ୱାୟନାଡ଼ ଭୂସ୍ଖଳନ: ୨୭୬ ମୃତ, ୨୨୫ ନିଖୋଜ

ଓ୍ବାୟନାଡ୍‌: କେରଳର ୱାଏନାଡ଼ ଜିଲ୍ଲାରେ ପ୍ରକୃତି ତାଣ୍ଡବ ରଚିଛି। ତିନି ତିନି ଥର ଭୂସ୍ଖଳନ ଘଟିବା ଫଳରେ ୱାୟନାଡ଼ର ୪ ଗାଁ ଧ୍ବଂସସ୍ତୁପରେ ପରିଣତ ହୋଇଛି। ଭୂସ୍ଖଳନରେ ୨୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୨ ଜଣ ଆହତ ହୋଇଛନ୍ତି, ୨୨୫ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି । ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି। ପ୍ରବଳ ବର୍ଷା ସାଙ୍ଗକୁ ମାତ୍ର ୪ ଘଣ୍ଟା ମଧ୍ୟରେ ତିନି ତିନି ଭୂସ୍ଖଳନ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ହେବା […]

ଓ୍ବାୟନାଡ୍‌: କେରଳର ୱାଏନାଡ଼ ଜିଲ୍ଲାରେ ପ୍ରକୃତି ତାଣ୍ଡବ ରଚିଛି। ତିନି ତିନି ଥର ଭୂସ୍ଖଳନ ଘଟିବା ଫଳରେ ୱାୟନାଡ଼ର ୪ ଗାଁ ଧ୍ବଂସସ୍ତୁପରେ ପରିଣତ ହୋଇଛି। ଭୂସ୍ଖଳନରେ ୨୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୨ ଜଣ ଆହତ ହୋଇଛନ୍ତି, ୨୨୫ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି । ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି। ପ୍ରବଳ ବର୍ଷା ସାଙ୍ଗକୁ ମାତ୍ର ୪ ଘଣ୍ଟା ମଧ୍ୟରେ ତିନି ତିନି ଭୂସ୍ଖଳନ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି।

ନିଜ ଦେଶ’ କୁହାଯାଉଥିବା କେରଳକୁ ମଙ୍ଗଳବାର ସକାଳେ ମାଡ଼ି ଆସିଥିଲା ବିପତ୍ତି। ଓ୍ବାୟନାଡ୍‌ର ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏଥିରେ ନିଖୋଜ ହୋଇଯାଇଥିବା ଲୋକଙ୍କୁ ସେମାନଙ୍କ ଆତ୍ମୀୟମାନେ ଖୋଜିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କନ୍ନୁର ଡିଫେନ୍ସ ସିକ୍ୟୁରିଟି କର୍‌ (ଡିଏସ୍‌ସି) ସେଣ୍ଟର ଏବଂ ୧୨୨ ଟିଏ ବାଟାଲିୟନ୍‌ର ୪ କଲମ୍‌ ଯବାନ ମିଳିତ ଭାବେ ରେସ୍କ୍ୟୁ ଅପରେଶନ୍‌ ଚଳାଇଛନ୍ତି। ଏଥିରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଏବଂ ରାଜ୍ୟର ଉଦ୍ଧାରକାରୀ ଟିମ୍‌ ମଧ୍ୟ ନିୟୋଜିତ ଥିବା ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି। ହ୍ୟୁମାନିଟାରିଆନ୍‌ ଆସିଷ୍ଟାନ୍ସ ଆଣ୍ଡ୍‌ ଡିଜାଷ୍ଟର ରିଲିଫ୍‌ (ଏଚ୍‌ଏଆର୍‌ଡି)ର ୨ କଲମ୍‌ ଓ ୨ ମେଡିକାଲ ଟିମ୍‌କୁ ତ୍ରିଭେନ୍ଦ୍ରମ୍‌ରୁ କୋଝିକୋଡ୍‌କୁ ସ୍ବତନ୍ତ୍ର ବିମାନରେ ଏୟାରଲିଫ୍ଟ କରାଯାଇଛି। ଭାରି ଇଞ୍ଜିନିୟରିଂ ଉପକରଣ ଏବଂ ରେସ୍କ୍ୟୁ ଡଗ୍‌ ଟିମ୍‌ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ଲଗାଣ ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧାସୃଷ୍ଟି କରିଛି।

About The Author: The Sakala