କୋଭିଡରେ ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନର ମୃତ୍ୟୁ ଘଟଣା ଏକ ଗୁଜବ

ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଅଣ୍ଡରୱାର୍ଲ୍ଡ ଡନ୍ ରାଜେନ୍ଦ୍ର ନିକଲଜେ ଛଦ୍ମନାମ ରାଜନର କୋଭିଡରେ ମୃତ୍ୟୁ ଘଟଣା ଏକ ଗୁଜବ । ତିହାଡ଼ ଜେଲ୍‌ରେ ଥିବା ଛୋଟା ରାଜନ ଏପ୍ରିଲ ଶେଷ ସପ୍ତାହରେ କରୋନା ପଜିଟିଭ୍ ହୋଇଥିଲା। ଏହାପରେ ପରେ ତାକୁ ଦିଲ୍ଲୀର ଏସମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ କରୋନାର ଚିକିତ୍ସା ଚାଲିଛି । କୁଖ୍ୟାତ ଅପରାଧୀ ଛୋଟା ରାଜନ ଉପରେ ଅପହରଣ ଓ ହତ୍ୟା ଭଳି ୭୦ରୁ ଅଧିକ […]

ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଅଣ୍ଡରୱାର୍ଲ୍ଡ ଡନ୍ ରାଜେନ୍ଦ୍ର ନିକଲଜେ ଛଦ୍ମନାମ ରାଜନର କୋଭିଡରେ ମୃତ୍ୟୁ ଘଟଣା ଏକ ଗୁଜବ । ତିହାଡ଼ ଜେଲ୍‌ରେ ଥିବା ଛୋଟା ରାଜନ ଏପ୍ରିଲ ଶେଷ ସପ୍ତାହରେ କରୋନା ପଜିଟିଭ୍ ହୋଇଥିଲା। ଏହାପରେ ପରେ ତାକୁ ଦିଲ୍ଲୀର ଏସମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ କରୋନାର ଚିକିତ୍ସା ଚାଲିଛି ।

କୁଖ୍ୟାତ ଅପରାଧୀ ଛୋଟା ରାଜନ ଉପରେ ଅପହରଣ ଓ ହତ୍ୟା ଭଳି ୭୦ରୁ ଅଧିକ ଜଘନ୍ୟ ମାମଲା ରହିଛି। ମୁମ୍ବାଇର ବରିଷ୍ଟ ସାମ୍ବାଦିକ ଜ୍ୟୋତିର୍ମୟ ଦେଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାଜନକୁ ଆଜୀବନ କାରାଣ୍ଡାଦେଶ ଶୁଣାଇଥିଲେ।

ଛୋଟା ରାଜନର ପ୍ରକୃତ ନାମ ରାଜେନ୍ଦ୍ର ନିକାଲଜେ। ଇଣ୍ଡୋନେସିଆରେ ଲୁଚିଥିବା ଛୋଟା ରାଜନକୁ ୨୦୧୫ରେ ଭାରତ ଅଣାଯାଇଥିଲା। ଏହାପରେ ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲା ଏହି ଅନ୍ତର୍ଜାତୀୟ କୁଖ୍ୟାତ ଅପରାଧି। ୨୬ ଏପ୍ରିଲ୍‌ରେ ସେ କରୋନା ପଜିଟିଭି ହେବା ପରେ ଚିକିତ୍ସା ପାଇଁ ତାକୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା।

About The Author: The Sakala