ବଦଳିଲା ଟ୍ବିଟର ଲୋଗୋ: ନୀଳ ପକ୍ଷୀ ବଦଳରେ `ଡଗି’ ହେଲା ନୂଆ ଲୋଗୋ

ନୂଆଦିଲ୍ଲୀ : ଏଲୋନ୍ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରଠୁ ଟ୍ବିଟରରେ କିଛିନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି କ୍ରମରେ ଟ୍ବିଟରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏଲନ ମସ୍କ ଟ୍ବିଟର ଲୋଗୋ ବଦଳାଇଛନ୍ତି । ନୀଳ ପକ୍ଷୀ ବଦଳରେ ‘ଡଗି’  ନୂଆ ଲୋଗୋ ରହିଛି। ଏହି ‘ଡଗି’ ଲୋଗୋଟି କ୍ରିପ୍ଟୋକରେନ୍ସିର  ଡଜ କଏନ ସହିତ ସମାନ ରହିଛି। pic.twitter.com/wmN5WxUhfQ — Elon Musk (@elonmusk) April 3, 2023 ସୂଚନା […]

ନୂଆଦିଲ୍ଲୀ : ଏଲୋନ୍ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରଠୁ ଟ୍ବିଟରରେ କିଛିନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି କ୍ରମରେ ଟ୍ବିଟରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏଲନ ମସ୍କ ଟ୍ବିଟର ଲୋଗୋ ବଦଳାଇଛନ୍ତି । ନୀଳ ପକ୍ଷୀ ବଦଳରେ ‘ଡଗି’  ନୂଆ ଲୋଗୋ ରହିଛି। ଏହି ‘ଡଗି’ ଲୋଗୋଟି କ୍ରିପ୍ଟୋକରେନ୍ସିର  ଡଜ କଏନ ସହିତ ସମାନ ରହିଛି।


ସୂଚନା ଅନୁଯାୟୀ, ଗତକାଲି ୟୁଜର୍ସମାନେ ଟ୍ବିଟରରେ ଏ ପରିବର୍ତ୍ତନ ଦେଖିଥିଲେ ।  ହଠାତ୍ ଟ୍ବିଟରର ଲୋଗୋ ନୀଳ ପକ୍ଷୀ ଗାଏବ ହୋଇଯାଇଥିଲା । ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ି ଯାଇଥିଲେ । ଏହାର କିଛି ସମୟ ପରେ ନିଜେ ଏଲନ ମସ୍କ ଏନେଇ ଟ୍ବିଟ୍ କରି ସୂଚନା ଦେଇଥିଲେ। ଟ୍ବିଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଏ କାରର ଡ୍ରାଇଭିଂ ସିଟରେ ଗୋଟିଏ କୁକୁର ବସିଥିଲା ​​ଏବଂ ଟ୍ରାଫିକ ପୁଲିସର ହାତରେ ଲାଇସେନ୍ସ ଥିଲା। ଯେଉଁଥିରେ ନୀଳ ପକ୍ଷୀର ଫଟୋ ଥିଲା। କୁକୁର କହୁଥିଲା ଏହା ଏକ ପୁରୁଣା ଫଟୋ ।

About The Author: The Sakala