ଓ୍ବାଶିଂଟନ୍: ଶନିବାର ବିଳମ୍ବିତ ରାତିରେ ଯୁଦ୍ଧକୁ ଓହ୍ଲାଇଛି ବିଶ୍ଵର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ପ୍ରବେଶ କରିଛି। ଯାହା ଫଳରେ ବିଶ୍ଵ ଆଉ ଏକ ମହାଯୁଦ୍ଧର ସାମ୍ନା କରିବାକୁ ଯାଉଛି। ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକା ସାମିଲ ହେଲେ ଏହା ୩ୟ ବିଶ୍ଵଯୁଦ୍ଧ ହୋଇପାରେ ଆଲୋଚନା ହେଉଥିଲା। ଏବେ ଆମେରିକା ସାମିଲ ହେବା ପରେ ଏହାର ସମ୍ଭାବନା ବୃଦ୍ଧି ପାଇଛି।
ଶନିବାର ବିଳମ୍ବିତ ରାତିରେ ଆମେରିକା ପକ୍ଷରୁ ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରାଯାଇଛି। ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହନ ପରମାଣୁ ଘାଟି ଉପରେ ଆମେରିକା ଏୟାରଷ୍ଟ୍ରାଇକ ଜରିଆରେ ବୋମାମାଡ଼ କରିଛି।