ଦୋହରାଇଛନ୍ତି ନବାବ ମଲ୍ଲିକ। ଏହି ଗାଡ଼ି ବାରମ୍ବାର ସହର ମଧ୍ୟରେ ବୁଲୁଥିବା ଦେଖାଯାଇଛି। ଏଥିରେ ଟଙ୍କା ନେବାଅଣା କରାଯାଇଛି। ଗାଡ଼ିରେ ଟଙ୍କା ଭର୍ତ୍ତି କରି ନିଆଯାଇ ଶ୍ୟାମ ଡିସୁଜାଙ୍କୁ ହସ୍ତାନ୍ତର କରାଯାଇଛି। ଏହା ସମ୍ପର୍କରେ ଇଲେକ୍ଟ୍ରୋନିକ ଯାଞ୍ଚର ଆବଶ୍ୟକତା ରହିଛି। ଯେଉଁ ଦିଗକୁ ସେ ଇଙ୍ଗିତ କରୁଛନ୍ତି ତାହା ସମ୍ପର୍କରେ ଅନୁସନ୍ଧାନ କରାଯିବା ଆବଶ୍ୟକ ବୋଲି ନବାବ କହିଛନ୍ତି। ସେହିପରି ଗୋଟିଏ ଏତଲାରେ ବର୍ଷକ ମଧ୍ୟରେ ଜଣକୁ ଗିରଫ କରାଯାଇ ନାହିଁ। ଦୀପିକା ପାଦୁକୋଣ, ସାରା ଅଲ୍ଲୀ ଖାଁ, ଶ୍ରଦ୍ଧା କପୁରଙ୍କୁ ଜେରା ପାଇଁ ଡକାଯିବା ସତ୍ୱେ ସେମାନଙ୍କ ମଧ୍ୟରୁ କାହାରିକୁ ଗିରଫ କରାଗଲା ନାହିଁ। ମାତ୍ର ଡ୍ରଗ୍ସ ଚାଟ୍‍ ମାମଲାରେ ଏବେ ଅନ୍ୟମାନଙ୍କୁ ଗିରଫ ହୋଇଛି। ଏ ସମ୍ପର୍କରେ ବି ତଦନ୍ତର ଆବଶ୍ୟକତା ରହିଛି। ମାଳଦ୍ୱୀପରେ ଏହି ସମୟରେ କେଉଁ ଅଭିନେତା ଓ ଅଭିନେତ୍ରୀମାନେ ଉପସ୍ଥିତ ଥିଲେ, ତାହାକୁ ଅନୁଧ୍ୟାନ କରାଯାଉ ବୋଲି ସେ କହିଛନ୍ତି।

ୱାଙ୍ଖଡେଙ୍କୁ କାହିଁକି ଟାର୍ଗେଟ କରୁଛନ୍ତି ନୱାବ ମଲିକ

ମହାରାଷ୍ଟ୍ର ସଂଖ୍ୟାଲଘୁ ବିକାଶ ମନ୍ତ୍ରୀ ନୱାବ ମଲିକ କ୍ରମାଗତ ଭାବେ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ନିଶାଣ କରି ଚାଲିଛନ୍ତି। ସେ ଅନେକ ଥର ୱାଙ୍ଖଡେଙ୍କ ବ୍ୟକ୍ତିଗତ ସୂଚନା ସାର୍ବଜନୀନ କରିଛନ୍ତି। ମଲିକ ୱାଙ୍ଖଡେଙ୍କ ବିବାହ, ନିକାହନାମା, ଜାତି, ଧର୍ମକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେ ଗୁରୁବାର ଏନ୍‌ସିବି ଅଧିକାରୀ ଏବଂ ତାଙ୍କ ପୂର୍ବତନ ପତ୍ନୀ ଡ.ଶବାନା କ୍ୟୁରେଶିଙ୍କ ନିକାହନାମା ପ୍ରମାଣପତ୍ରକୁ ଟ୍ବିଟରରେ ସେୟାର କରିଛନ୍ତି। ଏହା ୨୦୦୬ର ବୋଲି ମଲିକ ଲେଖିଛନ୍ତି। ଏହି ସମୟରେ ୱାଙ୍ଖଡେ ନିଜକୁ ମସୁଲମାନ ଯୁବକ କହିଥିଲେ। ନୱାବ ମଲିକଙ୍କ ଏହି ବ୍ୟକ୍ତିଗତ ଆକ୍ରମଣ ପଛରେ ଅନେକ କାରଣ ରହିଛି। ୱାଙ୍ଖଡେ ଜାନୁଆରୀ ୧୩ ତାରିଖରେ ମଲିକଙ୍କ ଜ୍ବାଇଁ ସମୀର ଖାନ୍‌ଙ୍କ ସମେତ ଅନ୍ୟ ୨ ଜଣ ଲୋକଙ୍କୁ ଗିରଫ କରିଥିଲେ। ପ୍ରାୟ ୮ ମାସ ଜେଲ୍‌ରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା। କୋର୍ଟ ଜାମିନ ଦେଇସାରିବା ପରେ ନୱାବ ମଲିକ ସାମ୍ବାଦିକ ସମ୍ମିଳନୀ କରି ଜ୍ବାଇଁଙ୍କୁ ମିଥ୍ୟା ମାମଲାରେ ଫସା ଯାଇଛି ବୋଲି କହିଥିଲେ। ଏନ୍‌ସିବି ୨୦୦ କିଗ୍ରା ଗଞ୍ଜେଇ ଜବତ କରିଥିବା କହିଥିଲା।

କିନ୍ତୁ ସିଏ ରିପୋର୍ଟରେ ତାହା ସବୁଜ ତମାଖୁ ବୋଲି ଜଣାପଡିଥିଲା। ସେତେବେଳେ ମଲିକ ଏନ୍‌ସିବିକୁ ପ୍ରଶ୍ନ କରିଥିଲେ ଏବଂ ଏଡେ ବଡ଼ ଏଜେନ୍ସି ତମାଖୁ ଏବଂ ଗଞ୍ଜେଇ ଭିତରେ ଫରକ କେମିତି ଜାଣିପାରିଲାନି ବୋଲି ପଚାରିଥିଲେ। ଏହା ପୂର୍ବରୁ ୱାଙ୍ଖଡେ ଡିଆରଆଇ, ଆଇବି, ଏନଆଇଏ ଏବଂ ମୁମ୍ବଇ ବିମାନବନ୍ଦରର ଗୁଇନ୍ଦା ବିଭାଗରେ ମଧ୍ୟ କାମ କରିଥିଲେ। ୱାଙ୍ଖଡେଙ୍କ ବିରୋଧରେ ପ୍ରତିଶୋଧ ନେବା ପାଇଁ ନୱାବ ମଲିକ ବ୍ୟକ୍ତିଗତ ଆକ୍ରମଣ କରିଚାଲିଛନ୍ତି ବୋଲି କୁହାଯାଉଛି। ତେବେ ସମ୍ବିଧାନ ବିଶେଷଜ୍ଞଙ୍କ ଅନୁଯାୟୀ ୱାଙ୍ଖଡେଙ୍କ ବ୍ୟକ୍ତିଗତ ସୂଚନାକୁ ସୋସିଆଲ ମିଡିଆରେ ସେୟାର କରି ତାଙ୍କ ବ୍ୟକ୍ତିଗତ ଅଧିକାର ଉଲ୍ଲଙ୍ଘନ କରିଛନ୍ତି। ଯଦି ୱାଙ୍ଖଡେ ଭଲ ଭାବେ କାମ କରୁନଥିବା ଅନୁଭବ କରୁଛନ୍ତି ତେବେ ସେ ଆଇନର ସହାୟତା ନେବାର ଥିଲା। ସମସ୍ତ ପ୍ରକ୍ରିୟାକୁ ଉଲ୍ଲଙ୍ଘନ କରି ନୱାବ ମଲିକ ଏପରି କାମ କରିଛନ୍ତି। ଏହା ବିରୋଧରେ ୱାଙ୍ଖଡେ ମାନହାନି ମାମଲା ଦାଏର କରିପାରିବେ।

About The Author: The Sakala