‘ଭାରତନେଟ୍’ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ୧୬ ରାଜ୍ୟର ୨.୫ ଲକ୍ଷ ଗାଁରେ ପହଞ୍ଚିବ ଇଣ୍ଟରନେଟ୍

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦେଶର ୧୬ ଟି ରାଜ୍ୟରେ ‘ଭାରତନେଟ’ ଯୋଜନା ପାଇଁ ୧୯,୦୪୧ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଦେଶର ୧୬ ଟି ରାଜ୍ୟର ଗ୍ରାମକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସୁବିଧା ଯୋଗାଇବା ପାଇଁ ପିପିପି ମଡେଲ ମାଧ୍ୟମରେ ଭାରତନେଟ କାର୍ଯ୍ୟକାରିତା ରଣନୀତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। Union Cabinet approves BharatNet implementation strategy through PPP Model to […]

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦେଶର ୧୬ ଟି ରାଜ୍ୟରେ ‘ଭାରତନେଟ’ ଯୋଜନା ପାଇଁ ୧୯,୦୪୧ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଦେଶର ୧୬ ଟି ରାଜ୍ୟର ଗ୍ରାମକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସୁବିଧା ଯୋଗାଇବା ପାଇଁ ପିପିପି ମଡେଲ ମାଧ୍ୟମରେ ଭାରତନେଟ କାର୍ଯ୍ୟକାରିତା ରଣନୀତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।


କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ଇଣ୍ଟରନେଟ୍  ପ୍ରତ୍ୟେକ ଗ୍ରାମରେ ପହଞ୍ଚିବା ପାଇଁ ସରକାର ଏହି ଦିଗରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ ୧୦ରେ ଲାଲକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ଘୋଷଣା କରିଥିଲେ।  ୧ହଜାର ଦିନ ମଧ୍ୟରେ ୬ଲକ୍ଷ ଗାଁକୁ ଭାରତନେଟ ମାଧ୍ୟମରେ ଅପ୍ଟିକାଲ ଫାଇବର ବ୍ରଡବ୍ୟାଣ୍ଡ ପହଞ୍ଚିବ ବୋଲି କହିଥିଲେ।

କେନ୍ଦ୍ର ମନ୍ତ୍ରୀ ପ୍ରସାଦ କହିଛନ୍ତି ଯେ, ଆଜି ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆମେ ବର୍ତ୍ତମାନ ସୁଦ୍ଧା ୧.୫୬ ଲକ୍ଷ ଗ୍ରାମ ପଞ୍ଚାୟତରେ ପହଞ୍ଚିଛୁ। ଦେଶର ୨.୫ ଲକ୍ଷ ଗ୍ରାମ ପଞ୍ଚାୟତ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ହେବ। ଆଜି ଆମେ ଦେଶର ୧୬ଟି ରାଜ୍ୟରେ ପିପିପି ମଡେଲ ମାଧ୍ୟମରେ ଭାରତ ନେଟକୁ ମୋଟ ୨୯,୪୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି।

About The Author: The Sakala