ସଂସଦର ଉଭୟ ଗୃହକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସମ୍ବିଧାନ ନିର୍ମାତାଙ୍କୁ ଜଣାଇଲେ ପ୍ରଣାମ…

ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ବଜେଟ୍ ଅଧିବେଶନ ଅବସରରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବଜେଟ୍ ଅଧିବେଶନ ଅବସରରେ ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢୁଛି। ଭାରତର ଏହି ବିକାଶ ଯାତ୍ରାରେ ମୋ ସରକାର ଅଦ୍ଭୂତପୂର୍ବ ଉପଲବ୍ଧି ଜରିଆରେ ନୂଆ ଉର୍ଜା ଦେଇଛି। ତୃତୀୟ କାର୍ଯ୍ୟକାଳରେ ୩ ଗୁଣା ଦ୍ରୁତ […]

ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ବଜେଟ୍ ଅଧିବେଶନ ଅବସରରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ବଜେଟ୍ ଅଧିବେଶନ ଅବସରରେ ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢୁଛି। ଭାରତର ଏହି ବିକାଶ ଯାତ୍ରାରେ ମୋ ସରକାର ଅଦ୍ଭୂତପୂର୍ବ ଉପଲବ୍ଧି ଜରିଆରେ ନୂଆ ଉର୍ଜା ଦେଇଛି। ତୃତୀୟ କାର୍ଯ୍ୟକାଳରେ ୩ ଗୁଣା ଦ୍ରୁତ ଗତିରେ କାମ ହେଉଛି। ମହିଳାଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ଲକ୍ଷ୍ୟ। ଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଦୃଢତାର ସହ ନିଷ୍ପତ୍ତି ନେଉଛି। ବଡ ନିର୍ଣ୍ଣୟ ଓ ନୀତି ଲାଗୁ ହେଉଛି।

ସେହିପରି ଅଭିଭାଷଣରେ ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ନାରୀ ଶକ୍ତି କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଦେଶର ନାରୀ ଶକ୍ତିକୁ ମଜବୁତ କରିବା ପାଇଁ ସରକାର କାମ କରୁଛନ୍ତି। ସରକାରୀ ଯୋଜନାରୁ ଗରିବଙ୍କୁ ସମ୍ମାନ ମିଳୁଛି। ସବକା ସାଥ, ସବକା ବିକାଶ ମନ୍ତ୍ରରେ ସରକାର କାମ କରୁଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷ ଏବଂ ତାଠୁ ଉର୍ଦ୍ଧ୍ଵ ବୟସ୍କ ୬ କୋଟି ଲୋକଙ୍କୁ ସ୍ଵାସ୍ଥ୍ୟବୀମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆମ ଝିଅମାନେ ଅଲମ୍ପିକରେ ଦେଶର ନାମ ରଖୁଛନ୍ତି।ଦେଶର ଯୁବକ ସବୁ କ୍ଷେତ୍ରରେ ଆଗକୁ ବଢୁଛନ୍ତି। ଏକ ଦଶକ ମଧ୍ୟରେ ଯୁବଶକ୍ତିଙ୍କୁ ବହୁ ରୋଜଗାର ମିଳିଛି। ତିନି କୋଟି ଲକ୍ଷପତି ଦିଦି ତିଆରି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି। ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ବାମୀତ୍ବ କାର୍ଡରେ ସାମିଲ କରାଯାଇଛି। ପ୍ରକାଶ ଥାଉ କି, ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି।

ନର୍ଥଇଷ୍ଟରେ ଶାନ୍ତି ସ୍ଥାପନ ପାଇଁ ସରକାର କାମ କରୁଛନ୍ତି। ନର୍ଥଇଷ୍ଟର ବିକାଶକୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ବିକାଶର ବାତାବରଣ ଦେଖାଦେଇଛି। ଲୋକସଭା ଓ ବିଧାନସଭା ନିର୍ବାଚନ ସେଠାରେ ଶାନ୍ତିରେ ସରିଛି। ଆଜି ବିଶ୍ବ ଭାରତର ଯୋଗ ପରମ୍ପରାକୁ ମାନିଛି।୧୫୦୦ରୁ ଅଧିକ ଆଇନ ଉଚ୍ଛେଦ କରାଯାଇଛି।ଦଣ୍ଡ ନୁହେଁ, ନ୍ୟାୟ ସଂହିତା ଉପରେ ଗୁରୁତ୍ବ ଦିଆଯାଇଛି।ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ପଦକ୍ଷେପ ଉତ୍ସାହଜନକ ରହିଛି। ନକ୍ସଲଙ୍କ ବିରୋଧରେ ଲଢ଼େଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ନକ୍ସଲ ପ୍ରଭାବିତ ଅଞ୍ଚଳ ୧୨୬ରୁ ହ୍ରାସ ହୋଇ ୩୮ରେ ପହଞ୍ଚିଛି।ବିଶ୍ବବନ୍ଧୁର ଛବି ମଜବୁତ ହୋଇଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷରେ କହିଥିଲେ।

About The Author: The Sakala