ଋଷ ସୈନ୍ୟଙ୍କ ମା’ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ନିବେଦନ: ପୁଅଙ୍କୁ ମରଣମୁହଁକୁ ଠେଲନି

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଦୀର୍ଘ ୧୭ ଦିନ ହେବ କ୍ରମାଗତ ଆକ୍ରମଣ ଫଳରେ ୟୁକ୍ରେନର ମୁଖ୍ୟ ସହର ଗୁଡିକ ଧ୍ୱଂସ ସ୍ତୁପରେ ପରିଣତ ହୋଇସାରିଲାଣି। ଏହି ଘମାଘୋଟ ଲଢ଼େଇ ମଧ୍ୟରେ ୟୁକ୍ରେନ୍‌ ମଧ୍ୟ ନିଜ ସେନା ଓ ସାଧାରଣ ନାଗରିକଙ୍କ ସହ ମିଶି ରୁଷ ସେନାକୁ ସାମ୍ନା କରୁଛି। ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନ୍‌ ସାଧାରଣ ନାଗରିକମାନେ ମଧ୍ୟ ବନ୍ଧୁକ ଉଠାଇଛନ୍ତି। ଏହାରି ମଧ୍ୟରେ ଋଷ ସୈନ୍ୟମାନଙ୍କ […]

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଦୀର୍ଘ ୧୭ ଦିନ ହେବ କ୍ରମାଗତ ଆକ୍ରମଣ ଫଳରେ ୟୁକ୍ରେନର ମୁଖ୍ୟ ସହର ଗୁଡିକ ଧ୍ୱଂସ ସ୍ତୁପରେ ପରିଣତ ହୋଇସାରିଲାଣି। ଏହି ଘମାଘୋଟ ଲଢ଼େଇ ମଧ୍ୟରେ ୟୁକ୍ରେନ୍‌ ମଧ୍ୟ ନିଜ ସେନା ଓ ସାଧାରଣ ନାଗରିକଙ୍କ ସହ ମିଶି ରୁଷ ସେନାକୁ ସାମ୍ନା କରୁଛି। ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନ୍‌ ସାଧାରଣ ନାଗରିକମାନେ ମଧ୍ୟ ବନ୍ଧୁକ ଉଠାଇଛନ୍ତି। ଏହାରି ମଧ୍ୟରେ ଋଷ ସୈନ୍ୟମାନଙ୍କ ମା’ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏକ ଅନୁରୋଧ କରିଛନ୍ତି । ୟୁକ୍ରେନ ଯୁଦ୍ଧକୁ ନିଜର ସନ୍ତାନମାନଙ୍କୁ ନଛାଡିବା ଲାଗି ନିବେଦନ କରିଛନ୍ତି ଜେଲେନସ୍କି ।

ଏକ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି- ସେ ପୁଣି ଥରେ ଋଷ ସୈନ୍ୟମାନଙ୍କ ମା’ ମାନଙ୍କ ନିକଟରେ ଅନୁରୋଧ ଜଣାଉଛନ୍ତି ଯେ- ବିଦେଶୀ ରାଷ୍ଟ୍ରରେ ଲଢେଇ ଲାଗି ସେମାନେ ନିଜ ନିଜ ସନ୍ତାନଙ୍କୁ ପଠାନ୍ତୁ ନାହିଁ । ସନ୍ତାନମାନେ ବର୍ତ୍ତମାନ କେଉଁଠି ଅଛନ୍ତି ତାହା ମା’ ମାନେ ଜାଣିବା ଉଚିତ । ଯଦି ପୁଅମାନଙ୍କୁ ଯୁଦ୍ଧକୁ ପଠାଇବା ନେଇ ମା’ ମାନେ ସୂଚନା ପାଆନ୍ତି ତେବେ ସେମାନଙ୍କୁ ଏଥିରୁ ବିରତ ରହିବା ଲାଗି ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ଜେଲେନସ୍କ । ଯୁଦ୍ଧରେ ସେମାନେ ପ୍ରାଣ ହରାଇପାରନ୍ତି କିମ୍ବା ସେମାନଙ୍କୁ ବନ୍ଦୀ କରାଯିବାର ସମ୍ଭାବନା ରହିଛି । ତେଣୁ ପୁଅମାନଙ୍କୁ ଯୁଦ୍ଧକୁ ନପଠାଇବା ଲାଗି ମା’ ମାନେ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି ଜେଲେନସ୍କି । ଗତ ସପ୍ତାହରେ କିଭରେ ଅନେକ ଋଷ ସୈନ୍ୟଙ୍କୁ ୟୁକ୍ରେନ ବାହିନୀ ଧରିଥିଲେ ଏବଂ ସେଠାକୁ ଆସି ପୁଅମାନଙ୍କୁ ନେଇଯିବା ଲାଗି ତାଙ୍କ ମା’ ମାନଙ୍କୁ ଅନୁରୋଧ କରିଥିଲେ । ୟୁକ୍ରେନ କବଳରେ ବର୍ତ୍ତମାନ ଅନେକ ଋଷ ସୈନ୍ୟ ବନ୍ଦୀ ଥିବା ସୂଚନା ମିଳିଛି ।

About The Author: The Sakala