ଜନସଂଖ୍ୟା ବୃଦ୍ଧି ପାଇଁ ଦେଶବାସୀଙ୍କୁ ପୁତିନଙ୍କ ଅଜବ ପରାମର୍ଶ, କାର୍ଯ୍ୟ ବିରତି ସମୟରେ ସମ୍ଭୋଗ କର

ମସ୍କୋ : ବିଭିନ୍ନ କାରଣକୁ ନେଇ ପୂର୍ବରୁ ରୁଷିଆର ଜନସଂଖ୍ୟା ସ୍ଥିତି ଚିନ୍ତାଜନକ ଥିଲା ବେଳେ ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଏହି ସମସ୍ୟା ଆହୁରି ଉତ୍କଟ ହୋଇପଡ଼ିଛି। ଏହା ମଧ୍ୟରେ ୟୁକ୍ରେନ ଯୁଦ୍ଧରେ ହଜାର ହଜାର ରୁଷ ସୈନ୍ୟ ମୃତ୍ୟୁମୁଖରେ ପଡ଼ିଥିବାରୁ ରୁଷ ସେନାରେ ସୈନ୍ୟଙ୍କ ସଂଖ୍ୟା ମଧ୍ୟ ବଢାଇବାର ଆବଶ୍ୟକତା ବଢିଛି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପୁତିନ ନିଜ ସେନାରେ ଆଉ ୧ ଲକ୍ଷ ୮୦ ହଜାର ସୈନ୍ୟ ବଢାଇବାକୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। […]

ମସ୍କୋ : ବିଭିନ୍ନ କାରଣକୁ ନେଇ ପୂର୍ବରୁ ରୁଷିଆର ଜନସଂଖ୍ୟା ସ୍ଥିତି ଚିନ୍ତାଜନକ ଥିଲା ବେଳେ ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଏହି ସମସ୍ୟା ଆହୁରି ଉତ୍କଟ ହୋଇପଡ଼ିଛି। ଏହା ମଧ୍ୟରେ ୟୁକ୍ରେନ ଯୁଦ୍ଧରେ ହଜାର ହଜାର ରୁଷ ସୈନ୍ୟ ମୃତ୍ୟୁମୁଖରେ ପଡ଼ିଥିବାରୁ ରୁଷ ସେନାରେ ସୈନ୍ୟଙ୍କ ସଂଖ୍ୟା ମଧ୍ୟ ବଢାଇବାର ଆବଶ୍ୟକତା ବଢିଛି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପୁତିନ ନିଜ ସେନାରେ ଆଉ ୧ ଲକ୍ଷ ୮୦ ହଜାର ସୈନ୍ୟ ବଢାଇବାକୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସଂଖ୍ୟକ ସୈନ୍ୟ ଭର୍ତ୍ତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ୨୦୨୨ରେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ପରଠାରୁ ଏହା ହେବ ରୁଷିଆ ସେନାର ତୃତୀୟ ସୈନ୍ୟ ସଂପ୍ରସାରଣ। ତେବେ ଏଥିପାଇଁ ରୁଷିଆର ଜନସଂଖ୍ୟା ସବୁଠୁ ଆହ୍ବାନପୂର୍ଣ୍ଣ ହୋଇପଡ଼ିଛି। କାରଣ ଯୁଦ୍ଧ କେବେ ଶେଷ ହେବ ତାହାର କୌଣସି ସମୟ ସୀମା ନଥିବା ବେଳେ ଏତେ ସଂଖ୍ୟକ ସୈନ୍ୟ କେଉଁଠୁ ଆସିବେ ବୋଲି ରୁଷିଆର ଚିନ୍ତା ବଢିଛି। ପ୍ରଥମେ ୨୦୨୨ ଅଗଷ୍ଟରେ ପୁତିନଙ୍କ ନିର୍ଦ୍ଦେଶକ୍ରମେ ସେନାରେ ଅତିରିକ୍ତ ୧ ଲକ୍ଷ ୩୭ ହଜାର ସୈନ୍ୟଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ପରେ ୨୦୨୩ ଡିସେମ୍ବରରେ ମଧ୍ୟ ଆଉ ୧ ଲକ୍ଷ ୭୦ ହଜାର ସୈନିକ ଭର୍ତ୍ତି ହୋଇଥିଲେ।

ଏହାପରେ ଏବେ ପୁଣି ୧ ଲକ୍ଷ ୮୦ ହଜାର ଲୋକଙ୍କୁ ପ୍ରଶିକ୍ଷିତ କରିସ୍ନୋରେ ଭର୍ତ୍ତି କରିବାକୁ ପୁତିନ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରୁଷିଆର ଜନସଂଖ୍ୟା ସବୁଠୁ ଚ୍ୟାଲେଞ୍ଜପୂର୍ଣ୍ଣ ରହିଥିଲା ବେଳେ ଶିଶୁ ଜନ୍ମ ଲାଗି ପୁତିନ ଦେଶବାସୀଙ୍କୁ ଯେଭଳି ପରାମର୍ଶ ଦେଇଛନ୍ତି ତାହା ହେବେ ଚର୍ଚ୍ଚାର ବିଷୟ ହୋଇଛି। ଲୋକମାନଙ୍କୁ କାର୍ଯ୍ୟସ୍ଥଳରେ ଯୌନ ସମ୍ଭୋଗ କରିବାକୁ ସେ କହିଛନ୍ତି। କାର୍ଯ୍ୟ କରିବା ସମୟରେ ଯେଉଁ କିଛି ସମୟ ପାଇଁ ଲୋକଙ୍କୁ ଖାଦ୍ୟ ଖାଇବା କିମ୍ବା କଫି ପିଇବା ପାଇଁ ସମୟ ମିଳୁଛି ସେ ସମୟରେ ମଧ୍ୟ ଲୋକ ଯୌନ ସମ୍ଭୋଗ କରନ୍ତୁ ବୋଲି ପୁତିନ କହିଛନ୍ତି। ବର୍ତ୍ତମାନ ରୁଷିଆରେ ପ୍ରତି ମହିଳାଙ୍କ ପିଛା ଶିଶୁ ପ୍ରସବ କରିବା ହାର ୧.୫ ରହିଥିଲା ବେଳେ ଏହାକୁ ୨.୧ ପ୍ରତିଶତରେ ପହଞ୍ଚାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସେହିକ୍ରମରେ ଲୋକମାନେ ଯେକୌଣସି ଅବସର ସମୟରେ ଯୌନ ସମ୍ଭୋଗ କରନ୍ତୁ ଏବଂ ଶିଶୁ ଜନ୍ମ କରିବାକୁ ଗୁରୁତ୍ବ ଦିଅନ୍ତୁ ବୋଲି ଏଠାକାର ସ୍ବାସ୍ଥ୍ୟ ମନ୍ତ୍ରୀ ୟେଭଜେନି ସେଷ୍ଟୋପାଲୋଭ କହିଛନ୍ତି। ଯୌନ ସମ୍ଭୋଗ ପାଇଁ କାର୍ଯ୍ୟସ୍ଥଳ ପ୍ରତିବନ୍ଧକ ହେବା ଉଚିତ ନୁହେଁ ଏବଂ କଫି ବ୍ରେକ୍ ସମୟକୁ ମଧ୍ୟ ଲୋକମାନେ ଏଥିପାଇଁ ଉପଯୋଗ କରିପାରିବେ ବୋଲି ୟେଭଜେନି କହିଛନ୍ତି। କେବଳ ଏତିକି ନୁହେଁ,ରୁଷିଆରେ ଜନ୍ମ ହାର ବଢାଇବା ଲାଗି ୧୮ ରୁ ୪୦ ବର୍ଷ ବୟସ୍କା ମହିଳାଙ୍କ ପାଇଁ ବହୁ ପ୍ରୋତ୍ସାହନମୂଳକ ବ୍ୟବସ୍ଥା ଘୋଷଣା କରାଯାଇଥÒଲା ବେଳେ ମୁକ୍ତ ଫର୍ଟିଲିଟି ସ୍କ୍ରିନିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାବ୍ୟତୀତ ପ୍ରଥମ ସ୍ତାନର ଅଧିକାରୀ ହୋଇଥିବା ମହିଳାଙ୍କୁ ୧.୦୨ ଲକ୍ଷ ରୁବଲ ବା ୯.୪୦ ଲକ୍ଷ ଟଙ୍କାଦ୍ବୋକୁ ମଧ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଏବେ ରୁଷିଆରେ ଭୃଣ ନଷ୍ଟ ନ କରିବା ନିୟମକୁ ଆହୁରି କଡ଼ାକଡ଼ି କରାଯାଇଛି। ସେହିପରି ବିବାହ ବିଛେଦ ପାଇଁ ରହିଥିବା ନିୟମକୁ କଡ଼ାକଡ଼ି କରାଯିବା ସହିତ ଏଥିପାଇଁ ଉଦ୍ଦିଷ୍ଟ ଫିକୁ ମଧ୍ୟ ବୃଦ୍ଧି କରାଯାଇଛି।

About The Author: The Sakala